Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପାଇଲଟ ସହତି 14 ଜଣ ଯାତ୍ରୀ ମୃତ୍ୟୁ, ଫ୍ଲାଇଟ ଟ୍ରାକରରୁ ଜଣାପଡିଲା ଦୁର୍ଘଟଣାର କାରଣ
ଜାତୀୟ ଖବର

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପାଇଲଟ ସହତି 14 ଜଣ ଯାତ୍ରୀ ମୃତ୍ୟୁ, ଫ୍ଲାଇଟ ଟ୍ରାକରରୁ ଜଣାପଡିଲା ଦୁର୍ଘଟଣାର କାରଣ

August 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
An #AirIndiaExpress flight from #Dubai skidded-off the runway after landing at #Kerala's #Kozhikode and plunged deep into a valley, where it broke into two pieces, the @DGCAIndia said.

ତିରୁଅନନ୍ତପୁରମ୍, କେରଳର କୋଝିକୋଡା ବିମାନ ବନ୍ଦରରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପାଇଲଟଙ୍କ ସହିତ 14 ଜଣ ମୃତ୍ୟୁବରଣ କରିଥିବା ବେଳେ ବହୁ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୃତ୍ୟୁବରଣ କରିଥିବା ପାଇଲଟଙ୍କ ନାମ ହେଉଛି କ୍ୟାପେଟନ ଦୀପକ ସେଠ୍। ସେ ଦୁବାଇରୁ 190 ଜଣ ଯାତ୍ରୀ ନେଇ ଆସୁଥିଲେ। ଏହି ଏୟାର ଇଣ୍ଡିଆର ବିମାନ  IX1344  ଠିକ୍ ସଂଧ୍ୟା 7ଟା 40ରେ କୋଝିକୋଡା ବିମାନବନ୍ଦରରେ ଦୁର୍ଘଟଣା ଗସ୍ତ ହୋଇଥିଲା। ଏହି ସମୟରେ ବିମାନ ବନ୍ଦରରେ ପ୍ରବଳ ବର୍ଷା ହେଉଥିଲା। ଫଳରେ ବିମାନ ଅବତରଣ ବେଳେ ସମସ୍ୟା ଉପୁଜିଥିବାରୁ ବିମାନ ଦୁର୍ଘଟଣା ହୋଇଛି ବୋଲି ଜଣାପଡିଛି।

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପାଇଲଟ କ୍ୟାପେଟନ ଦୀପକ ସେଟ୍

ତେବେ ବିମାନ ଦୁର୍ଘଟଣା ସଂପର୍କରେ ଫ୍ଲାଇଟ ଟ୍ରାକର ୱେବସାଇଟରୁ ବହୁ ରୋଚକ ଜନକ ତଥ୍ୟ ହସ୍ତଗତ ହୋଇଛି। ଏହି ଟ୍ରାକରରୁ ଜଣାପଡିଛି ଯେ, ପାଇଲଟ ବିମାନ ବନ୍ଦର ଉପରେ ବହୁ ସମୟ ଧରି ଉଡାଣ କରିଥିଲେ। ପରେ ସେ ତଳକୁ ତଳକୁ ବିମାନ ଅବତରଣ ପାଇଁ ଆଣିଥିଲେ। ହେଲେ ଅବତରଣ ନ ହେବାରୁ ସେ ପୁଣି ବିମାନକୁ ହଠାତ ଉପରକୁ ନେଇ ଯାଇଥିଲେ। ବିମାନ ଭିତରେ ଥିବା ପ୍ରତ୍ୟେକ୍ଷ ଦର୍ଶିକ କହିବା କଥା ଯେ, ପାଇଲଟ ବିମାନକୁ ବିମାନ ବନ୍ଦର ନିକଟରେ ତଳକୁ ପୁଣି ହଠାତ ଉପରକୁ, ଏହିପରି ବହୁ ଥର କରିଛନ୍ତି। ଏପରି ବାରମ୍ବାର କରିବା ଦ୍ବାରା ଆମେ ମଧ୍ୟ ଭୟଭିତ ହୋଇପଡିଥିଲୁ ବୋଲି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି। ହେଲେ ଯେତେବେଳେ ବିମାନ ରନୱେ ଛୁଇଁଲା ସେତେବେଳେ ବିରାଟ ଶଦ୍ଦ କରି ବିମାନ ଫାଟିଗଲା ପରି ଲାଗିଲା। ଭୟଭିତ ଭାବେ ଏହି କଥା ବର୍ଣ୍ଣନା କରିଛନ୍ତି ଏହି ବିମାନ ଯାତ୍ରୀ।

ପ୍ରକୃତ ପକ୍ଷେ କୋଝିକୋଡା ବିମାନ ବନ୍ଦରଟି ପୃଥିବାରେ ଥିବା ବହୁ ବିପଦ ପୂର୍ଣ୍ଣ ବିମାନ ବନ୍ଦର ମଧ୍ୟରୁ ଗୋଟିଏ। କାରଣ ଏହି ବିମାନ ବନ୍ଦରଟି ଏକ ପାହାଡ ଉପରେ ଅବସ୍ଥିତ। ଏହି ବିମାନ ବନ୍ଦରକୁ ସାଧାରଣତଃ ଟେବୁଲଟପ ବିମାନ ବନ୍ଦର ବୋଲି କୁହାଯାଇଥାଏ। ରନୱେକୁ ଘେରିକରି ରହିଛି ପାହାଡ। ଏପରି ବିମାନ ବନ୍ଦରରେ ପାଇଲଟମାନେ ବହୁ ସାବଧାନତାର ସହ ବିମାନ ଉଠାଣ ଓ ଅବତରଣ କରାଇଥାନ୍ତି। ଦୁର୍ଘଟଣାଗସ୍ତ ହୋଇଥିବା ଏହି ବିମାନଟି ଅବତରଣ କରିବାରେ ସେହିପରି ସମସ୍ୟା ଦେଖାଦେଇଥିଲା। ଅନ୍ୟପଟେ ପ୍ରବଳ ବର୍ଷା ମଧ୍ୟ ଦାଉ ସାଜିଲା। ଫଳରେ ବିମାନଟି ପ୍ରାୟ 34 ଫୁଟ ଉପରୁ ତଳକୁ ଖସି ପଡିଛି ବୋଲି ଜଣାପଡିଛି।

ବିମାନ ଦୁର୍ଘଟଣା ପରେ ଯାତ୍ରୀଙ୍କ ପରିବାର ବର୍ଗଙ୍କୁ ଖବର ଦେବା ପାଇଁ ଏକ ହେଲପ ଲାଇନ ଜାରୀ କରାଯାଇଛି। ତାହା ହେଲା କୋଝିକୋଡ ବିମାନ ବନ୍ଦର ହେଲପ ଲାଇନ ନମ୍ବର ହେଲା 0495-2376901 ଏବଂ 0483-2719493। ସେହିପରି ସାରଜାହ ବିମାନ ବନ୍ଦର ହେଲପ ଲାଇନ ହେଲା 0097165970303

AIR INDIA FLIGHT
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

July 20, 2026

ଆଜିଠାରୁ ସଂସଦରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଏହା ପୂର୍ବରୁ କ’ଣ ଥିଲା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ?

July 20, 2026

ସିଜେପି ର ପ୍ରତିବାଦ ସମୟରେ ହିଂସା!: ୫୦ ରୁ ଅଧିକ ପୋଲିସ ଏବଂ ଯବାନ ଆହତ

July 20, 2026

“ବିଶ୍ୱକପରେ କିପରି ୧୧ଟି ମ୍ୟାଚ୍ ଖେଳିପାରିବା?”: ସିରିଜ ହାରିବା ପରେ ଅଧିନାୟକଙ୍କ ଚିନ୍ତା

July 20, 2026
Latest News

ପୁରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

July 20, 2026

କେଜିବିଭି ୱାର୍ଡେନଙ୍କ ନିମନ୍ତେ ପାଞ୍ଚଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

July 20, 2026

ରାଜ୍ୟରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ

July 20, 2026

ଆଜିଠାରୁ ସଂସଦରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଏହା ପୂର୍ବରୁ କ’ଣ ଥିଲା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ?

July 20, 2026

ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.