ସାରା ବିଶ୍ବରେ କରୋନା ଆକ୍ରାନ୍ତ ସଂଖ୍ୟା ୨ କୋଟି ୭୭ ଲକ୍ଷରେ ପହଞ୍ଚିଲା, ମୃତ୍ୟୁ ସଂଖ୍ୟା ୯ ଲକ୍ଷ ଉପରେ

Published: Sep 10, 2020, 9:15 am IST

ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ରୋଗର ମୋଟ ସଂଖ୍ୟା ୨୭.୭ ନିୟୁତରେ ପହଞ୍ଚିଥିବାବେଳେ ମୃତ୍ୟୁ ୯୦୧,୦୦୦ କୁ ବୃଦ୍ଧି ପାଇଛି। ଗୁରୁବାର ସକାଳ ସୁଦ୍ଧା ମୋଟ ମାମଲା ୨ କୋଟି ୭୭ ଲକ୍ଷ ୧୯ ହଜାର ୯୫୨ ରେ ପହଞ୍ଚିଛି। ସେହିପରି ମୃତ୍ୟୁହାର ୯ ଲକ୍ଷ ୧ ହଜାର ୫୦ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହାର ସଦ୍ୟତମ ରିପୋର୍ଟରେ ପ୍ରକାଶ କରିଛି।

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ଆମେରିକାରେ ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ଯଥାକ୍ରମେ ୬,୩୫୯,୩୧୩ ଏବଂ ୧୯୦,୭୯୬ ରେ ରହିଥିଲା। ୪,୩୭୦,୧୨୮ ମାମଲାରେ ଭାରତ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୭୩,୮୯୦ ରହିଛି।

ମାମଲା ଦୃଷ୍ଟିରୁ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି (୪,୧୬୨,୦୭୩), ଏବଂ ପରେ ଋଷିଆ (୧,୦୩୭,୫୨୬), ​​ପେରୁ (୬୯୬,୧୯୦), କଲମ୍ବିଆ (୬୭୯,୫୧୩), ମେକ୍ସିକୋ (୬୪୭,୩୨୧), ଦକ୍ଷିଣ ଆଫ୍ରିକା (୬୪୨,୪୩୧), ସ୍ପେନ୍ (୫୪୩,୩୭୯), ଆର୍ଜେଣ୍ଟିନା (୫୧୨,୨୯୩) ), ଚିଲି (୪୨୭,୦୨୭), ଇରାନ (୩୯୩,୪୨୫), ଫ୍ରାନ୍ସ (୩୮୩,୨୭୨), ବ୍ରିଟେନ (୩୫୭,୫୯୭), ବାଂଲାଦେଶ (୩୩୧,୦୭୮), ସାଉଦି ଆରବ (୩୨୩,୦୧୨), ପାକିସ୍ଥାନ (୨୯୯,୬୫୯), ତୁର୍କୀ (୨୮୪,୯୪୩), ଇଟାଲୀ (୨୮୧,୫୮୩), ଇରାକ । (୧୦୬,୪୯୮), ଡୋମିନିକାନ୍ ରିପବ୍ଲିକ୍ (୧୦୦,୯୩୭) ଏବଂ ଇଜିପ୍ଟ (୧୦୦,୦୪୧), ଆକଳନରୁ ଜଣାପଡିଛି ।

୧୦,୦୦୦ ରୁ ଅଧିକ ମୃତ୍ୟୁ ସହ ଅନ୍ୟ ଦେଶଗୁଡ଼ିକ ହେଉଛି ବ୍ରାଜିଲ (୧୨୮,୫୩୯), ମେକ୍ସିକୋ (୬୯,୦୪୯), ବ୍ରିଟେନ (୪୧,୬୮୩), ଇଟାଲୀ (୩୫,୫୭୭), ଫ୍ରାନ୍ସ (୩୦,୮୦୫), ପେରୁ (୩୦,୧୨୩), ସ୍ପେନ୍ (୨୯,୬୨୮), ଇରାନ (୨୨,୬୬୯), କଲମ୍ବିଆ (୨୧,୮୧୭), ରୁଷିଆ (୧୮,୦୮୦), ଦକ୍ଷିଣ ଆଫ୍ରିକା (୧୫,୧୬୮), ଚିଲି (୧୧,୭୦୨) ଏବଂ ଆର୍ଜେଣ୍ଟିନା (୧୦,୬୫୮) ।

Related posts