Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ-19 ଟୀକାର ଗବେଷଣା ଓ ବିତରଣ ବ୍ୟବସ୍ଥାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

କୋଭିଡ-19 ଟୀକାର ଗବେଷଣା ଓ ବିତରଣ ବ୍ୟବସ୍ଥାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

October 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୋଭିଡ-19 ଟୀକାର ଗବେଷଣା ଓ ବିତରଣ ବ୍ୟବସ୍ଥାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, କୋଭିଡ-19 ବୈଶ୍ଵିକ ମହାମାରୀ ପାଇଁ ଟୀକା ଗବେଷଣା ଓ ଜନସାଧାରଣଙ୍କ ମଧ୍ୟରେ ଏହାର ସୁବିତରଣ ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନମୁନା ପରୀକ୍ଷଣ ସମ୍ପର୍କିତ ପ୍ରଯୁକ୍ତି, ରୋଗ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଚିହ୍ନଟ, ଔଷଧ ଓ ଅନ୍ୟାନ୍ୟ ଉପଚାର ସମ୍ପର୍କରେ ସମୀକ୍ଷା କରାଯାଇଥିଲା ।

ଭାରତର ଟୀକା ପ୍ରସ୍ତୁତ ଓ ନିର୍ମାଣକାରୀମାନେ କୋଭିଡ-19ର ମୁକାବିଲା ନିମନ୍ତେ କରୁଥିବା ଉଦ୍ୟମ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଏ ଦିଗରେ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବେ ବୋଲି ଶ୍ରୀ ମୋଦୀ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଏକ ଅତ୍ୟାଧୁନିକ ପ୍ରକ୍ରିୟା ଓ ନୂଆ ନୂଆ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ବିଶେଷଜ୍ଞମାନେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

ଟୀକାର ବଣ୍ଟନ ଓ ଯୋଗାଣ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଉଥିବା ବିଶେଷ କାର୍ଯ୍ୟକ୍ରମର ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ଏଥିରେ ଟୀକା ଆହରଣ ପାଇଁ ଆବଶ୍ୟକ ବିଭିନ୍ନ ବୈଷୟିକ ପ୍ରକ୍ରିୟା ଓ ଦକ୍ଷତା ସମ୍ପନ୍ନ ଯୋଗାଣ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଉଭୟ ସେରୋ ସର୍ଭେ ଏବଂ ନମୁନା ପରିକ୍ଷଣକୁ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯଥା ସମ୍ଭବ ଶୀଘ୍ର ନିୟମିତ ପରୀକ୍ଷା ଏବଂ ଏଥିରେ ମିତବ୍ୟୟିତ ଉପରେ ସେ ଗୁରୁତ୍ଵାରୋପ କରିଥିଲେ ।

ପାରମ୍ପରିକ ଭେଷଜ ଉପଚାରର ବୈଧତା, ବିଜ୍ଞାନସମ୍ମତ ପରୀକ୍ଷା ନିରୀକ୍ଷା ନିରବଚ୍ଛିନ୍ନ ଓ ଦ୍ରୁତଗତିରେ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ । ଗବେଷଣା ଉପରେ ପର୍ଯ୍ୟବସିତ ତଥା ନିର୍ଭରଯୋଗ୍ୟ ସମାଧାନ ଦେବା ପାଇଁ ସେ ଆୟୁଷ ମନ୍ତ୍ରଣାଳୟର ଉଦ୍ୟମକୁ ପ୍ରଶଂସା କରିଥିଲେ ।

କମ ଖର୍ଚ୍ଚରେ ଓ ସହଜରେ ଉପଲବ୍ଧ ଟୀକା, ଔଷଧ, ପରୀକ୍ଷା ଇତ୍ୟାଦି କେବଳ ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ୱକୁ ଯୋଗାଇବା ପାଇଁ ଭାରତ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଦୃଢତାର ସହିତ ପ୍ରକାଶ କରିଥିଲେ । ବୈଶ୍ଵିକ ମହାମାରୀର ମୁକାବିଲା ନିମନ୍ତେ ସବୁବେଳେ ପ୍ରସ୍ତୁତ ଓ ସତର୍କ ରହିବାକୁ ମୋଦୀ ଆହ୍ଵାନ ଜଣାଇଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ, ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ, ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତା, ବରିଷ୍ଠ ବୈଜ୍ଞାନିକ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲେ ।

କୋଭିଡ-19 ଟୀକା ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଉଜ୍ଜଳା ହିତାଧିକାରୀଙ୍କୁ ଝଟକା

June 8, 2026

ଇଣ୍ଡିଆ ମେଣ୍ଟର ମହାମନ୍ଥନ: ୨୦୨୯ ଲକ୍ଷ୍ୟରେ ବିରୋଧୀଙ୍କ ନୂଆ ରଣନୀତି

June 8, 2026

ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟରେ ଭୟାବହ ଦୁର୍ଘଟଣା: ୮ ମୃତ

June 8, 2026

ଟେଷ୍ଟ ବିଜୟ ପରେ ଟିମ୍ ଇଣ୍ଡିଆର ଦଳରେ ପରିବର୍ତ୍ତନ: ODI ସିରିଜରୁ ବାଦ ପଡିଲେ ୭ ଖେଳାଳି

June 8, 2026
Latest News

୧୦ଟି ପ୍ରସ୍ତାବକୁ ଅନୁମୋଦନ ଦେଲା କ୍ୟାବିନେଟ

June 8, 2026

ଉଜ୍ଜଳା ହିତାଧିକାରୀଙ୍କୁ ଝଟକା

June 8, 2026

ଇଣ୍ଡିଆ ମେଣ୍ଟର ମହାମନ୍ଥନ: ୨୦୨୯ ଲକ୍ଷ୍ୟରେ ବିରୋଧୀଙ୍କ ନୂଆ ରଣନୀତି

June 8, 2026

ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟରେ ଭୟାବହ ଦୁର୍ଘଟଣା: ୮ ମୃତ

June 8, 2026

ବ୍ୟାପକ ସୁରକ୍ଷା ସହିତ ମୌସୁମୀ ପାଇଁ ପ୍ରସ୍ତୁତ ହେଉଛି ପୂର୍ବତଟ ରେଳପଥ

June 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.