ଗୋଟିଏ ଦିନରେ ସାରା ଦେଶରେ ୭ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରି ନୂତନ ଶିଖର ଛୁଇଁଲା ଭାରତ

Published: Aug 9, 2020, 8:34 pm IST

ନୂଆଦିଲ୍ଲୀ, ଗୋଟିଏ ଦିନରେ ୭ ଲକ୍ଷରୁ ଅଧିକ ପରୀକ୍ଷା କରି ଭାରତ ଏକ ସଫଳତାର ଶୀର୍ଷରେ ପହଞ୍ଚିଛି। ଗତ କିଛି ଦିନ ଧରି ୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରୁଥିବା ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୭ ଲକ୍ଷ୧୯ ହଜାର ୩୬୪ ନମୁନା ପରୀକ୍ଷା କରିଛି । ଏହିଭଳି ଦୈନିକ ଅଧିକ ପରୀକ୍ଷା ଯୋଗୁଁ ପଜିଟିଭ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।

ତେବେ ରାଜ୍ୟଗୁଡିକୁ ବିସ୍ତୃତ ଚିହ୍ନଟ, ଶୀଘ୍ର ଏକାନ୍ତବାସ ଓ ଉତ୍ତମ ଚିକିତ୍ସା ପ୍ରଦାନ କରି ପରୀକ୍ଷା, ଚିହ୍ନଟ ଓ ଚିକିତ୍ସାର କେନ୍ଦ୍ରୀୟ ରଣନୀତିକୁ ଅନୁସରଣ କରିବାକୁ କୁହାଯାଇଛି । ଯେଉଁ ରାଜ୍ୟଗୁଡିକରେ ମୃତ୍ୟୁହାର ଅଧିକ ବୃଦ୍ଧି ପାଉଛି, ସେମାନଙ୍କ ସହିତ ପୂର୍ବରୁ ବୈଠକ କରାଯାଇ ଏହା ସୁଧାରିବାକୁ ପରାମର୍ଶ ଦିଆଯାଇଛି।

ଏହିପରି ରଣନୀତି ଯୋଗୁଁ ସଫଳତା ହାସଲ ହେବା ସହ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଗୋଟିଏ ଦିନରେ ସର୍ବାଧିକ ୫୩ ହଜାର ୮୭୯ ଜଣ କରୋନାରୁ ଆରୋଗ୍ୟ ଲାଭ କରି ଗତକାଲି ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଏହାଫଳରେ ଆଜିସୁଦ୍ଧା ୧୪ ଲକ୍ଷ ୮୦ ହଜାର ୮୮୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହା ଆଜି ପଯ୍ୟନ୍ତ ହୋଇଥିବା ସକ୍ରିୟ ରୋଗୀ ସଂଖ୍ୟା ୬ ଲକ୍ଷ ୨୮ ହଜାର ୭୪୭ର ଦୁଇଗୁଣରୁ ଅଧିକ ହୋଇପାରିଛି।

ସକ୍ରିୟ ମାମଲା ତୁଳନାରେ ଆରୋଗ୍ୟ ହାର ୨.୩୬ ଗୁଣ ଅଧିକ ହୋଇଛି। ସକ୍ରିୟ ରୋଗୀମାନେ ହସ୍ପିଟାଲ କିମ୍ବା ଘରୋଇ ଏକାନ୍ତବାସରେ ଚିକିତ୍ସିତ ହେଉଛନ୍ତି। ଅଧିକ ରୋଗୀ ସୁସ୍ଥ ହେଉଥିବାରୁ ଏହି ହାର ବୃଦ୍ଧି ପାଇ ଆଜି ୬୮.୭୮ ପ୍ରତିଶତରେ ପହଞ୍ଚିଛି। ସକ୍ରିୟ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ୮ ଲକ୍ଷ ୫୨ ହଜାର ୧୩୭ରେ ପହଞ୍ଚିଛି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ଵିତ ରଣନୀତି ତଥା ହସ୍ପିଟାଲ ଓ କ୍ଲିନିକାଲ ପରିଚାଳନା, ଭିତ୍ତିଭୂମି ବୃଦ୍ଧି, ଗୁଣାତ୍ମକ ଉପଚାର ଯୋଗୁଁ ମୃତ୍ୟୁ ହାର ହ୍ରାସ ପାଇ ୨.୦୧ ପ୍ରତିଶତରେ ପହଞ୍ଚିଛି।

Related posts