Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ବି ଚାଲିଛି ଗୋତି ଶ୍ରମିକ ପ୍ରଥା : 20 ହଜାର ଟଙ୍କା ପାଇଁ 15 ମାସ ହେଲାଣି ଗୋତି ଶ୍ରମିକ ଭାବେ ଖଟୁଛନ୍ତି ସ୍ବାମୀସ୍ତ୍ରୀ
ଜାତୀୟ ଖବର

ଆଜି ବି ଚାଲିଛି ଗୋତି ଶ୍ରମିକ ପ୍ରଥା : 20 ହଜାର ଟଙ୍କା ପାଇଁ 15 ମାସ ହେଲାଣି ଗୋତି ଶ୍ରମିକ ଭାବେ ଖଟୁଛନ୍ତି ସ୍ବାମୀସ୍ତ୍ରୀ

October 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗୁଣା : ଭାରତରେ ଗୋତି ଶ୍ରମିକ ପ୍ରଥା କେବେ ଠୁ ଉଚ୍ଛେଦ ହୋଇଯାଇଛି । କିନ୍ତୁ ଆଜି ବି ଅନେକ ଜାଗାରେ ଏହି ପ୍ରଥା ରହିଆସିଛି । ଏହିପରି ଏକ ରୋଚକ ଘଟଣା ମଧ୍ୟପ୍ରଦେଶ ଗୁନା ଜିଲ୍ଲାରୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଜଣେ ବ୍ୟକ୍ତି ମହାଜନଙ୍କଠାରୁ 20 ହଜାର ଟଙ୍କା ଧାର ନେଇଥିଲେ । ଉକ୍ତ ଟଙ୍କା ପରିଶୋଧ କରିବାରେ ବିଫଳ ହେବାରୁ  ଉକ୍ତ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଗତ 15 ମାସ ଧରି ମହାଜନଙ୍କଠାରେ ଗୋତି ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ ।

ଉଭୟ ସ୍ବାମୀ-ସ୍ତ୍ରୀ ଗୋତି ଶ୍ରମିକ ଭାବେ ଖଟୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ଋଣ ସୁଝି ହୋଇନାହିଁ। ବରଂ ଲୋଭୀ ମହାଜନ ଋଣ ଟଙ୍କାକୁ ସୁଧ ସହ ମିଶାଇ  50 ହଜାର ଟଙ୍କା କରି ଦେଇଥିଲେ । ତେବେ ଘଟଣାଟି ଲୋକଲୋଚନକୁ ଆସିବା ପରେ ତାଙ୍କୁ ଏହି ଗୋତି ଶ୍ରମିକରୁ ମୁକ୍ତ କରାଯାଇ ଥଇଥାନ ବ୍ୟବସ୍ଥା କରାଯାଇଛି ।

ଗୋତି ଶ୍ରମିକ ମୁକ୍ତି ମୋର୍ଚ୍ଚାର ସାଧାରଣ ସମ୍ପାଦକ  ଅଗ୍ନିଙ୍କ କହିବା ମୁତାବକ  ସେ ଏହି ଘଟଣା ଜାଣିବା ପରେ ସ୍ଥାନୀୟ ପ୍ରଶାସନ ସହାୟତାରେ କାଶ୍ମୀରା ସର୍ଦାର ନାମକ ସାହୁକାର ଠାରୁ ସେମାନଙ୍କୁ ମୁକୁଳାଇ ଥିଲେ ଏବଂ ପରେ ତାଙ୍କୁ ଗୁନା ଏସ ଡି ଜେ ଏମଙ୍କ ସମ୍ମୁଖ ରେ ହାଜର କରାଇଥିଲେ । ତେବେ ତାଙ୍କୁ ଗୋତି ଶ୍ରମିକରୁ ମୁକ୍ତି ଦିଆଯିବା ସହ ସେମାନେ କିପରି ସମାଜରେ ସମ୍ମାନର ସହ ବଞ୍ଚିପାରିବେ ସେନେଇ ଦୃଷ୍ଟି ଦିଆଯାଉଛି ।

ଉକ୍ତ ଦମ୍ପତିଙ୍କ ବୟାନ ଆଧାରରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ତତ୍‌କ୍ଷଣାତ ଅସ୍ଥାୟୀ ଆଶ୍ରୟ ପ୍ରଦାନ କରାଯାଇଛି । ଅପରପକ୍ଷରେସେମାନଙ୍କ ମୁକ୍ତି ନେଇ ଗୁନା ଏସଡି ଜେଏମଙ୍କ ପକ୍ଷରୁ ଏକ ମୁକ୍ତି ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ପୁନର୍ବାସ ଯୋଜନା 2016 ନିୟମାନୁସାରେ ପ୍ରତି ଗୋତି ଶ୍ରମିକଙ୍କୁ 20 ହଜାର ଟଙ୍କାର ସହାୟତା ରାଶି ଦିଆଯିବା ସହିତ ଉକ୍ତ ମହାଜନଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ ହେବ ।

ଏହି କ୍ରମରେ  ଆର୍ଥିକ ପୁନର୍ବାସ ଯୋଜନା ଅନ୍ତର୍ଗତ ମହିଳା ଗୋତି ଶ୍ରମିକଙ୍କୁ 2ଲକ୍ଷ ଟଙ୍କା ଏବଂ ପୁରୁଷ ଗୋତି ଶ୍ରମିକ 1 ଲକ୍ଷ ଟଙ୍କା ପାଇବାକୁ ହକଦାର ଅଟନ୍ତି । ତତସହିତ ସେମାନଙ୍କୁ ଚାଷ କରିବାକୁ ପାଞ୍ଚ ଏକର ଜମି ,ରାସନ କାର୍ଡ ,ନରେଗା ଜବ କାର୍ଡ ଏବଂ ସ୍ୱାସ୍ଥ୍ୟ ସୁବିଧା ତତ୍କାଳ ପ୍ରଦାନ କରାଯିବ। ଶ୍ରମିକମାନଙ୍କ ପାଇଁ ସରକାର ଅନେକ ପ୍ରକାରର ପଦକ୍ଷେପ ଆଣିଥିବାବେଳେ ଆଜି ଏହି ଯୋଜନା ଅନେକକଙ୍କ ପାଇଁ ଅପହଞ୍ଚ ହୋଇପଡିଛି। ଏପରିସ୍ଥଳେ ହିତାଧିକାରୀଙ୍କୁ ପ୍ରକୃତ ସୁବିଧା ସୁଯୋଗ ସମ୍ପର୍କରେ ସଚେତନ କରାଇବା ଆଜିର ସମୟରେ ବଡ ଆବଶ୍ୟକତା ରହିଛି । (ଏଜେନ୍ସି)

loan
Share. Facebook Twitter LinkedIn Email WhatsApp Copy Link

Related Posts

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026
Latest News

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.