Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦିନକ ପାଇଁ ଜିଲ୍ଲାପାଳ ଚଉକିରେ ବସିଲେ ପିଅନ, ଅବସର ବେଳେ ତାଙ୍କୁ ଏପରି ସମ୍ମାନ ଦେଲେ ଜିଲ୍ଲାପାଳ
ଜାତୀୟ ଖବର

ଦିନକ ପାଇଁ ଜିଲ୍ଲାପାଳ ଚଉକିରେ ବସିଲେ ପିଅନ, ଅବସର ବେଳେ ତାଙ୍କୁ ଏପରି ସମ୍ମାନ ଦେଲେ ଜିଲ୍ଲାପାଳ

August 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବଦୋଦରା, ସେ ହେଉଛନ୍ତି ଜିଲ୍ଲାପାଳଙ୍କ ପିଅନ, ଦୀର୍ଘ ୩୮ ବର୍ଷ ଧରି ଜିଲ୍ଲାପାଳଙ୍କ ଚ୍ୟାମ୍ବର ଆଗରେ ବସନ୍ତି। ଜିଲ୍ଲାପାଳଙ୍କ ପାଖକୁ ଯେଉଁମାନେ ଆସନ୍ତି, ସେମାନେ ଭିତରକୁ ଯିବେ କି ନାହିଁ ପ୍ରଥମେ ତାଙ୍କୁ ପଚାରନ୍ତି। ସେ ହଁ କଲେ ଭିତରକୁ ଯାଆନ୍ତି। ହେଲେ ସେ କେବେ ଭାବି ନ ଥିଲେ ଯେ, ଯେଉଁ ଚ୍ୟାମ୍ବର ଆଗରେ ସେ ପିଅନ, ସେହି ଚ୍ୟାମ୍ବର ଚଉକିରେ ସେ ବସିବେ। କେବେ ଭାବି ନ ଥିଲେ ଯେ, ସକାଳୁ ସକାଳୁ  ଅଫିସ ଆସିଲେ ସେ ଯେଉଁ ଚ୍ୟାୟରକୁ ପୋଛାପୋଛି କରି ସଫା କରନ୍ତି ସେହି ଚ୍ୟାୟରରେ ସେ ବସିବେ। ହେଲେ ସେହି ଅସମ୍ଭବ କଥାଟି  ସମ୍ଭବ ହୋଇଛି।

ଘଟଣାଟି ଗୁଜୁରାଟ ରାଜ୍ୟର ଆନନ୍ଦ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସରେ ଘଟିଛି। ୬୦ ବର୍ଷ ବୟସ୍କ ପିଅନ ଫତେ ସିଂ ମାଖୱାନା। ଦୀର୍ଘ ୩୮ ବର୍ଷ ଧରି ସେ ପିଅନ ଭାବେ ସେହି ଗୋଟିଏ ଅଫିସରେ କାମ କରି ସେହିଠାରୁ ଅବସର ନେଲେ। ତାଙ୍କର ଚାକିରୀ କାଳ, କେବଳ ଜିଲ୍ଲାପାଳଙ୍କ ଚ୍ୟାମ୍ବର ଆଗରେ ବସିବାରୁ ଆରମ୍ଭ ହୋଇ ସେହିଠାରେ ଶେଷ ହେଲା। ତାଙ୍କର ଉତ୍ତମ ବ୍ୟବହାର ସହିତ ସଚ୍ଚୋଟ ଭାବେ କାମ କରିବା ଶୈଳୀ ସେହି ଅଫିସରେ ସମସ୍ତଙ୍କୁ ଭଲ ଲାଗେ। ଗତ ଶୁକ୍ରବାର ଦିନ ସେ ଦୀର୍ଘ ଚାକିରୀ ଜୀବନରୁ ଅବସର ନେଉଥିବାରୁ ତାଙ୍କୁ କର୍ମଚାରୀମାନେ ଏକ ଭଲ ବିଦାୟ କାଳିନ ସମ୍ବର୍ଧନା ମଧ୍ୟ ଦେଲେ।

ସେହି ସମ୍ବର୍ଧନା ଉତ୍ସବରେ ସ୍ବୟଂ ଜିଲ୍ଲାପାଳ ଆର.ଜି ଗୋହିଲ ମଧ୍ୟ ଉପସ୍ଥିତ ଥିଲେ। ସେ ତାଙ୍କ ବେକରେ ଫୁଲ ହାରଟିଏ ଲମ୍ବାଇ ଦେଲେ। ହେଲେ ସେ ସବୁ ଭିତରେ ହଠାତ ଜିଲ୍ଲାପାଳ ଉତ୍ସବ ସ୍ଥଳରୁ ଫତେ ସିଂଙ୍କୁ ତାଙ୍କ ଚ୍ୟାମ୍ବର ଭିତରକୁ ଭିଡି ଭିଡି ନେଇ ଆସିଲେ। ଆଉ ତାଙ୍କ ଚ୍ୟାୟରରେ ବସାଇ ତାଙ୍କ ପାଖରେ ଛିଡା ହେଲେ। ହଠାତ କେହି କିଛି ବୁଝିପାରିଲେ ନାହିଁ।

ସମସ୍ତଙ୍କ ମୁହଁକୁ ଦେଖି ଜିଲ୍ଲାପାଳ କହିଲେ, ଫତେ ସିଂ ଯେଉଁ ଚ୍ୟାୟରକୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ କରି ରଖିଛନ୍ତି ଆଜି ତାଙ୍କ ଅବସରରେ ତାଙ୍କୁ ସେହି ଚ୍ୟାୟରରେ ବସାଇ ସମ୍ମାନ ଦେବାର ଆବଶ୍ୟକତା ରହିଛି। ଏହା ଜାଣିବା ପରେ ସେଠାରେ ଥିବା ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହେବା ସହ ତାଳିମାରି ସମ୍ମାନ ପ୍ରଦାନ କରିଥିଲେ। ଏହା ଗୁଜୁରାଟରେ ଏକ ଚର୍ଚ୍ଚାର ବିଷୟ ପାଲଟିଯାଇଛି।

ias
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପଶ୍ଚିମବଙ୍ଗ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ

April 29, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026
Latest News

ଥାନା ହେପାଜତରେ ଜୀବନ ହାରିଲେ ଅଭିଯୁକ୍ତ

April 29, 2026

ସେବାୟତ ବିବାଦ : ମହାପ୍ରଭୁ ଖେଳି ପାରିଲେନି ଚାପ

April 29, 2026

ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେ ମମତା

April 29, 2026

ଆଜି ପଶ୍ଚିମବଙ୍ଗ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ

April 29, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.