Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗୋଟିଏ ଦିନରେ ସାରା ଦେଶରେ ୭ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରି ନୂତନ ଶିଖର ଛୁଇଁଲା ଭାରତ
ଜାତୀୟ ଖବର

ଗୋଟିଏ ଦିନରେ ସାରା ଦେଶରେ ୭ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରି ନୂତନ ଶିଖର ଛୁଇଁଲା ଭାରତ

August 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଗୋଟିଏ ଦିନରେ ୭ ଲକ୍ଷରୁ ଅଧିକ ପରୀକ୍ଷା କରି ଭାରତ ଏକ ସଫଳତାର ଶୀର୍ଷରେ ପହଞ୍ଚିଛି। ଗତ କିଛି ଦିନ ଧରି ୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରୁଥିବା ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୭ ଲକ୍ଷ୧୯ ହଜାର ୩୬୪ ନମୁନା ପରୀକ୍ଷା କରିଛି । ଏହିଭଳି ଦୈନିକ ଅଧିକ ପରୀକ୍ଷା ଯୋଗୁଁ ପଜିଟିଭ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।

ତେବେ ରାଜ୍ୟଗୁଡିକୁ ବିସ୍ତୃତ ଚିହ୍ନଟ, ଶୀଘ୍ର ଏକାନ୍ତବାସ ଓ ଉତ୍ତମ ଚିକିତ୍ସା ପ୍ରଦାନ କରି ପରୀକ୍ଷା, ଚିହ୍ନଟ ଓ ଚିକିତ୍ସାର କେନ୍ଦ୍ରୀୟ ରଣନୀତିକୁ ଅନୁସରଣ କରିବାକୁ କୁହାଯାଇଛି । ଯେଉଁ ରାଜ୍ୟଗୁଡିକରେ ମୃତ୍ୟୁହାର ଅଧିକ ବୃଦ୍ଧି ପାଉଛି, ସେମାନଙ୍କ ସହିତ ପୂର୍ବରୁ ବୈଠକ କରାଯାଇ ଏହା ସୁଧାରିବାକୁ ପରାମର୍ଶ ଦିଆଯାଇଛି।

ଏହିପରି ରଣନୀତି ଯୋଗୁଁ ସଫଳତା ହାସଲ ହେବା ସହ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଗୋଟିଏ ଦିନରେ ସର୍ବାଧିକ ୫୩ ହଜାର ୮୭୯ ଜଣ କରୋନାରୁ ଆରୋଗ୍ୟ ଲାଭ କରି ଗତକାଲି ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଏହାଫଳରେ ଆଜିସୁଦ୍ଧା ୧୪ ଲକ୍ଷ ୮୦ ହଜାର ୮୮୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହା ଆଜି ପଯ୍ୟନ୍ତ ହୋଇଥିବା ସକ୍ରିୟ ରୋଗୀ ସଂଖ୍ୟା ୬ ଲକ୍ଷ ୨୮ ହଜାର ୭୪୭ର ଦୁଇଗୁଣରୁ ଅଧିକ ହୋଇପାରିଛି।

ସକ୍ରିୟ ମାମଲା ତୁଳନାରେ ଆରୋଗ୍ୟ ହାର ୨.୩୬ ଗୁଣ ଅଧିକ ହୋଇଛି। ସକ୍ରିୟ ରୋଗୀମାନେ ହସ୍ପିଟାଲ କିମ୍ବା ଘରୋଇ ଏକାନ୍ତବାସରେ ଚିକିତ୍ସିତ ହେଉଛନ୍ତି। ଅଧିକ ରୋଗୀ ସୁସ୍ଥ ହେଉଥିବାରୁ ଏହି ହାର ବୃଦ୍ଧି ପାଇ ଆଜି ୬୮.୭୮ ପ୍ରତିଶତରେ ପହଞ୍ଚିଛି। ସକ୍ରିୟ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ୮ ଲକ୍ଷ ୫୨ ହଜାର ୧୩୭ରେ ପହଞ୍ଚିଛି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ଵିତ ରଣନୀତି ତଥା ହସ୍ପିଟାଲ ଓ କ୍ଲିନିକାଲ ପରିଚାଳନା, ଭିତ୍ତିଭୂମି ବୃଦ୍ଧି, ଗୁଣାତ୍ମକ ଉପଚାର ଯୋଗୁଁ ମୃତ୍ୟୁ ହାର ହ୍ରାସ ପାଇ ୨.୦୧ ପ୍ରତିଶତରେ ପହଞ୍ଚିଛି।

Covid Test କୋଭିଡ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୫ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ, ଜାଣନ୍ତୁ ରାଶିଫଳ

July 5, 2026

ପ୍ରତି ଆତଙ୍କୀ ସଂଗଠନକୁ ଲୋପ କରିବାକୁ ମୋଦୀ ସରକାର ପ୍ରତିବଦ୍ଧ: ଅମିତ ଶାହ

July 4, 2026

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ: ତଦନ୍ତ ଆରମ୍ଭ କଲା ମେଲବୋର୍ଣ୍ଣ ପୋଲିସ

July 4, 2026

ପଦାର୍ପଣ ମ୍ୟାଚ୍‌ରେ ବିଫଳ, ତଥାପି ତିନୋଟି ପ୍ରମୁଖ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

July 4, 2026
Latest News

ଆଜି ଜୁଲାଇ ୫ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ, ଜାଣନ୍ତୁ ରାଶିଫଳ

July 5, 2026

ଡ୍ରେନରେ ଭାସି ନିଖୋଜ : ଉଦ୍ଧାର କାର୍ଯ୍ୟ ସ୍ଥଗିତ

July 5, 2026

ବଦଳି, ଶେଷ ଫୋନ୍ କଲ୍ ଓ ରହସ୍ୟମୟ ମୃତ୍ୟୁ: ବିୟୁଟି ମହାନ୍ତି ମୃତ୍ୟୁ ଘଟଣାରେ ବଢ଼ୁଛି ପ୍ରଶ୍ନ

July 4, 2026

ଫିଟନେସ ସାର୍ଟିଫିକେଟ୍ ନଥିଲେ ଗାଡ଼ିର ପଞ୍ଜୀକରଣ ବନ୍ଦ, ସମସ୍ତ RTOଙ୍କୁ କଡ଼ା ନିର୍ଦ୍ଦେଶ

July 4, 2026

ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା: ୨୩ ହଜାରରୁ ଅଧିକ ସୁରକ୍ଷାକର୍ମୀ ହେବେ ମୁତୟନ

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.