ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୧ ଲକ୍ଷ ଟପିଲା, ଜାଣନ୍ତୁ କେଉଁ ଦେଶରେ କେତେ

Published: Sep 25, 2020, 9:24 am IST

ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା ୩୨.୧ ନିୟୁତ ମାର୍କ ଅତିକ୍ରମ କରିଥିବାବେଳେ ମୃତ୍ୟୁ ୯୮୧,୦୦୦ ରୁ ଅଧିକ ହୋଇଯାଇଛି। ଶୁକ୍ରବାର ସକାଳ ସୁଦ୍ଧା ମୋଟ ମାମଲା ୩ କୋଟି ୨୧ ଲକ୍ଷ ୩୫ ହଜାର ୨୨୦ ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୯ ଲକ୍ଷ ୮୧ ହଜାର ୭୫୪ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହାର ସଦ୍ୟତମ ରିପୋର୍ଟରେ ପ୍ରକାଶ କରିଛି।

ବର୍ତ୍ତମାନ ମଧ୍ୟ ବିଶ୍ବର ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ସଂଖ୍ୟାରେ ଆମେରିକା ଆଗରେ ଅଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬,୯୭୬,୨୧୫ ଏବଂ ମୃତ୍ୟୁ ସଂଖ୍ୟା ୨୦୨,୭୬୨ ରହିଛି।

ସେହିପରି କରୋନା ଆକ୍ରାନ୍ତରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଭାରତରେ ଆକ୍ରାନ୍ତ ସଂଖ୍ୟା ୫,୭୩୨,୫୧୮ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୯୧,୧୪୯ କୁ ବୃଦ୍ଧି ପାଇଛି।

ସର୍ବାଧିକ ମାମଲା ଥିବା ଅନ୍ୟ ୧୫ ଟି ଦେଶ ହେଉଛି ବ୍ରାଜିଲ (୪,୬୫୭,୭୦୨), ଋଷ (୧,୧୨୩,୯୭୬), କଲମ୍ବିଆ (୭୯୦,୮୨୩), ପେରୁ (୭୮୨,୬୯୫), ମେକ୍ସିକୋ (୭୧୫,୪୫୭), ସ୍ପେନ୍ (୭୦୪,୨୦୯), ଆର୍ଜେଣ୍ଟିନା (୬୭୮,୨୬୬), ଦକ୍ଷିଣ ଆଫ୍ରିକା (୬୬୭,୦୪୯), ଫ୍ରାନ୍ସ (୫୩୬,୨୮୯), ଚିଲି (୪୫୧,୬୩୪), ଇରାନ (୪୩୬,୩୧୯), ବ୍ରିଟେନ (୪୧୮,୮୮୯), ବାଂଲାଦେଶ (୩୫୫,୩୮୪), ଇରାକ (୩୩୭,୧୦୬) ଏବଂ ସାଉଦି ଆରବ (୩୩୧,୮୫୭), ଆକଳନରୁ ଜଣାପଡିଛି।

ମୃତ୍ୟୁରେ ବର୍ତ୍ତମାନ ବ୍ରାଜିଲ  ୧୩୯,୮୦୮ ରେ ଦ୍ୱିତୀୟ ସ୍ଥାନରେ ରହିଛି

ମୃତ୍ୟୁ ସଂଖ୍ୟା ୧୦,୦୦୦ ରୁ ଅଧିକ ଥିବା ଦେଶଗୁଡ଼ିକ ହେଉଛି ମେକ୍ସିକୋ (୭୫,୪୩୯), ବ୍ରିଟେନ (୪୧,୯୯୧), ଇଟାଲୀ (୩୫,୭୮୧), ପେରୁ (୩୧,୮୭୦), ଫ୍ରାନ୍ସ (୩୧,୫୨୪), ସ୍ପେନ୍ (୩୧,୧୧୮), ଇରାନ (୨୫,୦୧୫), କଲମ୍ବିଆ (୨୪,୭୪୬), ରୁଷ (୧୯,୮୭୬), ଦକ୍ଷିଣ ଆଫ୍ରିକା (୧୬,୨୮୩), ଆର୍ଜେଣ୍ଟିନା (୧୪,୭୬୬), ଚିଲି (୧୨,୪୬୯), ଇକ୍ୟୁଏଡର୍ (୧୧,୨୧୩) ଏବଂ ଇଣ୍ଡୋନେସିଆ (୧୦,୧୦୫)।

Related posts