Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପୋଲିସ ଏନକାଉଣ୍ଟରେ ଦୁଇ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି ରହିଛି
ଅପରାଧ

ପୋଲିସ ଏନକାଉଣ୍ଟରେ ଦୁଇ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି ରହିଛି

September 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Two Maoists killed in exchange of fire with Telangana Police

ହାଇଦ୍ରାବାଦ, ତେଲେଙ୍ଗାନାର ଭଦ୍ରାଦ୍ରି କୋଥାଗୁଡେମ ଜିଲ୍ଲାରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି। ଛତିଶଗଡ ସୀମାରେ ଥିବା ଚେର୍ଲା ମଣ୍ଡଳର ଭାଡିପେଟା ଏବଂ ପୁସୁଗୁପ୍ପା ଗ୍ରାମ ମଧ୍ୟରେ ଜଙ୍ଗଲରେ ଏହି ଘଟଣା ଘଟିଛି।

ଗତ ସପ୍ତାହ ମଧ୍ୟରେ ଜିଲ୍ଲାର ମାଓବାଦୀ ଏବଂ ପୋଲିସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ମୁକାବିଲା। ଗୁଣ୍ଡାଲା ମଣ୍ଡଳର ଦେଭାଲାଗୁଡେମ ଗ୍ରାମ ନିକଟରେ ସେପ୍ଟେମ୍ବର 3 ତାରିଖରେ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଖସି ପଳାଇଥିଲା। ବର୍ତ୍ତମାନ ନିହତ ହୋଇଥିବା ମାଓବାଦୀଙ୍କ ପରିଚୟ ମିଳିପାରି ନାହିଁ।

ଜିଲ୍ଲା ପୋଲିସ ଅଧୀକ୍ଷକ ସୁନୀଲ ଦତ୍ତ କହିଛନ୍ତି ଯେ ରବିବାର ଦିନ ମାଓବାଦୀମାନେ ସୁରକ୍ଷା କର୍ମୀ ତଥା ଜନ ପ୍ରତିନିଧୀଙ୍କ ବିରୋଧରେ ଆନ୍ଦୋଳନ କରିବା ପାଇଁ ପ୍ରବର୍ତ୍ତାଇବାର ଯୋଜନା କରୁଥିବାର ସୂଚନା ପୋଲିସିକୁ ମିଳିଥିଲେ। ଏପରିକି ସେପ୍ଟେମ୍ବର ୩ ଏନକାଉଣ୍ଟରକୁ ବିରୋଧ କରିବାକୁ ମଧ୍ୟ ସେମାନେ ସ୍ଥାନୀୟ ଲୋକଙ୍କୁ ଉତ୍ସାହିତ କରୁଥିଲେ। ପୋଲିସ ଖବର ପାଇ ସେହି ଅଞ୍ଚଳରେ କମ୍ବିଂ ଅପରେସନ୍ କରିବା ମାତ୍ରେ ଏହି ଘଟଣା ଘଟିଛି।

ଏସପି ଆହୁରି କହିଛନ୍ତି ଯେ , ଆମେ ଖବର ପାଇଛୁ ଯେ ମାଓବାଦୀ ଦଳ ଚେରଲା ଅଞ୍ଚଳରେ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ତଥା ସାଧାରଣ ଜୀବନ ପ୍ରତି କ୍ଷତି ପହଞ୍ଚାଇବା ପାଇଁ ଯାଉଛନ୍ତି। ଏହା ପରେ ସୁରକ୍ଷା ବାହିନୀ କମ୍ବିଂ ଅପରେସନ୍ ଆରମ୍ଭ କରିଛନ୍ତି।

ସର୍ଚ୍ଚ ଅପରେସନ ବେଳେ ସଶସ୍ତ୍ର ମାଓବାଦୀ ଏବଂ ଜିଲ୍ଲା ପୋଲିସ ସ୍ୱତନ୍ତ୍ର ଦଳ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ବୋଲି ସେ କହିଛନ୍ତି। ଅନ୍ୟ ମାଓବାଦୀଙ୍କ ପାଇଁ ଜଙ୍ଗଲରେ ଖୋଜାଖୋଜି ଚାଲିଥିବା ପୋଲିସ ଅଧିକାରୀ କହିଛନ୍ତି।

ଏନ୍‌ପି କହିଛନ୍ତି ଯେ ଏନକାଉଣ୍ଟର ଘଟଣାସ୍ଥଳରୁ ସିଙ୍ଗିଲ ବ୍ୟାରେଲ ମୁଜଲ ଲୋଡିଂ ବନ୍ଧୁକ, ଗୋଟିଏ ପିସ୍ତଲ ଏବଂ ଦୁଇଟି ହଣ୍ଡା ଜବତ କରାଯାଇଛି।

ସନ୍ଦିଗ୍ଧ ମାଓବାଦୀମାନେ ରବିବାର ରାତିରେ ପୋଲିସକୁ ଟାର୍ଗେଟ କରିବା ପାଇଁ ଚେର୍ଲା ମଣ୍ଡଳର ତାଲିପେରୁ ପ୍ରକଳ୍ପ ଅଞ୍ଚଳରେ ଏକ ରାସ୍ତାରେ ଏକ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ସାହାର୍ଯ୍ୟରେ ବିସ୍ଫୋରଣ ଘଟାଇଥିଲେ। ହେଲେ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି।

ବର୍ତ୍ତମାନ ତେଲେଙ୍ଗାନାରେ ମାଓବାଦୀମାନେ ପୁନଃସଂଗଠିତ ହେବା ପାଇଁ ଗତ ସପ୍ତାହ ହେଲା ନିଜର କାର୍ଯ୍ୟକଳାପକୁ ବୃଦ୍ଧି କରୁଛନ୍ତି ବୋଲି ଜଣାପଡିଛି।

Maobadi ମାଓବାଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.