Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶହେ ତଳକୁ ଖସିଲା ସଂକ୍ରମଣ: ତଥାପି ସତର୍କ ରହିବାକୁ ପଡ଼ିବ
ଆଞ୍ଚଳିକ

ଶହେ ତଳକୁ ଖସିଲା ସଂକ୍ରମଣ: ତଥାପି ସତର୍କ ରହିବାକୁ ପଡ଼ିବ

September 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ବହୁ ଦିନ ପରେ ଆଜି କରୋନା ସଂକମ୍ରଣ ଶହେ ତଳକୁ ଖସିଛି। ଫଳରେ ଗଂଜାମବାସୀ ଟିକେ ଅଶ୍ୱସ୍ତି ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଏହି ଅଶ୍ୱସ୍ତିକୁ ନିୟମ ମାନିବାରେ ଅବହେଳାରେ ପରିଣତ କରିଲେ ପୁନର୍ବାର ସଂକ୍ରମଣ ବ୍ୟାପିବାର ଭୟ ରହିଛି। ଅନେକ ଦେଶରେ ତଥା ଆମ ଦେଶର ବିଭିନ୍ନ ସହରରେ ଦେଖିବାକୁ ମିଳିଛି ଯେ, ସଂକ୍ରମଣ ସଂଖ୍ୟା କମିଯାଇଥିଲେ ମଧ୍ୟ ଲୋକଙ୍କ ନିୟମ ନ ମାନିବା ଯୋଗୁଁ ପୁଣିଥରେ ଦ୍ୱିତୀୟ ୱେଭ୍ ଆସିଛି। ଫଳରେ ସଂକ୍ରମଣ ସଂଖ୍ୟା ପୁନର୍ବାର ବଢ଼ିଛି। ତେଣୁ ଜିଲ୍ଲା ପ୍ରଶାସନ ସଂକ୍ରମଣ କମିଥିଲେ ମଧ୍ୟ ସତର୍କ ରହିବା ଜରୁରୀ ବୋଲି କହିଛି। ତେଣୁ ଦୋକାନୀଙ୍କୁ ପଞ୍ଚସୂତ୍ର ମାନିବାକୁ କହିଛନ୍ତି। ଯେଉଁମାନେ ମାସ୍କ ପିନ୍ଧିବେନି ସେମାନଙ୍କୁ ସାମଗ୍ରୀ ପ୍ରଦାନ କରିବାକୁ ମନା କରିବା, ମାସ୍କଗୁଡ଼ିକ ସଠିକ୍ ଢ଼ଂଗରେ ପିନ୍ଧିବା ନାକ ଏବଂ ପାଟିକୁ ଘୋଡ଼ାଇ ରଖିବାକୁ ହେବ।

ଗଂଜାମରେ ମୁଖ୍ୟତଃ ସଂକ୍ରମଣ କମିବାର କାରଣ ସାମାଜିକ ଦୂରତା ଅବଲମ୍ବନ, ଦ୍ୱାର ଦ୍ୱାର ସର୍ଭେ, ଦୃଢ଼ କଣ୍ଟେନମେର୍ଟ ପଲିସି, କମ୍ୟୁନିଟି ଏବଂ କୋଭିଡ଼୍ ମନିଟେରିଂ, ଅତ୍ୟଧିକ ଟେଷ୍ଟିଂ, ଭଲ ଚିକତ୍ସା ପାଇଁ ସଂକ୍ରମଣ ସଂଖା ୧୦୦ରୁ କମିଥିବା ଗଂଜାମ ପ୍ରଶାସନ କହିଛି। ତେଣୁ ଆଗାମୀ ଦିନରେ ମଧ୍ୟ ସମସ୍ତେ ପଞ୍ଚସୂତ୍ରୀ ନିୟମ ମାନିବା ସହ, ମାସ୍କ ପିନ୍ଧିବା, ସାମାଜିକ ଦୂରତା ଏବଂ ଅନ୍ୟାନଞ ନିୟମକୁ ମାନି ଚଳିଲେ ଜିରୋ ଆକ୍ଟିଭ୍‌ର ଲକ୍ଷ୍ୟ ହାସଲ ହେବ। ଆଜି ୯୭ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ସମୁଦାୟ ୯୯୯୯ ଟି ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସୁସ୍ଥ ସଂଖ୍ୟା ୯୩ ପ୍ରତିଶତରୁ ଉର୍ଦ୍ଧ୍ୱ ହେଲାଣି।

ଆଜି ସଂକ୍ରମିତ ତାଲିକାରେ ୭ ଜଣ କରୋନା ଯୋଦ୍ଧା ଥିବାବେଳେ ୯୦ ଜଣ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ବିଭିନ୍ନ ବ୍ଲକ୍‌ରୁ ରହିଛନ୍ତି। ବୁଗୁଡ଼ା, ଧରାକୋଟ, ଖଲିକୋଟ, ସାନଖେମୁଣ୍ଡି, ଶେରଗଡ଼ ବ୍ଲକ୍‌ରୁ ଜଣେ ହେଲେ ବି ସଂକ୍ରମିତ ଚିହ୍ନଟ ହୋଇନଥିବା ବେଳେ ବ୍ରହ୍ମପୁର ମହାନଗର ନିଗମକୁ କେବଳ ୧୨ ଜଣ ଚିହ୍ନଟ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମରେ ସମୁଦାୟ ୩୩୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୦୪୧ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୨୧୯ ଜଣ ଆକ୍ଟିଭ୍ ମାମଲା ଥିବାବେଳେ ୫୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ସମୁଦାୟ ଗଂଜାମ ଜିଲ୍ଲାରେ ୧୮୪୪୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜିର ୨୧୨ ସୁସ୍ଥକୁ ମିଶାଇଲେ ସମୁଦାୟ ସୁସ୍ଥ ସଂଖ୍ୟା ୧୭୩୭୪ରେ ପହଞ୍ଚିଛି। ୮୬୧ ଜଣ ଆକ୍ଟଭ୍ ଥିବାବେଳେ ୧୯୯ ଜଣଙ୍କ ମୁଣ୍ଡ ନେଲାଣି କରୋନା।

କରୋନା ଗଂଜାମ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.