ସରକାରଙ୍କୁ ଘେରିଲେ ରାହୁଲ : କରୋନା ହଟସ୍ପଟକୁ ଲକ୍‌ଡାଉନ୍‌ କରି ବ୍ୟବସାୟକୁ ଆରମ୍ଭର ପ୍ରସ୍ତାବ

Published: Apr 14, 2020, 4:16 pm IST

ନୂଆଦିଲ୍ଲୀ : ଲକ୍‌ଡାଉନ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । କରୋନା ହଟସ୍ପଟ୍‌ ସ୍ଥାନ ଗୁଡିକରେ ଲକ୍‌ଡାଉନ୍‌କୁ ଜାରି କରାଯିବାର ପ୍ରସ୍ତାବ ଦେଇଛନ୍ତି ରାହୁଲ୍ । ଲକ୍‌ଡାଉନ୍‌ କାରଣରୁ ଗରିବ ଏବଂ ଖଟିଖିଆ ଳୋକେ ସର୍ବାଧିକ ପ୍ରଭାବିତ । ଏପରିକି ବିଭିନ୍ନ କ୍ଷୁଦ୍ର ବ୍ୟବସାୟ ମଧ୍ୟ ଏହା ଦ୍ବାରା ଗଭୀର ଭାବରେ ପ୍ରଭାବିତ । ତେଣୁ ଏପରି ଶ୍ରେଣୀର ଲୋକଙ୍କୁ ଅସୁବିଧାରୁ ବାହାର କରିବା ପାଇଁ ସରକାରଙ୍କୁ ସାମୂହିକ ଲକ୍‌ଡାଉନ୍‌ ପରିବର୍ତ୍ତେ ଅନ୍ୟ ପଦକ୍ଷେପ ନେବା ଉଚିତ୍‌ । କରୋନା ହଟସ୍ପଟ ଗୁଡିକୁ ଚିହ୍ନଟ କରିବା ସହିତ ଉକ୍ତ ଅଞ୍ଚଳକୁ ଲକ୍‌ଡାଉନ୍‌ କରିବା ସହିତ ଅନ୍ୟାନ୍ୟ ଅଞ୍ଚଳରେ ବନ୍ଦ ପଡିଥିବା ବ୍ୟବସାୟକୁ ଆରମ୍ଭ କରାଯିବା ଉଚିତ୍‌ ବୋଲି ରାହୁଲ୍‌ ଏକାଧିକ ଟ୍ବିଟରେ ପ୍ରକାଶ କରିଛନ୍ତି । ଗରିବ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ରାହୁଲ ଟ୍ବିଟ୍‌ କରିଛନ୍ତି ।

Related posts