Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଥର ୧୦ ଦିନ ଧରି ଚାଲିଥିବା ରାଜ୍ୟସଭାରେ ବିଜେଡି ପାଇଁ ଥିଲା ୧୦ଟି ଗୁରୁତ୍ବ ପୂର୍ଣ୍ଣ ପ୍ରସଂଗ, ଜାଣନ୍ତୁ କଣ
ଜାତୀୟ ଖବର

ଏଥର ୧୦ ଦିନ ଧରି ଚାଲିଥିବା ରାଜ୍ୟସଭାରେ ବିଜେଡି ପାଇଁ ଥିଲା ୧୦ଟି ଗୁରୁତ୍ବ ପୂର୍ଣ୍ଣ ପ୍ରସଂଗ, ଜାଣନ୍ତୁ କଣ

September 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିର ସବୁଠାରୁ ବଡ ପ୍ରଶଂସାର ଘଟଣା ଥିଲା ସାଂସଦ ଡ.ସସ୍ମିତ ପାତ୍ରଙ୍କୁ ଗୃହ ପରିଚାଳନା କରିବାକୁ ପ୍ରଥମ ଥର ପାଇଁ ସୁଯୋଗ ମିଳିବା। ସେ ଏହି ୧୦ ଦିନିଆ ଅଧିବେସନରେ ୫ ଥର ଗୃହ ପରିଚାଳନା କରିବାର ସୁଯୋଗ ପାଇଥିଲେ।

ନୂଆଦିଲ୍ଲୀ, ଏଥର ରାଜ୍ୟସଭାର ମୌସୁମୀ ଅଧିବେସନ ବିଜୁ ଜନତା ଦଳ ପାଇଁ ବେଶ୍ ଗୁରୁତ୍ବ ପୂର୍ଣ ହୋଇଛି। ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଏବଂ ଦୁଇଟି ବିଲକୁ ବିରୋଧ କରିବା ପରି ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଛି। ତେବେ ବିଜେଡି ପାଇଁ ସବୁଠାରୁ ବଡ ଘଟଣାଟି ହେଉଛି ଯେ ଯୁବ ସାଂସଦ ଡ.ସସ୍ମିତ ପାତ୍ରଙ୍କୁ ଗୃହ ପରିଚାଳନା କରିବା ପାଇଁ ସୁଯୋଗ ମଧ୍ୟ ମିଳିବା।

ସେହିପରି ଏଥର ନୂଆକରି ରାଜ୍ୟସଭାକୁ ଯାଇଥିବା 4 ଜଣ ସାଂସଦଙ୍କୁ ପ୍ରଥମ ଥର ପାଇଁ କହିବାକୁ ସୁଯୋଗ ମିଳିଛି। ତେବେ ଏଥର ଅଧିବେସନ କରୋନା ପାଇଁ ୯ ଦିନ ପୂର୍ବରୁ ବନ୍ଦ ହୋଇଗଲା। ମାତ୍ର ୧୦ ଦିନ ଚାଲିଥିବା ଏହି ମୌସୁମୀ ଅଧିବେସନ ବିଜେଡି ପାଇଁ ୧୦ଟି ଗୁରୁତ୍ବ ପୂର୍ଣ୍ଣ ଘଟଣା ଘଟିଛି। ସେଗୁଡିକ ହେଲା

1-ଏଥର ରାଜ୍ୟସଭାରେ ଏନଡିଏର ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ କରିବା ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଥିଲା।

2-ଏଥର ଅଧିବେସନରେ ବିଜେଡିକୁ ୨୦ ଟି ବିଲ୍ ଉପରେ କହିବାର ସୁଯୋଗ ମିଳିଥିଲା।

3-ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସର୍ବାଧିକ ୫ଟି ବିଲ୍ ଆଲୋଚନାରେ ଭାଗ ନେଇଥିଲେ।

4-ଏଥର ରାଜ୍ୟସଭାରେ ବିଜେଡି ୨୫ଟି ବିଲକୁ ସମର୍ଥନ କରିଥିବା ବେଳେ ୨ଟି କୃଷି ବିଲକୁ ବିରୋଧ କରିଥିଲା। ସାଂସଦ ଅମର ପଟ୍ଟନାୟକ ଏହାକୁ ବିରୋଧ କରି ତଥ୍ୟ ଉପସ୍ଥାପନ କରିଥିଲେ।

5-ନିକଟରେ ରାଜ୍ୟସଭା ସଦସ୍ୟ ଭାବେ ଯାଇଥିବା ୪ ଜଣ ସାଂସଦ ଗୃହରେ ସେମାନଙ୍କର ପ୍ରଥମ ଭାଷଣ ଉପସ୍ଥାପନା କରିଥିଲେ। ନବାଗତ ସୁଜିତ କୁମାର ସର୍ବାଧିକ ୩ଟି ବିଲ ଉପରେ କହିବାର ସୁଯୋଗ ପାଇଥିଲେ।

6- ବିଜେଡିର ୬ ଜଣ ସାଂସଦ ୧୫୬ଟି ଅଣତାରକା ପ୍ରଶ୍ନ ପଚାରି ସରକାରଙ୍କଠାରୁ ଜବାବ ମାଗିଥିଲେ।

7-ସେମାନଙ୍କ ମଧ୍ୟରେ ସାଂସଦ ସସ୍ମିତ ପାତ୍ର ସର୍ବାଧିକ ୪୮ଟି ପ୍ରଶ୍ନ ପଚାରି ଉତ୍ତର ମାଗିଥିଲେ।

8-ଶୂନ୍ୟ କାଳରେ ବିଜେଡି ସ୍ପେଶାଲ ମେନସନରେ ୮ ଟି ଗୁରୁତ୍ବ ପୂର୍ଣ୍ଣ ପ୍ରସଂଗ ଉଠାଇଥିଲେ।

9- ବିଜେଡିର ସବୁଠାରୁ ବଡ ପ୍ରଶଂସାର ଘଟଣା ଥିଲା ସାଂସଦ ଡ.ସସ୍ମିତ ପାତ୍ରଙ୍କୁ ଗୃହ ପରିଚାଳନା କରିବାକୁ ପ୍ରଥମ ଥର ପାଇଁ ସୁଯୋଗ ମିଳିବା। ସେ ଏହି ୧୦ ଦିନିଆ ଅଧିବେସନରେ ୫ ଥର ଗୃହ ପରିଚାଳନା କରିବାର ସୁଯୋଗ ପାଇଥିଲେ।

10-ସସ୍ମତି ପାତ୍ର ଗୃହ ପରିଚାଳନା ସମୟରେ ଜାତୀୟ ଫରନୋସିକ ବିଜ୍ଞାନ ବିଶ୍ବବିଦ୍ୟାଳୟ ବିଲ, ରାଷ୍ଟ୍ରୀୟ ସୁରକ୍ଷା ବିଶ୍ବବିଦ୍ୟାଳୟ ବିଲ, ଶ୍ରମ ସୁରକ୍ଷା ବିଶ୍ବବିଦ୍ୟାଳୟ ବିଲ୍ ପାଶ ହୋଇଥିଲା। ସସ୍ମତିଙ୍କ ଗୃହ ପରିଚାଳନା କରିବା ଦକ୍ଷତାକୁ ବହୁ ସାଂସଦ ପ୍ରଶଂସା କରିଥିଲେ।

ଡ ସସ୍ମିତ ପାତ୍ର ବିଜୁ ଜନତା ଦଳ ରାଜ୍ୟସଭାର ମୌସୁମୀ ଅଧିବେସନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦: ଜାଣନ୍ତୁ ପ୍ଲେଇଂ ଇଲେଭେନ ଏବଂ ପିଚ୍ ରିପୋର୍ଟ

September 13, 2026

ବ୍ରିକ୍ସ ସମ୍ମିଳନୀର ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

September 13, 2026

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026
Latest News

ରାଉରକେଲା ସର୍କିଟ୍ ହାଉସରେ ‘ଆଡଲ୍ଟ ଷ୍ଟାର୍‌’, ପୁଲିସର ତନାଘନା ଜାରି

September 13, 2026

ରେଳବାଇର ପୋଲିସ ଦ୍ବାରା ଟ୍ରେନ ଲୁଟେରା ଗିରଫ

September 13, 2026

ଜୟଦେବ ବିହାରରେ ଲେଡିଜ୍ ହଷ୍ଟେଲ ମାଲିକାଣୀଙ୍କ ଗୁଣ୍ଡାଗର୍ଦ୍ଦି

September 13, 2026

ମାନସିକ ଭାରସାମ୍ୟ ହରାଇ ଯୁବକଙ୍କ ଆତ୍ମହତ୍ୟା

September 13, 2026

Zomatoରୁ ଅର୍ଡର କରିବା ପୂର୍ବରୁ ସାବଧାନ! CoD ବାଛିଲେ ଦେବାକୁ ପଡ଼ିପାରେ ଅଧିକ ଟଙ୍କା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.