Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାର 10 ଆସନ ସହିତ ଘୋଷଣା ହେଲା ଭାରତୀୟ ଜନତା ପାର୍ଟିର ୧୮୪ ପ୍ରାର୍ଥୀ ତାଲିକା; ବୈଜୟନ୍ତ, ଅପରାଜିତା ଓ ପ୍ରତାପ କେଉଁଠୁ ହେଲେ ପ୍ରାର୍ଥୀ
ବିଶେଷ ଖବର

ଓଡିଶାର 10 ଆସନ ସହିତ ଘୋଷଣା ହେଲା ଭାରତୀୟ ଜନତା ପାର୍ଟିର ୧୮୪ ପ୍ରାର୍ଥୀ ତାଲିକା; ବୈଜୟନ୍ତ, ଅପରାଜିତା ଓ ପ୍ରତାପ କେଉଁଠୁ ହେଲେ ପ୍ରାର୍ଥୀ

March 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Senior BJP leader JP Nadda announcing the first list of party candidates for Lok Sabha Elections 2019 in New Delhi on Thursday UNI PHOTO-124U
Senior BJP leader JP Nadda announcing the first list of party candidates for Lok Sabha Elections 2019 in New Delhi on Thursday UNI PHOTO-124U

ସମୀକ୍ଷା ବ୍ୟୁରୋ

ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ସୂଚୀରେ ୧୮୪ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ବିଜେପିର ନିର୍ବାଚନ ସମିତିର ସମ୍ପାଦକ ଜେପି ନଡ୍ଡା ଏହି ସୂଚୀ ଘୋଷଣା କରିଛନ୍ତି। ଓଡ଼ିଶା ସମେତ କର୍ଣ୍ଣାଟକ, ଜମ୍ମୁ-କଶ୍ମୀର, ରାଜସ୍ଥାନ, କେରଳ, ତ୍ରିପୁରା, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ଆଣ୍ଡାମାନ ନିକୋବର, ବିହାର ଓ ଉତ୍ତର ପ୍ରଦେଶ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୫ ହୋଇଥିବାରୁ ବିଜେପି ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରାର୍ଥୀ ପତ୍ର ଘୋଷଣା ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଆସନ୍ତା ଲୋକସଭା ନିର୍ବାଚନରେ ବାରାଣାସୀରୁ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦୀ। ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟ ପିଏମ ମୋଦୀ ବାରାଣାସୀରୁ ନିର୍ବାଚନ ଲଢି ଜିତିଥିଲେ। ଚଳିତ ଥର ପୁରୀ ରୁ ମୋଦୀ  ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା  ହେଉଥିଲା। ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଏଥର ଟିକେଟ ଦିଆଯାଇନଥିବା ବେଳେ ତାଙ୍କ ସ୍ଥାନରେ ଗାନ୍ଧୀନଗର ଆସନ ରୁ ଅମିତ ସାହାଙ୍କୁ ଟିକେଟ ମିଳିଛି। ସେହିପରି ନାଗପୁର ରୁ ନୀତିନ ଗଡକାରୀ, ଉନଉ ରୁ ସାକ୍ଷୀ ମହାରାଜା, ପଟନା ସାହିବ ରୁ ରବି ଶଙ୍କର ପ୍ରସାଦ, ମଥୁରା ରୁ ହେମା ମାଲିନୀ,  ଆମେଠିରୁ  ସ୍ମୃତି ଇରାନୀ, ଲକ୍ଷ୍ନୌରୁ ରାଜନାଥ ସିଂହ ପ୍ରମୁଖଙ୍କୁ ଟିକେଟ ଦିଆ ଯାଇଛି।

ଓଡ଼ିଶାର ୧୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା-

୧-ସୁନ୍ଦରଗଡ଼- ଜୁଏଲ ଓରାମ

୨-କେନ୍ଦୁଝର- ଅନନ୍ତ ନାୟକ

୩-ବାଲେଶ୍ଵର- ପ୍ରତାପ ଷଡ଼ଙ୍ଗୀ

୪-ଢେଙ୍କାନାଳ-ରୁଦ୍ର ନାରାୟଣ ପାଣି

୫-ନବରଙ୍ଗପୁର- ବଳଭଦ୍ର ମାଝୀ

୬-କେନ୍ଦ୍ରାପଡ଼ା- ବୈଜୟନ୍ତ ପଣ୍ଡା

୭-ଭୁବନେଶ୍ଵର- ଅପରାଜିତ ଷଡ଼ଙ୍ଗୀ

୮-ଆସ୍କା- ଶ୍ରୀମତୀ ପ୍ରିୟଦର୍ଶିନୀ

୯-ବ୍ରହ୍ମପୁର-ଭୃଗୁ ବକ୍ସିପାତ୍ର

୧୦-ବଲାଙ୍ଗୀର- ସଙ୍ଗୀତା କୁମାରୀ ସିଂହ ଦେଓ

BJP candidate list releases thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026
Latest News

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

ବଦଳିବ ବିଏମ୍‌ସିର ମାନଚିତ୍ର: ୨୬ ଗାଁ ମିଶିବ, ବଢ଼ିବ ୱାର୍ଡ ସଂଖ୍ୟା

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.