Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଲକ୍ଷଣ ଅଛି, ହେଲେ ରିପୋର୍ଟ ନେଗେଟିଭି; ଏପରି କ୍ଷେତ୍ରରେ ଆରଟିପିସିଆର ଟେଷ୍ଟ ପାଇଁ କେନ୍ଦ୍ର ଦେଲା ନିର୍ଦ୍ଦେଶ
ଜାତୀୟ ଖବର

ଲକ୍ଷଣ ଅଛି, ହେଲେ ରିପୋର୍ଟ ନେଗେଟିଭି; ଏପରି କ୍ଷେତ୍ରରେ ଆରଟିପିସିଆର ଟେଷ୍ଟ ପାଇଁ କେନ୍ଦ୍ର ଦେଲା ନିର୍ଦ୍ଦେଶ

September 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କେତେକ ବୃହତ ରାଜ୍ୟରେ ଲକ୍ଷଣଯୁକ୍ତ ମାମଲାଗୁଡିକ ରାପିଡ଼ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିବା ସତ୍ଵେ ତାହାର ଆରଟିପିସିଆର ପରୀକ୍ଷା କରାଯାଉ। ସମସ୍ତ ରାଜ୍ୟଗୁଡିକୁ ଏପରି ପରାମର୍ଶ  ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ଆଇସିଏମଆରର ନିୟମାବଳୀ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନୋକ୍ତ ଦୁଇଟି ଶ୍ରେଣୀର ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଆରଟିପିସିଆର ପରୀକ୍ଷା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ସେହି ଅନୁସାରେ ପରୀକ୍ଷା କରାଯିବା ଆବଶ୍ୟକ ବୋଲି କେନ୍ଦ୍ର କହିଛି। ସେଗୁଡିକ ହେଲା

  • ଜ୍ଵର, କଫ ଓ ନିଶ୍ଵାସ ପ୍ରଶ୍ଵାସ ଜନିତ ଅସୁବିଧା ଥାଇ ରାପିଡ଼ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ବାହାରିବା
  • ରାପିଡ଼ ଆଣ୍ଟିଜେନ ପରୀକ୍ଷା ଦ୍ଵାରା ଲକ୍ଷଣ ବିହୀନ ନେଗେଟିଭ ମାମଲା ମାତ୍ର ଦୁଇ-ତିନି ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇ ନେଗେଟିଭ ହୋଇଥିବା

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମଆର ମିଳିତ ଭାବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର ଲେଖି ରାପିଡ଼ ଆଣ୍ଟିଜେନ ଟେଷ୍ଟ ଦ୍ଵାରା ସମସ୍ତ ଲକ୍ଷଣ ଥିବା ସତ୍ଵେ ନେଗେଟିଭ ବାହାରିଥିବା ସମସ୍ତ ବ୍ୟକ୍ତିଙ୍କ ଆରଟିପିସିଆର ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଲକ୍ଷଣଯୁକ୍ତ ମାମଲାଗୁଡିକ ଯେପରି ବିନା ପରୀକ୍ଷାରେ ରହି ଆଉ କାହାକୁ ସଂକ୍ରମିତ ନକରନ୍ତି ତାହାକୁ ଦୃଷ୍ଟିରେ ରଖି ଏହା କରାଯାଇଛି। ଏହାଫଳରେ ଶିଘ୍ର ଚିହ୍ନଟ, ଏକାନ୍ତବାସ ଓ ହସ୍ପିଟାଲରେ ଭର୍ତ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ। ଯେତେବେଳେ ସଂକ୍ରମଣ ଅଧିକରୁ ଅଧିକ ହେଉଥାଏ ତାହାକୁ ଶୀଘ୍ର ଠାବ କରିବା ପାଇଁ ରାପିଡ଼ ଆଣ୍ଟିଜେନ ଟେଷ୍ଟ କରାଯାଉଥିଲେ ମଧ୍ୟ ଆରଟିପିସିଆର ସବୁବେଳେ କୋଭିଡ ପରୀକ୍ଷାର ଶ୍ରେଷ୍ଠ ଉପାୟ ବୋଲି ବିବେଚନା କରାଯାଉଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏସବୁ ମାମଲାଗୁଡିକ ଯାଞ୍ଚ କରିବା ପାଇଁ ଉଭୟ ଜିଲ୍ଲା ଓ ରାଜ୍ୟସ୍ତରରେ ନିର୍ଦ୍ଦିଷ୍ଟ ଅଧିକାରୀ ବା ଏକ ଗ୍ରୁପ ଗଠନ କରିବାକୁ ପରାମର୍ଶ ଦେଇଛି । ଏହି ଟିମଗୁଡିକ ପ୍ରତିଦିନ ଜିଲ୍ଲା ଓ ରାଜ୍ୟରେ ହେଉଥିବା ରାପିଡ଼ ଆଣ୍ଟିଜେନ ପରୀକ୍ଷାଗୁଡିକର ବିଶ୍ଳେଷଣ କରି ସମସ୍ତ ଲକ୍ଷଣଯୁକ୍ତ ନେଗେଟିଭ ମାମଲାଗୁଡିକର ଆରଟିପିସିଆର ଟେଷ୍ଟ ସୁନିଶ୍ଚିତ କରିବେ।

ଯେପରି କୌଣସି ପଜିଟିଭ ମାମଲା ବାଦ ନପଡେ ତାହା ଦେଖିବା ଦାୟିତ୍ଵ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଉପରେ ନ୍ୟସ୍ତ ହୋଇଛି । ସେମାନଙ୍କୁ ନିୟମିତ ଭାବେ କରାଯାଉଥିବା ଆରଟିପିସିଆର ପରୀକ୍ଷାର ପଜିଟିଭ ମାମଲାଗୁଡିକୁ ବିଶ୍ଳେଷଣ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

corona covid19 ଆଣ୍ଟିଜେନ ଟେଷ୍ଟ ଆରଟିପିସିଆର ପରୀକ୍ଷା କରୋନା ଭାଇରସ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026

ପୁଣେସ୍ଥିତ ଏଫଟିଆଇଆଇ ଏବଂ ଦୂରଦର୍ଶନ କେନ୍ଦ୍ର ପରିଦର୍ଶନ କଲେ ଚଞ୍ଚଲ କୁମାର 

April 5, 2026

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.