Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଗଷ୍ଟ 31 ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ କଲେଜ, ଅନଲକ 3.0 ରେ ଜାରୀ ହେଲା 10ଟି ଗାଇଡ ଲାଇନ, ଜାଣନ୍ତୁ କଣ
ଜାତୀୟ ଖବର

ଅଗଷ୍ଟ 31 ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ କଲେଜ, ଅନଲକ 3.0 ରେ ଜାରୀ ହେଲା 10ଟି ଗାଇଡ ଲାଇନ, ଜାଣନ୍ତୁ କଣ

July 29, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଆଜି କେନ୍ଦ୍ର ଗୃହ ବିଭାଗ ଅନଲକ 3.0 ଜାରି କରିଛନ୍ତି। ଏଥିରେ ସ୍କଲ, କଲେଜ ଏବଂ କୋଚିଂ ସେଣ୍ଟର ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ହେଲେ ଏହି ସମୟରେ ଜିମ୍, ଯୋଗ କେନ୍ଦ୍ର ଖୋଲା ଯାଇପାରିବ। ରାତ୍ରୀରେ ଲୋକମାନେ ଯିବା ଆସିବା କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଏହି ଅନ ଲକ 3.0 ରେ କେନ୍ଦ୍ର ସରକାର 10ଟି ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି।

ଆସନ୍ତା ଅଗଷ୍ଟ ପହିଲାଠାରୁ ଲାଗୁ ହେବାକୁ ଥିବା ଅନଲକ-3ରେ କେତେକ କଟକଣାକୁ ପର୍ଯ୍ୟାୟକ୍ରମେ ଉଠାଇ ନିଆଯିବ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଉପଲବ୍ଧ ତଥ୍ୟକୁ ଆଧାର କରି ବିଭିନ୍ନ ମନ୍ତ୍ରଣାଳୟ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ନୂତନ ମାର୍ଗଦର୍ଶିକାର କେତେକ ମୌଳିକ ନିୟମଗୁଡିକ ହେଲା –

•    ରାତ୍ରୀକାଳୀନ ଯାତାୟାତ ଓ କର୍ଫ୍ୟୁକୁ ହଟାଇ ଦିଆଯାଇଛି

•    ଯୋଗ ପ୍ରତିଷ୍ଠାନ ଓ ବ୍ୟାୟାମଶାଳାଗୁଡିକୁ ଆସନ୍ତା ମାସ 5 ତାରିଖଠାରୁ ଖୋଲିବା ପାଇଁ ଅନୁମତି ପ୍ରଦାନ ଦିଆଯାଇଛି। ତେବେ ଏସଂକ୍ରାନ୍ତରେ ଏସଓପି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇ ସାମାଜିକ ଦୂରତ୍ଵକୁ ସୁନିଶ୍ଚିତ କରାଯିବ

•    ସ୍ଵାଧୀନତା ଦିବସ ସମାରୋହ ସାମାଜିକ ଦୂରତ୍ଵ ସହ ପାଳନ କରିବାକୁ ଅନୁମତି ଦିଆଯିବ। ଉଦାହରଣ ସ୍ୱରୂପ ସମାରୋହ ପାଳନ ସମୟରେ ମାସ୍କ ବ୍ୟବହାର କରିବାକୁ ପଡିବ। ଏସଂକ୍ରାନ୍ତରେ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଚଳିତ ମାସ 21 ତାରିଖ ଦିନ ଜାରି କରାଯାଇଥିବା ନିୟମାବଳୀକୁ ପାଳନ କରିବାକୁ ପଡିବ।

•    ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହ ବିସ୍ତୃତ ଆଲୋଚନା ପରେ ସ୍କୁଲ, କଲେଜ ଓ କୋଚିଙ୍ଗ ସେଣ୍ଟରଗୁଡିକୁ ଅଗଷ୍ଟ 31 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

•    ବନ୍ଦେ ଭାରତ ମିଶନ ଅଧୀନରେ ଯାତ୍ରୀମାନଙ୍କୁ ବିମାନ ଯୋଗେ ବିଦେଶ ଯାତ୍ରାକୁ ଅନୁମତି ଦିଆଯାଇଛି।

•    ସମସ୍ତ କାର୍ଯ୍ୟକଳାପ ନିମ୍ନରେ ଦର୍ଶାଯାଇଥିବା ବିଷୟ ବ୍ୟତୀତ ଆବଦ୍ଧାଞ୍ଚଳ ବାହାରେ ଅନୁମତି ପ୍ରଦାନ କରାଯିବ
*    ମେଟ୍ରୋ ରେଳ
*    ସିନେମା ହଲ, ସନ୍ତରଣାଗାର, ପ୍ରମୋଦ ଉଦ୍ୟାନ, ଥିଏଟର, ବାର, ଅଡିଟୋରିୟମ, ଆସେମ୍ବଲି ହଲ ଇତ୍ୟାଦି
*    ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ଶୈକ୍ଷିକ, ସାଂସ୍କୃତିକ, ଧର୍ମସଭା ଓ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ବ୍ୟବସ୍ଥା
ଏସବୁ ନିମନ୍ତେ ନିଷ୍ପତ୍ତି ପରବର୍ତ୍ତୀ ଅବସ୍ଥା ଦେଖି କରାଯିବ।

•    ଆବଦ୍ଧାଞ୍ଚଳଗୁଡିକରେ ଲକଡାଉନ ନିୟମାବଳୀଗୁଡିକୁ ଅଗଷ୍ଟ 31 ପର୍ଯ୍ୟନ୍ତ କଡାକଡି ପାଳନ କରାଯିବ। କରୋନା ସଂକ୍ରମଣ ରୋକିବା ପାଇଁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନେ ଆବଦ୍ଧାଞ୍ଚଳଗୁଡିକୁ ଗୃହ ମନ୍ତ୍ରଣାଳୟର ନିୟମାନୁସାରେ ପୃଥକ ରଖିବେ। କେବଳ ଜରୁରୀକାଳୀନ କାର୍ଯ୍ୟକଳାପ ବ୍ୟତୀତ ଅନ୍ୟ କୌଣସିକୁ ଅନୁମତି ଦିଆଯିବ ନାହିଁ।

•    ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଆବଦ୍ଧାଞ୍ଚଳ ସମ୍ପର୍କିତ ସମସ୍ତ ତଥ୍ୟ ଜିଲ୍ଲାପାଳଙ୍କ ୱେବସାଇଟରେ ସ୍ଥାନିତ କରାଯିବ। ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଏ ସମ୍ପର୍କରେ ଅବଗତ ରହିବେ।

•    ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷ ଆବଦ୍ଧାଞ୍ଚଳଗୁଡିକର କାର୍ଯ୍ୟକଳାପକୁ କଡାକଡି ଭାବେ ତଦାରଖ କରିବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆବଦ୍ଧାଞ୍ଚଳଗୁଡିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ନିୟମାବଳୀଗୁଡିକୁ ତଦାରଖ କରାଯିବ।

•  ରାଜ୍ୟଗୁଡିକ ଆବଦ୍ଧାଞ୍ଚଳଗୁଡିକର ବାହାରେ କାର୍ଯ୍ୟକଳାପଗୁଡିକ ଉପରେ ନିଷ୍ପତ୍ତି ନେବେ। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ପରିସ୍ଥିତିର ସମୀକ୍ଷା କରି ଆବଦ୍ଧାଞ୍ଚଳ ବାହାରେ କେଉଁ ବିଷୟରେ ଅନୁମତି ଦିଆଯିବ ବା ନ ଦିଆଯିବ ତାହା ସ୍ଥିର କରିବେ।

ତେବେ ଆନ୍ତଃରାଜ୍ୟ ଓ ଅନ୍ତରାଜ୍ୟ ମଧ୍ୟରେ ଜନସାଧାରଣ ଜିନିଷପତ୍ର ନେବା ଆଣିବାରେ କୌଣସି ବାଧା ରହିବ ନାହିଁ। ଏପ୍ରକାରର ଚଳାଚଳ ନିମନ୍ତେ କୌଣସି ପ୍ରକାର ଅନୁମତିର ଆବଶ୍ୟକତା ପଡିବ ନାହିଁ।

କୋଭିଡ-19 ପରିଚାଳନା ପାଇଁ ଜାତୀୟ ନିର୍ଦ୍ଦେଶାବଳୀ-

କୋଭିଡ-19 ପରିଚାଳନା ପାଇଁ ଉଦ୍ଦିଷ୍ଟ ନିୟମାବଳୀ ସାମାଜିକ ଦୂରତ୍ଵ ସୁନିଶ୍ଚିତ କରିବା ପାଇଁ ସମଗ୍ର ଦେଶରେ ଲାଗୁ ହେବ। ଦୋକାନଗୁଡିକ ଗ୍ରାହକମାନଙ୍କ ମଧ୍ୟରେ ଆବଶ୍ୟକ ସାମାଜିକ ଦୂରତ୍ଵ ରକ୍ଷା କରିବେ। ଜାତୀୟ ନିୟମାବଳୀ ପାଳନ ସମ୍ପର୍କରେ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ କଡାକଡି ଭାବେ ତଦାରଖ କରିବେ।

କେତେକ ବ୍ୟକ୍ତିଙ୍କ ପାଇଁ ବିଶେଷ ସୁରକ୍ଷା-
65 ବର୍ଷରୁ ଉର୍ଦ୍ଧ୍ଵ ଏବଂ ବିଭିନ୍ନ ଜଟିଳ ବ୍ୟାଧି ଓ ସମସ୍ୟା ଭୋଗ କରୁଥିବା ଲୋକ, ଗର୍ଭବତୀ ମହିଳା, 10 ବର୍ଷରୁ କମ ଶିଶୁମାନଙ୍କୁ କେତେକ ବିଶେଷ ପରିସ୍ଥିତି ବ୍ୟତୀତ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ଆରୋଗ୍ୟ ସେତୁର ବ୍ୟବହାର –
ଆରୋଗ୍ୟ ସେତୁ ମୋବାଇଲ ଆପ ବ୍ୟବହାରକୁ ପ୍ରୋତ୍ସାହନ ଦିଆଯିବ।

mha unlock3.0 ଅନଲକ 3.0 ଓଡିଶା କରୋନା ଅପଡେଟ୍
Share. Facebook Twitter LinkedIn Email WhatsApp Copy Link

Related Posts

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026
Latest News

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.