ଆସନ୍ତା ନଭେମ୍ବର ମାସରେ ଚୀନର ଲୋକଙ୍କୁ ମିଳିବ କୋଭିଡ19 ଟୀକା, ଚାଇନିଜ୍ ବୈଜ୍ଞାନିକ

Published: Sep 16, 2020, 3:12 pm IST

ବେଜିଂ, ଆସନ୍ତା ନଭେମ୍ବର ମାସ କିମ୍ବା ଡିସେମ୍ବରରେ ଚୀନର ଲୋକମାନଙ୍କୁ କୋଭିଡ19 ଟୀକା ମିଳି ପାରିବ। ସେଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ଚାଇନିଜ୍ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ମୁଖ୍ୟ ଡ. ହୁୟୁ ଗୁଝେନ୍। ଚୀନର ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ ଏହା କହିଛନ୍ତି। ଏପରିକି ଏହା ଏକାଥରେ ପର୍ଯ୍ୟାପ୍ତ ପରିମାଣର ଉତ୍ପାଦନ କରିବା ପାଇଁ ମଧ୍ୟ ସବୁ କାମ ସରିଛି ବୋଲି ସେ କହିଛନ୍ତି।

ହୁୟୁ ଆହୁରି କହିଛନ୍ତି ଯେ, ଏହାର କ୍ଲିନିକାଲ ପରୀକ୍ଷା ପ୍ରାୟ ସଫଳ ଆଡକୁ ଗତି କରିଛି। ଆଉ ମୁଁ ନିଜେ ମଧ୍ୟ ଏହି ଟୀକା ପରୀକ୍ଷା ପାଇଁ ନେଇଛି ବୋଲି ହୁୟୁ କହିଛନ୍ତି। ଗତ ଏପ୍ରିଲ ମାସରେ ମୋତେ ଏହି ଟୀକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ମୋର କୌଣସି ପାର୍ଶ୍ବ ପ୍ରତିକ୍ରିୟା କିମ୍ବା ଯନ୍ତ୍ରଣା ଦେଖାଯାଇ ନାହିଁ , ମୋତେ ବେଶ୍ ଭଲ ଲାଗୁଛି ବୋଲି ହୁୟୁ କହିଛନ୍ତି।

ଯେତେବେଳେ ଚୀନରେ କରୋନା ଭାଇରସ ସଂକ୍ରାମଣର ଫେଜ-3 , ଚାଲିଥିଲା ସେତେବେଳେ ଏହି ଟୀକାର ପରୀକ୍ଷା କରାଯାଇ ଥିଲା। ଯାହା ସଫଳତା ଆଡକୁ ଗତି କରିଛି। ହେଲେ ରୁଷିଆ ଫେଜ-3 ସରିବା ପରେ ତାଙ୍କ ଟୀକା ପରୀକ୍ଷା କରିଛନ୍ତି। କରୋନା ସଂକ୍ରାମଣ ଶୀର୍ଷରେ ଥିବା ବେଳେ ଆମେ 5 ଜଣଙ୍କ ନିକଟରେ ଏହି ପରୀକ୍ଷା କରିଛୁ ବୋଲି ହୁୟୁ କହିଛନ୍ତି।

ଏହି ଟୀକାର ନାମ ରଖାଯାଇଛି Ad5-nCoV, ଯାହାକୁ ଚୀନ ମିଲିଟାରୀ ଗବେଷଣା କେନ୍ଦ୍ର ଏବଂ କ୍ୟାନସିନୋ ବାଓଲଜିକ୍ସ ସଂସ୍ଥାର ମିଳିତ ଉଦ୍ୟମରେ ବିକଶିତ କରିଛନ୍ତି। ବର୍ତ୍ତମାନ ଏହି ଟୀକାକୁ ଗ୍ରହଣ କରିବା ପାଇଁ ଚୀନ ମିଲିଟାରୀ ସ୍ବୀକୃତ ଦେଇସାରିଛି ବୋଲି ସେ କହିଛନ୍ତି।

Related posts