Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଆପଣଙ୍କ ପାଖେପାଖେ ବୁଲୁଛି ସାପଠାରୁ ଆହୁରି ଏକ ଭୟଙ୍କର ପ୍ରାଣୀ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ ପାଇଁ ସାପଠାରୁ ଆହୁରି ଏକ ଭୟଙ୍କର ପ୍ରାଣୀ ରହିଛି। ଆପଣ ସାପ ଦେଖିଲେ ଜାଣିପାରିବେ ବା ଚିହ୍ନି ପାରିବେ। ହେଲେ ଏହି ଭୟଙ୍କର ପ୍ରାଣୀକୁ ଚିହ୍ନିବା କାଠିକର ପାଠ। ସେହିପରି ସାପକୁ ଯଦି ଆପଣ ଆଘାତ କରିବେ ସେ ହୁଏତ ଦଂଶନ କରିବ। କିନ୍ତୁ ଏହି ପ୍ରାଣୀକୁ ଆପଣ କିଛି କରନ୍ତୁ ବା ନ କରନ୍ତୁ ଆପଣଙ୍କୁ ଖାଇଦେବ।

ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ସେହି ଭୟଙ୍କର ପ୍ରାଣୀଟି ହେଉଛି ଦୁର୍ଜନ ବ୍ୟକ୍ତି। ଚାଣକ୍ୟ ନୀତିରେ ଉଲ୍ଲେଖ ରହିଛି ଯେ ମଣିଷ ପାଇଁ ଏହି ଦୁର୍ଜନ ବ୍ୟକ୍ତି ଭାରି ସାଙ୍ଘାତିକ ତଥା ଭୟଙ୍କର। ସାପକୁ ଆପଣ ଦେଖିଲେ ଜାଣିପାରିବେ ଏହା ଦୁଷ୍ଟ ଜନ୍ତୁ ବୋଲି। ହେଲେ ଏହି ଦୁର୍ଜନ ମଣିଷକୁ ଚିହ୍ନିବା କାଠିକର ପାଠ।

କୌଣସି ଆଘାତ କଲେ ସାପ ଦଂଶନ କରେ ଏବଂ ମଣିଷ ହୁଏତ ମୃତ୍ୟୁ ମୁଖରେ ପଡିପାରେ, କିମ୍ବା ଔଷଧ ଦ୍ବାରା ଭଲ ହୋଇପାରେ। ହେଲେ ଏହି ଦୁର୍ଜନ ଲୋକଙ୍କ ଦଂଶନ ଏହିପରି ଯେ, ଆପଣଙ୍କର ମୃତ୍ୟୁ ହେବ ନାହିଁ ହେଲେ ମଲା ଲୋକଙ୍କ ପରି ଅବସ୍ଥା କରିଦେବ। କେତେବେଳେ ସେ କଣ କରିବ ଆପଣ କେବେ ଭାବି ପାରିବେ ନାହିଁ। ଯାହାର ପ୍ରତିକାର କରିବା ପାଇଁ କୌଣସି ଔଷଧ ମଧ୍ୟ ନାହିଁ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଏହିପରି ବ୍ୟକ୍ତିଙ୍କୁ ବେଳୁ ହିଁ ସାବଧାନ ରୁହନ୍ତୁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ପାଖେପାଖେ ବୁଲୁଛି ସାପଠାରୁ ଆହୁରି ଏକ ଭୟଙ୍କର ପ୍ରାଣୀ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ ପାଇଁ ସାପଠାରୁ ଆହୁରି ଏକ ଭୟଙ୍କର ପ୍ରାଣୀ ରହିଛି। ଆପଣ ସାପ ଦେଖିଲେ ଜାଣିପାରିବେ ବା ଚିହ୍ନି ପାରିବେ। ହେଲେ ଏହି ଭୟଙ୍କର ପ୍ରାଣୀକୁ ଚିହ୍ନିବା କାଠିକର ପାଠ। ସେହିପରି ସାପକୁ ଯଦି ଆପଣ ଆଘାତ କରିବେ ସେ ହୁଏତ ଦଂଶନ କରିବ। କିନ୍ତୁ ଏହି ପ୍ରାଣୀକୁ ଆପଣ କିଛି କରନ୍ତୁ ବା ନ କରନ୍ତୁ ଆପଣଙ୍କୁ ଖାଇଦେବ।

ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ସେହି ଭୟଙ୍କର ପ୍ରାଣୀଟି ହେଉଛି ଦୁର୍ଜନ ବ୍ୟକ୍ତି। ଚାଣକ୍ୟ ନୀତିରେ ଉଲ୍ଲେଖ ରହିଛି ଯେ ମଣିଷ ପାଇଁ ଏହି ଦୁର୍ଜନ ବ୍ୟକ୍ତି ଭାରି ସାଙ୍ଘାତିକ ତଥା ଭୟଙ୍କର। ସାପକୁ ଆପଣ ଦେଖିଲେ ଜାଣିପାରିବେ ଏହା ଦୁଷ୍ଟ ଜନ୍ତୁ ବୋଲି। ହେଲେ ଏହି ଦୁର୍ଜନ ମଣିଷକୁ ଚିହ୍ନିବା କାଠିକର ପାଠ।

କୌଣସି ଆଘାତ କଲେ ସାପ ଦଂଶନ କରେ ଏବଂ ମଣିଷ ହୁଏତ ମୃତ୍ୟୁ ମୁଖରେ ପଡିପାରେ, କିମ୍ବା ଔଷଧ ଦ୍ବାରା ଭଲ ହୋଇପାରେ। ହେଲେ ଏହି ଦୁର୍ଜନ ଲୋକଙ୍କ ଦଂଶନ ଏହିପରି ଯେ, ଆପଣଙ୍କର ମୃତ୍ୟୁ ହେବ ନାହିଁ ହେଲେ ମଲା ଲୋକଙ୍କ ପରି ଅବସ୍ଥା କରିଦେବ। କେତେବେଳେ ସେ କଣ କରିବ ଆପଣ କେବେ ଭାବି ପାରିବେ ନାହିଁ। ଯାହାର ପ୍ରତିକାର କରିବା ପାଇଁ କୌଣସି ଔଷଧ ମଧ୍ୟ ନାହିଁ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଏହିପରି ବ୍ୟକ୍ତିଙ୍କୁ ବେଳୁ ହିଁ ସାବଧାନ ରୁହନ୍ତୁ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ନାଗ ପଞ୍ଚମିରେ ଘର ବାହାରେ ଲେଖନ୍ତୁ ଗୋଟିଏ ନାମ, କେବେ ଘରେ ପ୍ରବେଶ କରିବେ ନାହିଁ ସାପ!

ନୂଆଦିଲ୍ଲୀ: ଶ୍ରାବଣ ମାସ ଶୁକ୍ଲ ପକ୍ଷର ପଞ୍ଚମୀ ତିଥିରେ ନାଗପଞ୍ଚମୀ ପର୍ବ ପାଳନ କରାଯିବ। ଏଥର ନାଗ ପଞ୍ଚମି ଅଗଷ୍ଟ ୨ ତାରିଖରେ ପାଳନ କରାଯିବ। ଏହି ଦିନ ନାଗଦେବଙ୍କୁ ପୂଜା କରିବାର ନିୟମ ରହିଛି। ପୌରାଣିକ ବିଶ୍ୱାସ ଅନୁଯାୟୀ, ଶ୍ରାବଣର ପଞ୍ଚମୀ ତିଥି ସାପମାନଙ୍କ ପାଇଁ ଅତ୍ୟନ୍ତ ପ୍ରିୟ, କାରଣ ଏହି ଦିନ ସମସ୍ତ ସାପର ବିନାଶକୁ ରକ୍ଷା କରାଯାଇଥିଲା। ପ୍ରାଚୀନ କାଳରୁ ସାପ ସହିତ ଜଡିତ ଏକ ପରମ୍ପରା ଅଛି।

କୁହାଯାଏ ଯେ, ସାପ ଘରର ବାହ୍ୟ କାନ୍ଥରେ ଋଷିଙ୍କ ​​ନାମ ଲେଖିଲେ ଘରେ ସାପ ପ୍ରବେଶ କରେ ନାହିଁ। କିମ୍ବଦନ୍ତୀ କ’ଣ କହୁଛି ଆସନ୍ତୁ ଜାଣିବା…

ସାପ କାମୁଡ଼ାରୁ ରକ୍ଷା କରନ୍ତି ଏହି ଋଷି:

ସାପର ନାମ ଶୁଣି ମନରେ ଭୟ ସୃଷ୍ଟି ହୁଏ। ଏଭଳି ପରିସ୍ଥିତିରେ ପ୍ରାଚୀନ କାଳରୁ ଚାଲିଆସୁଥିବା ଏକ ପରମ୍ପରା କେତେକ ସ୍ଥାନରେ ପ୍ରଚଳିତ ଅଛି। ବିଶ୍ୱାସ କରାଯାଏ ଯେ, ସାପମାନେ ଘରର ବାହ୍ୟ କାନ୍ଥରେ ‘ଆସ୍ତିକ ମୁନିଙ୍କ ଦୁହାଇ’ ବାକ୍ୟ ଲେଖିଲେ ଘରେ ସାପ ପ୍ରବେଶ କରନ୍ତି ନାହିଁ। ଏହି ବିଶ୍ୱାସ ପଛରେ ଏକ କିମ୍ବଦନ୍ତୀ ମଧ୍ୟ ଅଛି।

କିମ୍ବଦନ୍ତୀ କ’ଣ କହୁଛି:

ମହାଭାରତ କାଳରେ, ଶମିକ ମୁନିଙ୍କ ଅଭିଶାପ ହେତୁ ତକ୍ଷକ ନାଗ ରାଜା ପରୀକ୍ଷିତଙ୍କୁ କାମୁଡିଥିଲେ। ତାଙ୍କ ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ପରୀକ୍ଷିତଙ୍କ ପୁଅ ଜନମେଜୟ ସମସ୍ତ ସାପକୁ ନଷ୍ଟ କରିବା ପାଇଁ ସାର୍ପୋଷ୍ଟି ଯଜ୍ଞ ଆୟୋଜନ କରିଥିଲେ। ଏହି ଯଜ୍ଞର ପ୍ରଭାବ ହେତୁ ଦୁନିଆର ସମସ୍ତ ସର୍ପ ଏବଂ ସର୍ପମାନେ ନିଜେ ଅଗ୍ନି ଗର୍ତ୍ତ ଆଡକୁ ଟାଣି ହୋଇ ଯାଉଥିଲେ। ଗୋଟିଏ ପରେ ଗୋଟିଏ ସମସ୍ତ ସାପ ଭସ୍ମ ହେବାକୁ ଲାଗିଲେ। ସର୍ପମାନେ ସେମାନଙ୍କୁ ରକ୍ଷା କରିବା ପାଇଁ ମହାନ ଋଷି ଆସ୍ତିକ ମୁନିଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ବ୍ରହ୍ମାଙ୍କ ବରଦାନ ହେତୁ ଆସ୍ତିକ ମୁନି ଏହି ଯଜ୍ଞକୁ ଶେଷ କରି ସର୍ପମାନଙ୍କ ଜୀବନ ରକ୍ଷା କରିଥିଲେ। ତା’ପରେ ସର୍ପମାନେ ଆସ୍ତିକ ମୁନିଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେମାନେ ଯେଉଁ ସ୍ଥାନରେ ଆସ୍ତିକ ମୁନିଙ୍କ ନାମ ଲେଖାଯିବ ସେହି ସ୍ଥାନରେ ସେମାନେ ପ୍ରବେଶ କରିବେ ନାହିଁ। ଯେଉଁ ଘରେ ସର୍ପ ପୂଜା କରାଯାଏ, ସେହି ଘରେ ସାପ କାମୁଡ଼ିବାର ଭୟ କେବେ ରହିବ ନାହିଁ। ଏହି ପରମ୍ପରା ହେତୁ ଲୋକମାନେ ନିଜ ଘର ବାହାରେ ଥିବା କାନ୍ଥରେ ଆସ୍ତିକ ମୁନିଙ୍କ ନାମ ଲେଖନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଆଶ୍ଚର୍ଯ୍ୟ, କେବଳ ଆଇଁଶ ବାରରେ ସାପମାନେ ଆସନ୍ତି ମାଛ ପୁଟା ଓ ଗାଲିସ ଖାଇବାକୁ, ଅନ୍ୟ ଦିନରେ ଦେଖା ନାହିଁ

କଟକ, ଗତ କିଛି ଦିନ ହେବ କଟକ ଜିଲ୍ଲାର ବାଙ୍କୀ ସବଡିଭିଜନ ରେ ବିସ୍ମିତ କଲା ଭଳି ଘଟଣା ଦେଖିବାକୁ ମିଳୁଛି। ଏକ ମାଛ ବ୍ୟବସାୟୀ ସହ କିଛି ଧଣ୍ଡ ସାପମାନଙ୍କ ସମ୍ପର୍କ। ସୂଚନା ଯୋଗ୍ୟ ମାଛ ବ୍ୟବସାୟୀ ଦୃଯୋଧ୍ୟନ ବାବୁ ପେଶା ରେ ଜଣେ ଟେଲର, ସେ ଦୀର୍ଘ ଦିନ ହେବ ବାଙ୍କୀ କଲେଜ ରୋଡ଼ସ୍ଥିତ ଏକ ଭଡା ଦୋକାନ ଘରେ ଟେଲର କାମ କରି ନିଜ ପରିବାର ଚଳାଉଥିଲେ କିନ୍ତୁ କୋରନା ମହାମାରୀ ଆସିବା ଦିନ ଠାରୁ ତାଙ୍କ ପୂର୍ବ ଟେଲରିଂ କାମ ଠପ୍ ହେଇଯିବାରୁ ସେ ଏକ ବିକଳ୍ପ ପନ୍ଥା ଯେମିତିକି ସେହି ବଜାର ରେ ମାଛ ଓ ଚିଙ୍ଗୁଡ଼ି ବ୍ୟବସାୟ ଆରମ୍ଭ କରିଥିଲେ।

ମାଛ କାଟିଲା ପରେ ମାଛ ର ପୁଟା ଓ ଗାଲିସି କୁ ସେ ଅନ୍ୟତ୍ର ଫୋପାଡ଼ି ଦିଅନ୍ତି । କିନ୍ତୁ ତାଙ୍କ ଅଜଣାତା ସେଗୁଟିକୁ ବିଲେଇ ଖାଇବା ବଦଳ ରେ ଧଣ୍ଡ ସାପ ଖାଇଯାନ୍ତି। ତେବେ ସେଠିକାର ସ୍ଥାନୀୟ ବ୍ୟକ୍ତି ଆଧ୍ୟାପକ ବିରବର ହରିଚନ୍ଦନ ସେଠାକୁ ସବୁବେଳେ ମାଛ କିଣିବାକୁ ଯାଆନ୍ତି । ସିଏ ହିଁ ଏହି ବିରଳ ଘଟଣା କୁ ପ୍ରଥମେ ଜାଣିବାକୁ ପାଇଥିଲେ । ପ୍ରାୟ ଏକ ମାସ ଧରି ଅନୁଧ୍ୟାନ କଲାପରେ ସେ ଜାଣିବାକୁ ପାଇଲେ ଗୋଟେ ଧଣ୍ଡ ସାପ ନୁହେଁ ୪ ରୁ ୫ ଟି ଧଣ୍ଡ ସାପ ସେଠାକୁ ଆସୁଛନ୍ତି ।

ଏ ସମ୍ପର୍କରେ ସେ ସ୍ନେକ ହେଲ୍ପ ଲାଇନ ର ସଂଯୋଜକ ଲଳିତ ମୋହନ ପଣ୍ଡା ଜାଣିବାରୁ ସେ ଗତ ଶୁକ୍ରବାର ଦିନ ସକାଳେ ସେଠାରେ ପହଞ୍ଚି ଏକ ଘଣ୍ଟା ଧରି ଅନୁଧ୍ୟାନ କରି ଜାଣିଲେ ଯେ ଏଠାରେ ୫ ଟି ରୁ ଉର୍ଦ୍ଧ ଧଣ୍ଡ ସାପ ଓ ଢାମଣା ସାପ ଅଛି। ଯେ ସାପ କୁ ଏଠି ସାଧରଣ ଲୋକ ଡରୁନାହଁନ୍ତି ବରଂ ସାପ ଆମ ପାଇଁ ଉପକାରୀ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ମତ ପାଇଥିଲେ।

ତେବେ ଏ ସମ୍ପର୍କରେ ଲିଲତ ସ୍ନେକ ହେଲ୍ପ ଲାଇନ ର ସଂମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଲଳିତଙ୍କୁ ଠୁ ଏ ସମ୍ପର୍କରେ ଖବର ପାଇ ନିଜର କୌତୁହଳ କୁ ଦମନ କରି ନପାରି ଗତ ରବିବାର ଦିନ ଧାଇଁଗଲେ ବାଙ୍କୀ । ସ୍ଥାନୀୟ ଲୋକ ହରିଚନ୍ଦନ ବାବୁ,ସ୍ନେକ ହେଲ୍ପ ଲାଇନ ର ସଂଯୋଜକ ଲଳିତ ଓ ସଦସ୍ୟ ଦୃଗା ମାଧବ କୁ ନେଇ ଏକ ଟିମ ପ୍ରସ୍ତୁତ କରି ରବିବାର ସକାଳେ ସେଠାରେ ପହଞ୍ଚି ସାପ ର ଗତି ବିଧି ଉପରେ ନଜର ରଖିଥିଲେ ।

ତେବେ ମାଛ ବିକ୍ରୀ ହେଉଥିବା ଦିନ ଅର୍ଥାତ ବୁଧ, ଶୁକ୍ର ଓ ରବିବାର ଏଇ 3 ଦିନ ହିଁ ସେଇ ଧଣ୍ଡ ମାନେ ହି ସେଇ ସ୍ଥାନକୁ ଆସୁଛନ୍ତି । ଅନ୍ୟ ଦିନ ମାନଙ୍କରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ଠିକ ସେଇ ସମୟରେ ସେହି ସ୍ଥାନରେ ଆଉ ସାପ ଙ୍କୁ ପାଉ ନାହାନ୍ତି । ସତେ ଯେମିତି ମାଛ ବିକୁଥିବା ଯୁଧିଷ୍ଠିର ପ୍ରଧାନ ଙ୍କ ସହ ଧଣ୍ଡ ସାପ ମାନଙ୍କର ଏକ ଭାଵ ଗତ ସମର୍କ ଯୋଡି ହେଇ ଯାଇଛି । ଯେଉଁଦିନ ଯୁଧିଷ୍ଠିର ଆସିବେ, ସାପ ମାନେ ଆସିବେ । ଆଉ ଯେଉଁଦିନ ଯୁଧିଷ୍ଠିର ଆସିବେ ନାହିଁ, ସାପ ମାନେ ବି କୁଆଡେ କେଜାଣି ଲୁଚି ଯାଆନ୍ତି ।

ସାପ ଓ ମଣିଷ ର ଲଢେଇ ସାରା ବିଶ୍ୱରେ ଦେଖା ଯାଏ । କିନ୍ତୁ ସାପ ସହ ମଣିଷ ର ଭଲ ପାଇବା ସମର୍କ ହୁଏତ ଏହା ବିଶ୍ୱ ରେ ପ୍ରଥମ । 5 ଟି ଧଣ୍ଡ ସାପ ଆଉ ସେମାନଙ୍କୁ ଖାଇବାକୁ ଦେଇ ତାଙ୍କର ବନ୍ଧୁ ପାଲଟିଥିବା ଯୁଧିଷ୍ଠିର କିନ୍ତୁ ଏହି ଅସମ୍ଭବ କୁ ସମ୍ଭବ କରାଇ ଚର୍ଚ୍ଚାରେ ।