Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ପାଗ ଦେଖି ପଗଡି ଭିଡିଲା ବିଜୁ ଜନତା ଦଳ, ବିରୋଧୀ ଦଳ ଚୁପ୍
ବିଶେଷ ଖବର

କରୋନା ପାଗ ଦେଖି ପଗଡି ଭିଡିଲା ବିଜୁ ଜନତା ଦଳ, ବିରୋଧୀ ଦଳ ଚୁପ୍

October 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
କରୋନା ପାଗ ଦେଖି ପଗଡି ଭିଡିଲା ବିଜୁ ଜନତା ଦଳ, ବିରୋଧୀ ଦଳ ଚୁପ୍

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର. ଏବେ ସାରା ବିଶ୍ବରେ ଯେପରି କରୋନା ଭୟ ଘାରିଛି, ସେହିପରି ଓଡିଶାରେ ମଧ୍ୟ ତାହା ଅନୁଭୂତ ହେଉଛି। ତେବେ ସାଧାରଣ ଲୋକଙ୍କୁ ସିନା କୋଭିଡ19 ଭୟ ହେଲେ ନେତାଙ୍କୁ ନୁହେଁ। ବର୍ତ୍ତମାନ ନେତାଙ୍କୁ କୋଭିଡଠାରୁ ଆହୁରି ଭୟ ଲାଗିଲାଣି ଭୋଟ। କାରଣ ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ଋତୁ ପାଖେଲାଣି। ଏପଟେ କୋଭିଡ ସେପଟେ ନିର୍ବାଚନ, କାହାକୁ କଣ କରିବେ ସେ ନେଇ ଚିନ୍ତାରେ ନେତା।

ବର୍ତ୍ତମାନ ଓଡିଶାର ଦୁଇଟି ଉପନିର୍ବାଚନର ଋତୁ ଆରମ୍ଭ ହୋଇଯାଇଥିବା ବେଳେ ତାପରେ ଆସିବ ନଗର ନିର୍ବାଚନ। ଏହା ପରେ ପରେ ପଞ୍ଚାୟତ ନିର୍ବାଚନ ପାଖେଇବ। ସେଥିପାଇଁ ରାଜନୈତିକ ଦଳଗୁଡିକ ଏବେଠାରୁ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି। କାରଣ ନଗର ନିର୍ବାଚନ ବେଳେ ପ୍ରମୁଖ ଭୁବନେଶ୍ବର ଓ କଟକ ପରି ମହାନଗରର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

ତେବେ ଏହି କୋଭିଡ ମହାମାରୀ ସମୟରେ ରାଜନୈତି ଫାଇଦା କିଏ ହାସଲ କରୁଛି ବୋଲି ଯଦି ପ୍ରଶ୍ନ ପଚରାଯାଏ ତେବେ ବିଜେଡି ବୋଲି କହିହେବ। କାରଣ ବର୍ତ୍ତମାନ ବିଜେଡି ରାଜ୍ୟରେ ବେଶ୍ ଶକ୍ତିଶାଳୀ ଥିଲେ ମଧ୍ୟ ସେ ପ୍ରଚାର ପ୍ରସାର ସହ ଜନସେବା କରିବାରେ ପଛ ଘୁଞ୍ଚା ଦେଉ ନାହିଁ। ବିରୋଧୀ କଂଗ୍ରେସ ଓ ବିଜେପି କରୋନାରେ ସରକାର କଣ ଦୁର୍ନିତି କରୁଛନ୍ତି ବୋଲି ରଡି କରିବାରେ ଲାଗିଛନ୍ତି। ଠିକ୍ ସେତିକି ବେଳେ ବିଜେଡି ସେପଟେ ଗାଁ ଗାଁ ବୁଲି ଲୋକଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିବାରେ ବ୍ୟସ୍ତ।

ପାଗ ଦେଖି କେଉଁ କୈଶଳ ଆପଣେଇ ହେବା ତାହା ବିଜେଡିକୁ ବେଶ୍ ଭଲ ଭାବରେ ଜଣା ଅଛି। ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀରୁ ବିଜେଡି ଆରମ୍ଭ କରିଛି ତାହାର ପଦଯାତ୍ରା। ମୁଖ୍ୟତଃ ପୂର୍ବ ପଦଯାତ୍ରାଗୁଡିକରେ ବିଜେଡି ସରକାରଙ୍କ ସଫଳତାର ପ୍ରଚାର ପ୍ରସାର କରାଇଥାଏ। ହେଲେ ଏଥର ପରିସ୍ଥିତି ଦେଖି ଦଳ ତାହାର ରଣନୀତି ବଦଳାଇ ଦେଇଛି।

ଏଥର କରୋନା ବେଳେ ଲୋକଙ୍କୁ ସାହାର୍ଯ୍ୟ କରିବା ମନୋବୃତି ନେଇ ଏହି ପଦଯାତ୍ରା କରିଛି। ଏଥିରେ ବିଧାୟକ, ମନ୍ତ୍ରୀ ଏବଂ କର୍ମିମାନେ ଗାଁ ଗାଁକୁ ବୁଲି ମାସ୍କ ବାଣ୍ଟିବେ, ସାମାଜିକ ଦୂରତା ଏବଂ ହାତ ଧୋଇବା ପ୍ରଭୃତି କାମ କରିବା ପାଇଁ ସଚେତନ କରାଇବେ। ଏପରି ସୁନ୍ଦର ଯୋଜନା ନେଇ ବିଜେଡି ଏହି ବିପଦ ସମୟରେ ଲୋକଙ୍କ ପାଖରେ ଛିଡା ହେବା ନିଶ୍ଚିତ ସ୍ବାଗତ ଯୋଗ୍ୟ। ଏପରି ପଦଯାତ୍ରାକୁ କେଉଁ ବିରୋଧୀ ଦଳ ବିରୋଧ କରିବାକୁ ସାହାସ କରିବେ।

ସେଥିପାଇଁ କୁହାଯାଏ ପାଗ ଦେଖି ପଗଡି ବାନ୍ଧେ ବିଜୁ ଜନତା ଦଳ

 

ବିଜୁ ଜନତା ଦଳ ବିଜେଡି ବିଜେଡି ପଦଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.