Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଶ୍ଚର୍ଯ୍ୟ, କେବଳ ଆଇଁଶ ବାରରେ ସାପମାନେ ଆସନ୍ତି ମାଛ ପୁଟା ଓ ଗାଲିସ ଖାଇବାକୁ, ଅନ୍ୟ ଦିନରେ ଦେଖା ନାହିଁ
ବିଶେଷ ଖବର

ଆଶ୍ଚର୍ଯ୍ୟ, କେବଳ ଆଇଁଶ ବାରରେ ସାପମାନେ ଆସନ୍ତି ମାଛ ପୁଟା ଓ ଗାଲିସ ଖାଇବାକୁ, ଅନ୍ୟ ଦିନରେ ଦେଖା ନାହିଁ

August 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଶ୍ଚର୍ଯ୍ୟ, କେବଳ ଆଇଁଶ ବାରରେ ସାପମାନେ ଆସନ୍ତି ମାଛ ପୁଟା ଓ ଗାଲିସ ଖାଇବାକୁ, ଅନ୍ୟ ଦିନରେ ଦେଖା ନାହିଁ

କଟକ, ଗତ କିଛି ଦିନ ହେବ କଟକ ଜିଲ୍ଲାର ବାଙ୍କୀ ସବଡିଭିଜନ ରେ ବିସ୍ମିତ କଲା ଭଳି ଘଟଣା ଦେଖିବାକୁ ମିଳୁଛି। ଏକ ମାଛ ବ୍ୟବସାୟୀ ସହ କିଛି ଧଣ୍ଡ ସାପମାନଙ୍କ ସମ୍ପର୍କ। ସୂଚନା ଯୋଗ୍ୟ ମାଛ ବ୍ୟବସାୟୀ ଦୃଯୋଧ୍ୟନ ବାବୁ ପେଶା ରେ ଜଣେ ଟେଲର, ସେ ଦୀର୍ଘ ଦିନ ହେବ ବାଙ୍କୀ କଲେଜ ରୋଡ଼ସ୍ଥିତ ଏକ ଭଡା ଦୋକାନ ଘରେ ଟେଲର କାମ କରି ନିଜ ପରିବାର ଚଳାଉଥିଲେ କିନ୍ତୁ କୋରନା ମହାମାରୀ ଆସିବା ଦିନ ଠାରୁ ତାଙ୍କ ପୂର୍ବ ଟେଲରିଂ କାମ ଠପ୍ ହେଇଯିବାରୁ ସେ ଏକ ବିକଳ୍ପ ପନ୍ଥା ଯେମିତିକି ସେହି ବଜାର ରେ ମାଛ ଓ ଚିଙ୍ଗୁଡ଼ି ବ୍ୟବସାୟ ଆରମ୍ଭ କରିଥିଲେ।

ମାଛ କାଟିଲା ପରେ ମାଛ ର ପୁଟା ଓ ଗାଲିସି କୁ ସେ ଅନ୍ୟତ୍ର ଫୋପାଡ଼ି ଦିଅନ୍ତି । କିନ୍ତୁ ତାଙ୍କ ଅଜଣାତା ସେଗୁଟିକୁ ବିଲେଇ ଖାଇବା ବଦଳ ରେ ଧଣ୍ଡ ସାପ ଖାଇଯାନ୍ତି। ତେବେ ସେଠିକାର ସ୍ଥାନୀୟ ବ୍ୟକ୍ତି ଆଧ୍ୟାପକ ବିରବର ହରିଚନ୍ଦନ ସେଠାକୁ ସବୁବେଳେ ମାଛ କିଣିବାକୁ ଯାଆନ୍ତି । ସିଏ ହିଁ ଏହି ବିରଳ ଘଟଣା କୁ ପ୍ରଥମେ ଜାଣିବାକୁ ପାଇଥିଲେ । ପ୍ରାୟ ଏକ ମାସ ଧରି ଅନୁଧ୍ୟାନ କଲାପରେ ସେ ଜାଣିବାକୁ ପାଇଲେ ଗୋଟେ ଧଣ୍ଡ ସାପ ନୁହେଁ ୪ ରୁ ୫ ଟି ଧଣ୍ଡ ସାପ ସେଠାକୁ ଆସୁଛନ୍ତି ।

ଏ ସମ୍ପର୍କରେ ସେ ସ୍ନେକ ହେଲ୍ପ ଲାଇନ ର ସଂଯୋଜକ ଲଳିତ ମୋହନ ପଣ୍ଡା ଜାଣିବାରୁ ସେ ଗତ ଶୁକ୍ରବାର ଦିନ ସକାଳେ ସେଠାରେ ପହଞ୍ଚି ଏକ ଘଣ୍ଟା ଧରି ଅନୁଧ୍ୟାନ କରି ଜାଣିଲେ ଯେ ଏଠାରେ ୫ ଟି ରୁ ଉର୍ଦ୍ଧ ଧଣ୍ଡ ସାପ ଓ ଢାମଣା ସାପ ଅଛି। ଯେ ସାପ କୁ ଏଠି ସାଧରଣ ଲୋକ ଡରୁନାହଁନ୍ତି ବରଂ ସାପ ଆମ ପାଇଁ ଉପକାରୀ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ମତ ପାଇଥିଲେ।

ତେବେ ଏ ସମ୍ପର୍କରେ ଲିଲତ ସ୍ନେକ ହେଲ୍ପ ଲାଇନ ର ସଂମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଲଳିତଙ୍କୁ ଠୁ ଏ ସମ୍ପର୍କରେ ଖବର ପାଇ ନିଜର କୌତୁହଳ କୁ ଦମନ କରି ନପାରି ଗତ ରବିବାର ଦିନ ଧାଇଁଗଲେ ବାଙ୍କୀ । ସ୍ଥାନୀୟ ଲୋକ ହରିଚନ୍ଦନ ବାବୁ,ସ୍ନେକ ହେଲ୍ପ ଲାଇନ ର ସଂଯୋଜକ ଲଳିତ ଓ ସଦସ୍ୟ ଦୃଗା ମାଧବ କୁ ନେଇ ଏକ ଟିମ ପ୍ରସ୍ତୁତ କରି ରବିବାର ସକାଳେ ସେଠାରେ ପହଞ୍ଚି ସାପ ର ଗତି ବିଧି ଉପରେ ନଜର ରଖିଥିଲେ ।

ତେବେ ମାଛ ବିକ୍ରୀ ହେଉଥିବା ଦିନ ଅର୍ଥାତ ବୁଧ, ଶୁକ୍ର ଓ ରବିବାର ଏଇ 3 ଦିନ ହିଁ ସେଇ ଧଣ୍ଡ ମାନେ ହି ସେଇ ସ୍ଥାନକୁ ଆସୁଛନ୍ତି । ଅନ୍ୟ ଦିନ ମାନଙ୍କରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ଠିକ ସେଇ ସମୟରେ ସେହି ସ୍ଥାନରେ ଆଉ ସାପ ଙ୍କୁ ପାଉ ନାହାନ୍ତି । ସତେ ଯେମିତି ମାଛ ବିକୁଥିବା ଯୁଧିଷ୍ଠିର ପ୍ରଧାନ ଙ୍କ ସହ ଧଣ୍ଡ ସାପ ମାନଙ୍କର ଏକ ଭାଵ ଗତ ସମର୍କ ଯୋଡି ହେଇ ଯାଇଛି । ଯେଉଁଦିନ ଯୁଧିଷ୍ଠିର ଆସିବେ, ସାପ ମାନେ ଆସିବେ । ଆଉ ଯେଉଁଦିନ ଯୁଧିଷ୍ଠିର ଆସିବେ ନାହିଁ, ସାପ ମାନେ ବି କୁଆଡେ କେଜାଣି ଲୁଚି ଯାଆନ୍ତି ।

ସାପ ଓ ମଣିଷ ର ଲଢେଇ ସାରା ବିଶ୍ୱରେ ଦେଖା ଯାଏ । କିନ୍ତୁ ସାପ ସହ ମଣିଷ ର ଭଲ ପାଇବା ସମର୍କ ହୁଏତ ଏହା ବିଶ୍ୱ ରେ ପ୍ରଥମ । 5 ଟି ଧଣ୍ଡ ସାପ ଆଉ ସେମାନଙ୍କୁ ଖାଇବାକୁ ଦେଇ ତାଙ୍କର ବନ୍ଧୁ ପାଲଟିଥିବା ଯୁଧିଷ୍ଠିର କିନ୍ତୁ ଏହି ଅସମ୍ଭବ କୁ ସମ୍ଭବ କରାଇ ଚର୍ଚ୍ଚାରେ ।

ସାପ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026

ଅବକାରୀ ବିଭାଗର ବଡ଼ ସଫଳତା: ୮୦ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

June 22, 2026

ବର୍ଷାରେ ଭିଜିଲା ଟ୍ୱିନ୍ ସିଟି; ଗରମରୁ ମିଳିଲା ଆଶ୍ୱସ୍ତି, ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା

June 22, 2026

ସମ୍ବଲପୁରରେ ଭିଡ ହିଂସା! ପିଲାଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ

June 22, 2026
Latest News

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026

ଭାରତ ପାଇଁ ବଢିଲା ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିବାର ଆଶଙ୍କା: ବୁଝନ୍ତୁ ସମ୍ପୂର୍ଣ୍ଣ ସମୀକରଣ

June 22, 2026

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା!: ବିଜେପିରେ ଯୋଗ ଦେଲେ ୫୦ ରୁ ଅଧିକ ପଦାଧିକାରୀ

June 22, 2026

NEET ପୁନଃପରୀକ୍ଷାରେ ମହାଠକେଇ! ନକଲି ପ୍ରାର୍ଥୀ ସାଜି ପରୀକ୍ଷା ଦେଉଥିଲେ ଡାକ୍ତର ଓ MBBS ଛାତ୍ର, ୯ ଜଣ ଗିରଫ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.