Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସାରା ଭାରତର ସାମ୍ବାଦିକତା ଆଜି ଆତ୍ମହତ୍ୟାର ରାସ୍ତାରେ!!
ବିଶେଷ ଖବର

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସାରା ଭାରତର ସାମ୍ବାଦିକତା ଆଜି ଆତ୍ମହତ୍ୟାର ରାସ୍ତାରେ!!

August 31, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଜଣେ ଚିତ୍ର ତାରକାଙ୍କ ଆତ୍ମହତ୍ୟା ପରେ ଦେଶରେ ସତୀପ୍ରଥା ପୁଣିଥରେ ଲେଉଟି ଆସିଛି। ଜୁନ ୧୪ ତାରିଖ ଦିନ ବଲିଉଡର ସଫଳ ତାରକା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ପୂରା ଭାରତୀୟ ଗଣମାଧ୍ୟମର ମାନସିକ ସନ୍ତୁଳନ ନଷ୍ଟ ହୋଇଯାଇଛି ଓ ସେମାନେ ଏବେ ସମ୍ମିଳିତ ଆତ୍ମହତ୍ୟାର ରାସ୍ତାରେ ଚାଲିଛନ୍ତି। ଏ କଥା ଭାବ ପ୍ରବଣ ହୋଇ କିମ୍ବା କ୍ରୋଧର ବଶବର୍ତ୍ତୀ ହୋଇ ମୁଁ କହୁନାହିଁ। ଏହା ଆଜିର ଭୟଙ୍କର ସତ୍ୟ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ ଆତ୍ମାକୁ ନ୍ୟାୟ ଦେବାର ତଥାକଥିତ ଲଢେଇରେ ଆମର ଗଣମାଧ୍ୟମ, ବିଶେଷ କରି ଟିଭି ଚ୍ୟାନେଲ ଗୁଡିକ ପାଗଳ ଭଳି ବ୍ୟବହାର ଆରମ୍ଭ କରିଛନ୍ତି। ସେମାନଙ୍କ ପାଗଳାମୀକୁ କିଛି ଦର୍ଶକ ନ୍ୟାୟ ପାଇଁ ଲଢେଇ ବୋଲି କହି, ସୋସିଆଲ ମିଡିଆରେ ତାଙ୍କର ପାଗଳାମୀକୁ ବଢାଇ ଚାଲିଛନ୍ତି। ଏହି ପାଗଳାମୀର ସ୍ତର ଏତେ ନିମ୍ନଗାମୀ ହୋଇଛି ଯେ, ଅର୍ଣ୍ଣବ ଗୋସ୍ଵାମୀଙ୍କ ଭଳି ଜଣେ ପାଠଶାଠ ପଢିଥିବା ସମ୍ପାଦକ “ମୋତେ ଡ୍ରଗ୍ସ ଦିଅ, ମୋତେ ଚରସ ଦିଅ, ମୋତେ ଗଞ୍ଜେଇ ଦିଅ” ବୋଲି ପ୍ରଳାପ କରୁଛନ୍ତି। ଟେଲିଭିଜନରେ ତାଙ୍କର ବିଳିବିଳା ଶୁଣିଲା ପରେ, ଜୀବନରେ ଆଉଥରେ ଟିଭି ଦେଖିବାକୁ କେହି ସାହସ କରିପାରିବେ ନାହିଁ।

ତେବେ ଏହି ବିଳିବିଳା କାରଣରୁ ସେ କୁଆଡେ ଏ ଦେଶର ଏକ ନମ୍ବର ଟେଲିଭିଜନ ସାମ୍ବାଦିକ। ତାଙ୍କ କାର୍ଯ୍ୟକ୍ରମ ଏକନମ୍ବର। ଯଦି କୌଣସି ସଭ୍ୟ, ଶିକ୍ଷିତ ଓ ଗଣତାନ୍ତ୍ରିକ ସମାଜ ଏ ପ୍ରକାର କାର୍ୟକ୍ରମକୁ ଏକନମ୍ବର କରାଏ, ସେ ସମାଜର ଅବସ୍ଥା ଯେ ଶୋଚନୀୟ, ଏ କଥା ସ୍ପଷ୍ଟ। ଆମେ ପୁଣିଥରେ ମଧ୍ୟଯୁଗୀୟ ବର୍ବରତା ଆଡକୁ ବୋଧେ ଫେରି ଯାଉଛୁ। ଆମର ସାମ୍ବାଦିକମାନେ ଏବେ ଖୋଦ ବିଚାରପତି, ଓକିଲ ଓ ଜଲ୍ଲାଦ ହୋଇ ସିଧା ସିଧା ଦୋଷୀଙ୍କୁ ଫାଶୀ ଦେବାକୁ ପ୍ରସ୍ତୁତ।

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ବା ହତ୍ୟାର କାରଣ ଆମେ କେହି ଜାଣିନୁ। ପ୍ରଥମେ ଏହାକୁ ନେଇ ମୁମ୍ବାଇ ପୋଲିସ ବିରୋଧରେ ବିହାର ପୋଲିସ ଅଭିଯୋଗ ଆଣିଲା। ମହାରାଷ୍ଟ୍ର ଓ ବିହାର ପୋଲିସର ଝଗଡା ଅପେକ୍ଷା ଏଥିରେ ବିହାର ନିର୍ବାଚନ ଲାଗି ଏକ ପୃଷ୍ଠଭୂମି ତିଆରି କରିବାର ଷଡଯନ୍ତ୍ର ସ୍ପଷ୍ଟ ବାରି ହୋଇ ପଡୁଥିଲା। ଘଟଣା ଘଟିବାର ଅଢେଇ ମାସ ଇତି ମଧ୍ୟରେ ବିତି ଗଲାଣି। ପ୍ରଥମେ ଏଥିରେ ମୁମ୍ବାଇ ପୋଲିସକୁ ସନ୍ଦେହ କରି ଏହାର ସିବିଆଇ ତଦନ୍ତ ପାଇଁ ଗଣମାଧ୍ୟମରେ ଚାପ ତିଆରି କରାଗଲା। ସୁପ୍ରିମ କୋର୍ଟ ଏଥିଲାଗି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାପରେ, ଦେଶର କେତୋଟି ଟେଲିଭିଜନ ଚ୍ୟାନେଲ ହଠାତ ନିଜର ଅଦାଲତ ଖୋଲି ସେଥିରେ, ସୁଶାନ୍ତଙ୍କ ବାନ୍ଧବୀ/ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କୁ ଦୋଷୀ ଘୋଷଣା କରି ତାଙ୍କୁ ଫାଶୀକାଠରେ ଝୁଲାଇବାର ନିର୍ଦ୍ଦେଶ ଶୁଣାଇ ଚାଲିଛନ୍ତି।

ରିଆ ଚକ୍ରବର୍ତ୍ତୀ ଦୋଷୀ କି ନିର୍ଦ୍ଦୋଷ, ତାର ତଦନ୍ତ ସିବିଆଇ କରୁଛି। ସିବିଆଇ ତଦନ୍ତ ଉପରେ ଚୂଡାନ୍ତ ବିଚାର ଦେଶର ଅଦାଲତ କରିବେ। ହେଲେ ଗଣମାଧ୍ୟମ ରିଆ ଚକ୍ରବର୍ତ୍ତୀଙ୍କୁ ପ୍ରତି ଦିନ ମାରି ଚାଲିଛି କାହିଁକି? ରିଆଙ୍କୁ କେବଳ ବଦନାମ କରାଯାଉନି, ତାଙ୍କ ବିରୋଧରେ ଯାବତୀୟ ଗାଲୁଗପ ପ୍ରଚାର ଚାଲିଛି। ତାଙ୍କ ବଞ୍ଚିବାର ଅଧିକାର ଓ ସମ୍ମାନଜନକ ଭାବେ ନିଜକୁ ସୁରକ୍ଷା ଦେବାର ଅଧିକାରକୁ ଛଡେଇ ନିଆଯାଉଛି।

ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଆମର ସାମ୍ବାଦିକମାନେ ନିଜକୁ ଭଗବାନ କିମ୍ବା ସର୍ବଶ୍ରେଷ୍ଠ ବିଚାରପତି ବୋଲି ଭାବୁଛନ୍ତି। ଅର୍ଣ୍ଣବ ଗୋସ୍ଵାମୀ କହୁଛନ୍ତି ରିଆ ଚକ୍ରବର୍ତ୍ତୀ ହତ୍ୟାକାରୀ, ତେଣୁ ତାହା ହିଁ ଚୂଡାନ୍ତ ସତ୍ୟ। ଏ ପ୍ରକାର ସାମ୍ବାଦିକତାକୁ “ସୁପାରି ସାମ୍ବାଦିକତା” ବ୍ୟତୀତ ଅଧିକ କିଛି କୁହା ଯାଇପାରିବ ନାହିଁ। ଜଣେ ଯୁବତୀ (ସେ ଯଦି ଅପରାଧୀ, ତାର ପ୍ରମାଣ ପୋଲିସ ଦେବା ଓ ସେହି ପ୍ରମାଣ ଆଧାରରେ ବିଚାରପତି ତାଙ୍କୁ ଦଣ୍ଡ ଦେବେ) ପଛରେ ଦେଶର ଟିଭି ଚ୍ୟାନେଲ ଗୁଡିକ ଡାହାଳ କୁକୁର ପରି ଆକ୍ରମଣ କରିବା, କୌଣସି ସଭ୍ୟ ରାଷ୍ଟ୍ରରେ ଦେଖିବାକୁ ମିଳେନାହିଁ।

ଆଜି ଦେଶରେ ପ୍ରତିଦିନ ହଜାରେ ଲୋକ କରୋନାରେ ପ୍ରାଣ ହରାଉଛନ୍ତି। ୭୫ ହଜାରରୁ ଅଧିକ ଲୋକ ଦୈନିକ ଆକ୍ରାନ୍ତ ହେଉଛନ୍ତି। ଦେଶର ଅର୍ଥନୈତିକ ସ୍ଥିତି ଏତେ ଖରାପ ଯେ କେନ୍ଦ୍ର ସରକାର, ରାଜ୍ୟ ମାନଙ୍କୁ ପଇସା ଦେବାକୁ ଅକ୍ଷମ ବୋଲି କହୁଛନ୍ତି। ଚୀନ ସୀମାନ୍ତରେ ପରିସ୍ଥିତି ଅଧିକ ଜଟିଳ ହେଉଛି। ଏବେ ଲଦ୍ଦାଖ ଓ ନାଥୁଲା ଅଞ୍ଚଳରେ ଚୀନ ନିଜର ସାମରିକ ନିର୍ମାଣ ତୀବ୍ର ଗତିରେ ବଢାଇ ଚାଲିଛି। ଏ ସବୁ ପ୍ରସଙ୍ଗରେ ଆଲୋଚନା କରିବା ଅପେକ୍ଷା, ଜଣେ ମୃତ ଚିତ୍ର ତାରକାଙ୍କ ଭୂତ ପଛରେ ଆମର ଗଣମାଧ୍ୟମ ପାଗଳ ହୋଇ ଯାଇଛି।

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର କାରଣ ଖୋଜିବାକୁ ଯାଇ, ଆମର ସାମ୍ବାଦିକତା ଆଉ କିଛି କରୁ ବା ନ କରୁ, ନିଜର ଆତ୍ମହତ୍ୟା ଲାଗି ବାଟ ସଫା କରି ଦେଇଛି। ବାତୁଳଙ୍କ ପରି ଚିତ୍କାର କରୁଥିବା ଟେଲିଭିଜନ ସାମ୍ବାଦିକତାକୁ ଦେଖି ଯେଉଁମାନେ ତାଳି ମାରୁଛନ୍ତି, ସେମାନେ ବି କ୍ରମେ କ୍ରମେ ନିଜ ଘରକୁ ପାଗଳଖାନାରେ ପରିଣତ କରୁଛନ୍ତି। ଏହି ମାନସିକ ରୋଗରୁ ଦେଶକୁ, ଦେଶର ସାମ୍ବାଦିକତାକୁ ଓ ସାମ୍ବାଦିକତା ଦ୍ଵାରା ପୀଡିତ ସାଧାରଣ ଜନତାଙ୍କୁ ମୁକ୍ତି ମିଳୁ, ସେ ପ୍ରାର୍ଥନା କରିବା ବ୍ୟତୀତ ଆଉ ଅଧିକ କିଛି କରିବା ଆମ ହାତରେ ନାହିଁ!!

ଆତ୍ମହତ୍ୟା କେଦାର ମିଶ୍ର ସୁଶାନ୍ତ ସିଂ ରାଜପୁତ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ରାମ ମନ୍ଦିର ଦାନ ଚୋରି ମାମଲାରେ VHP କ୍ଷୁବ୍ଧ: ସରକାରଙ୍କ ନିକଟରେ କଲା ବଡ଼ ଦାବି

June 21, 2026

ଟ୍ରମ୍ପଙ୍କ ଧମକକୁ ଖାତିର ନାହିଁ!: ରୁଷ ତୈଳ ଉପରେ କଟକଣା ସତ୍ତ୍ୱେ ରେକର୍ଡ ଆମଦାନୀ କଲା ଭାରତ

June 21, 2026

International Day of Yoga:କୋଲକାତାରେ ବହୁ ଅଭ୍ୟାସକାରୀଙ୍କ ଗହଣରେ ଯୋଗ କଲେ ପ୍ରଧାନମନ୍ତ୍ରୀ

June 21, 2026
Latest News

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ଗିରଫ

June 21, 2026

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ମା’ ମଣିନାଗଙ୍କ ପଞ୍ଚଦିନାତ୍ମକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.