Categories
ବିଶେଷ ଖବର

କରୋନାର ନୂଆ ହଟସ୍ପଟ ଆନ୍ଧ୍ର ପ୍ରଦେଶ, ଗୋଟିଏ ଦିନରେ ଦଶ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ମହାରାଷ୍ଟ୍ର ଓ ତାମିଲନାଡୁ ପରେ ଏବେ କରୋନା ସଂକ୍ରମଣର ନୂଆ ହଟସ୍ପଟ ଭାବରେ ଆନ୍ଧ୍ରପ୍ରଦେଶ ସାରା ଦେଶରେ ଚିନ୍ତାର କାରଣ ପାଲଟିଛି। ଆଜି ଗୋଟିଏ ଦିନରେ ଆନ୍ଧ୍ର ପ୍ରଦେଶରୁ ୧୦,୦୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ବ୍ଯତୀତ ଅନ୍ୟ କୌଣସି ରାଜ୍ୟରେ ଦିନକରେ ଏତେ ଅଧିକ ଆକ୍ରାନ୍ତ ଅନ୍ୟ କୌଣସି ରାଜ୍ୟରେ ଚିହ୍ନଟ ହୋଇନଥିଲେ। ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରପ୍ରଦେଶରେ ୧,୨୦,୩୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ୬୩,୭୭୧ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ଓ ୧୨୧୩ ଲୋକ ପ୍ରାଣ ହରାଇଛନ୍ତି।

ଓଡିଶା ସୀମା ସହିତ ଆନ୍ଧ୍ରପ୍ରଦେଶର ସଂଯୋଗ ରହିଛି। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା ଓ  ମାଲକାନଗିରି ଜିଲାର ସୀମା ସହିତ ଆନ୍ଧ୍ରପ୍ରଦେଶର ପ୍ରତ୍ଯକ୍ଷ ସମ୍ପର୍କ ରହିଛି। ବର୍ତ୍ତମାନ ଗଞ୍ଜାମ ଓ ଗଜପତି ଜିଲାରେ କରୋନା ସଂକ୍ରମଣ ବିସ୍ଫୋରକ ସ୍ଥିତିରେ ରହିଛି। ସ୍ଥିତି ସୁଧାରିବାକୁ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ଓ ଓଡିଶା ସୀମାରେ ଚଳ ପ୍ରଚଳ ସଂପୂର୍ଣ୍ଣ ବନ୍ଦ କରିବା ଜରୁରୀ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

170 ହଟ୍‌ସ୍ପଟ୍‌ ତାଲିକାରେ ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ପକ୍ଷରୁ 170ଟି ହଟ୍‌ସ୍ପଟ୍‌ ଜିଲ୍ଲାର ତାଲିକା ପ୍ରକାଶ କରାଯାଇଛି । ଦେଶର 170 ହଟ୍‌ସ୍ପଟ୍‌ ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା। ଓଡ଼ିଶାର ଏକମାତ୍ର ଜିଲ୍ଲା ଖୋର୍ଦ୍ଧା ହଟସ୍ପଟ୍‌ ଜିଲ୍ଲା ଭାବେ ଚିହ୍ନଟ ହୋଇଛି । କ୍ଲଷ୍ଟର ଥିବା ହଟ୍‌ସ୍ପଟ୍‌ ଜିଲ୍ଲା ତାଲିକାରେ ଭଦ୍ରକ । ସେହିପରି ଅଣ ହଟ୍‌ସଟ୍‌ ତାଲିକାରେ ଓଡ଼ିଶାର 7ଟି ଜିଲ୍ଲା ରହିଛି । ସେହି ଜିଲ୍ଲାଗୁଡିକ ହେଲା କଟକ ଢେଙ୍କାନାଳ, ଯାଜପୁର କଳାହାଣ୍ଡି, କେନ୍ଦ୍ରାପଡା, ପୁରୀ, ସୁନ୍ଦରଗଡ।

କରୋନା ଭାଇରସ୍‌କୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତିନୋଟି ଜୋନ୍‌ କରିଚନ୍ତି । ଏଥିରେ ରେଡ୍‌ ଜୋନ୍‌, ଅରେଞ୍ଜ ଜୋନ୍‌ ଓ ଗ୍ରୀନ୍‌ ଜୋନ୍‌ ସାମିଲ୍‌ ରହିଛନ୍ତି । ରେଡ୍‌ ଜୋନ୍‌ରେ 170ଟି ହଟସ୍ପଟ୍‌ ରହିଛି । ସେହିପରି 47ଟି ଜିଲ୍ଲାରେ 47 ଜିଲ୍ଲା ସାମିଲ୍‌ ରହିଛି ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସରକାରଙ୍କୁ ଘେରିଲେ ରାହୁଲ : କରୋନା ହଟସ୍ପଟକୁ ଲକ୍‌ଡାଉନ୍‌ କରି ବ୍ୟବସାୟକୁ ଆରମ୍ଭର ପ୍ରସ୍ତାବ

ନୂଆଦିଲ୍ଲୀ : ଲକ୍‌ଡାଉନ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । କରୋନା ହଟସ୍ପଟ୍‌ ସ୍ଥାନ ଗୁଡିକରେ ଲକ୍‌ଡାଉନ୍‌କୁ ଜାରି କରାଯିବାର ପ୍ରସ୍ତାବ ଦେଇଛନ୍ତି ରାହୁଲ୍ । ଲକ୍‌ଡାଉନ୍‌ କାରଣରୁ ଗରିବ ଏବଂ ଖଟିଖିଆ ଳୋକେ ସର୍ବାଧିକ ପ୍ରଭାବିତ । ଏପରିକି ବିଭିନ୍ନ କ୍ଷୁଦ୍ର ବ୍ୟବସାୟ ମଧ୍ୟ ଏହା ଦ୍ବାରା ଗଭୀର ଭାବରେ ପ୍ରଭାବିତ । ତେଣୁ ଏପରି ଶ୍ରେଣୀର ଲୋକଙ୍କୁ ଅସୁବିଧାରୁ ବାହାର କରିବା ପାଇଁ ସରକାରଙ୍କୁ ସାମୂହିକ ଲକ୍‌ଡାଉନ୍‌ ପରିବର୍ତ୍ତେ ଅନ୍ୟ ପଦକ୍ଷେପ ନେବା ଉଚିତ୍‌ । କରୋନା ହଟସ୍ପଟ ଗୁଡିକୁ ଚିହ୍ନଟ କରିବା ସହିତ ଉକ୍ତ ଅଞ୍ଚଳକୁ ଲକ୍‌ଡାଉନ୍‌ କରିବା ସହିତ ଅନ୍ୟାନ୍ୟ ଅଞ୍ଚଳରେ ବନ୍ଦ ପଡିଥିବା ବ୍ୟବସାୟକୁ ଆରମ୍ଭ କରାଯିବା ଉଚିତ୍‌ ବୋଲି ରାହୁଲ୍‌ ଏକାଧିକ ଟ୍ବିଟରେ ପ୍ରକାଶ କରିଛନ୍ତି । ଗରିବ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ରାହୁଲ ଟ୍ବିଟ୍‌ କରିଛନ୍ତି ।