Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସନ୍ତୁ ଦେଖିବା ଓଡିଶା ରାଜନୀତିରେ ମହାନ ପାରିବାରିକ ନିର୍ବାଚନ ! ଏ ନିର୍ବାଚନ ଅଳ୍ପ କେତୋଟି ପରିବାରର ଉତ୍ସବ ମାତ୍ର !
ବିଶେଷ ଖବର

ଆସନ୍ତୁ ଦେଖିବା ଓଡିଶା ରାଜନୀତିରେ ମହାନ ପାରିବାରିକ ନିର୍ବାଚନ ! ଏ ନିର୍ବାଚନ ଅଳ୍ପ କେତୋଟି ପରିବାରର ଉତ୍ସବ ମାତ୍ର !

March 25, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
family politics in odisha
family politics in odisha

କେଦାର ମିଶ୍ର

କୁହାଯାଏ, ଗଣତନ୍ତ୍ରରେ ନିର୍ବାଚନ ହେଉଛି ସବୁଠୁ ବଡ ଉତ୍ସବ। ଭାରତ ଯେହେତୁ ପୃଥିବୀର ସବୁଠୁ ବଡ ଗଣତନ୍ତ୍ର, ତେଣୁ ଭାରତର ସାଧାରଣ ନିର୍ବାଚନ ପୃଥିବୀର ସବୁଠୁ ବଡ ଉତ୍ସବ ମନେହେବା ସ୍ଵାଭାବିକ। ତେବେ ଗଣତନ୍ତ୍ରରେ ଗଣଙ୍କ ଶାସନ ଥାଏ। ପରିବାର ଆଧାରିତ ରାଜତନ୍ତ୍ର  ଓ ସାମଂତବାଦ ଗଣତନ୍ତ୍ରର ସବୁଠୁ ବଡ ଶତ୍ରୁ। ତେବେ ଓଡିଶା ନିର୍ବାଚନର ପୃଷ୍ଠଭୂମି ଦେଖିଲେ ଲାଗୁଛି, ଏଠି ଗଣତନ୍ତ୍ରର ନୁହଁ, ବରଂ ରାଜତନ୍ତ୍ର ଓ ପରିବାର ଶାସନର ରାଜୁତି ଚାଲିଛି। ବର୍ତ୍ତମାନ ସମୟରେ ରାଜନୀତିରେ ସକ୍ରିୟ ଥିବା ତିନୋଟି ପ୍ରମୁଖ ରାଜନୈତିକ ଦଳରେ ପରିବାରବାଦ ନିଜର କାୟା ବିସ୍ତାର କରିଛି। କଂଗ୍ରେସ, ବିଜେପି ଓ ବିଜେଡିରେ ନିର୍ବାଚନ ଲଢିବାକୁ ଯେଉଁମାନଙ୍କୁ ଟିକଟ ଦିଆଯାଇଛି, ସେମାନଙ୍କ ଭିତରୁ ଏକ ବଡ ଅଂଶ କେତୋଟି ନିର୍ଦ୍ଦିଷ୍ଟ ପରିବାରକୁ ଯାଇଛି। ଏମିତି ବି ହୋଇଛି ଯେ, ଗୋଟିଏ ଗୋଟିଏ ପରିବାର ତିନୋଟି ଯାକ ଦଳରୁ ଟିକଟ ପାଇଛନ୍ତି। ଭାଇ ଗୋଟେ ଦଳରେ ତ ଭଉଣୀ ଆଉ ଗୋଟେ ଦଳରେ। ବାପା ଗୋଟେ ନିର୍ବାଚନ ମଣ୍ଡଳୀରେ ତ ପୁଅ ଆଉ ଗୋଟେ ନିର୍ବାଚନ ମଣ୍ଡଳୀରେ।

ପାରିବାରିକ ରାଜନୀତିର ସବୁଠୁ ଚମକପ୍ରଦ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ। ମାତ୍ର ଦୁଇଟି ପରିବାର ଏହି ଜିଲାରେ ତିନୋଟି ଯାକ ଦଳର ହର୍ତ୍ତାକର୍ତ୍ତା ବିଧାତା ସାଜିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ପରିବାର ହାତରେ ବିଜେଡି ଓ ବିଜେପିର ଲଗାମ ରହିଥିବା ବେଳେ ସମ୍ବିଧାନ ସଭାର ସଦସ୍ୟ ଯୁଧିଷ୍ଠିର ମିଶ୍ରଙ୍କ ପରିବାର ହାତରେ କଂଗ୍ରେସର ନିୟନ୍ତ୍ରଣ ରହିଛି। ବିଜେଡ଼ିର ଷ୍ଟାର ପ୍ରଚାରକ ଭାବରେ ଅନଙ୍ଗ ଉଦୟ ସିଂ ଦେଓଙ୍କ ବଡ ପୁଅ କଳିକେଶ ନାରାୟଣ ସିଂ ଦେଓଙ୍କୁ ବଲାଙ୍ଗୀର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ସାନପୁଅ ଅର୍କେଶ ସିଂ ଦେଓଙ୍କୁ ବଲାଙ୍ଗୀର ବିଧାନସଭାର ପ୍ରାର୍ଥୀ କରିଛି। ଅନଙ୍ଗ ଉଦୟଙ୍କ ପୁତୁରା କନକ ବର୍ଦ୍ଧନ ସିଂ ଦେଓ ପାଟଣାଗଡ ବିଧାନସଭାରେ ବିଜେପି ପ୍ରାର୍ଥୀ ହୋଇଥିବାବେଳେ କନକ ବର୍ଦ୍ଧନଙ୍କ ଧର୍ମପତ୍ନୀ ସଙ୍ଗୀତା ସିଂ ଦେଓ ବଲାଙ୍ଗୀର ଲୋକସଭାର ପ୍ରାର୍ଥୀ। ପରିବାର ଭିତରେ ବିଜେଡି ଓ ବିଜେପିର ଟିକଟ ଏଇଠି ବଣ୍ଟା ହୋଇ ଯାଇଛି। ତେବେ ଏହି ପରିବାର ବିରୋଧରେ ବଲାଙ୍ଗୀର ବିଧାନସଭା ଆସନରୁ ନରସିଂହ ମିଶ୍ର ଓ ଲୋକସଭା ଆସନରୁ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସ ଟିକଟ ପାଇ ଲଢୁଛନ୍ତି।

କଂଗ୍ରେସ ଦଳରେ ବାପା ଓ ପୁଅଙ୍କୁ ଟିକଟ ଦେବାରେ ଏଥର ରେକର୍ଡ ସୃଷ୍ଟି କରାଯାଇଛି। ବଲାଙ୍ଗୀର ପରେ କଳାହାଣ୍ଡି ଲୋକସଭା ପାଇଁ ଭକ୍ତଚରଣ ଦାସ ଓ ଭବାନୀପାଟଣା ବିଧାନସଭା ଲାଗି ତାଙ୍କ ପୁଅ ସାଗର ଚରଣ ଦାସ, ସୁନ୍ଦରଗଡ ଲୋକସଭା ଲାଗି ଜର୍ଜ ତିର୍କୀ ଓ ବୀରମିତ୍ରପୁର ବିଧାନସଭା ଲାଗି ତାଙ୍କ ପୁଅ ରୋହିତ ଯୋଶେଫ ତିର୍କୀଙ୍କୁ ଟିକଟ ଦିଆ ଯାଇଛି। ସୁନ୍ଦରଗଡ ଜିଲ୍ଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଝିଅ ସୁନୀତା ବିଶ୍ଵାଳ ବିଜେଡ଼ିର ଲୋକସଭା ପ୍ରାର୍ଥୀ ହୋଇଥିବାବେଳେ ସାନଝିଅ ଅମୀତା ବିଶ୍ଵାଳ ସୁନ୍ଦରଗଡ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି।

ବିଜେପି ନିଜକୁ କ୍ୟାଡର ଭିତ୍ତିକ ଏକ ଦଳ ବୋଲି କହୁଥିଲେ ମଧ୍ୟ ଏହାର ଅନେକ ଟିକଟ ବିଭିନ୍ନ ପରିବାର ଭିତରେ ବଣ୍ଟା ହୋଇ ରହିଛି। ବିଜେପି କନକ ବର୍ଦ୍ଧନ ଓ ସଙ୍ଗୀତାଙ୍କ ପରେ ବ୍ରହ୍ମପୁର ଲୋକସଭା ପାଇଁ ପୂର୍ବତନ ମନ୍ତ୍ରୀ ହରିଶଚନ୍ଦ୍ର ବକ୍ସି ପାତ୍ରଙ୍କ ପୁଅ ଭୃଗୁ ବକ୍ସି ପାତ୍ର (ତାଙ୍କ ଭଉଣୀ ଲୋପାମୁଦ୍ରା ବକ୍ସି ପାତ୍ର ବିଜେଡିରେ ଅଛନ୍ତି), ଆସ୍କା ଲୋକସଭା ପାଇଁ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନୀତା ପ୍ରିୟଦର୍ଶିନୀଙ୍କୁ ଟିକଟ ଦିଆଯାଇଛି।

ଆଗାମୀ ଦିନରେ ଉପକୂଳ ଓଡିଶାର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଲା ପରେ ଏହି ତାଲିକା ଢେର ଲମ୍ବା ହେବାକୁ ଯାଉଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ, ଅନନ୍ତ ସେଠୀ ଓ  ତାଙ୍କ ପୁଅ କୁମାର ଚିରଞ୍ଜିବୀ ପ୍ରମୁଖଙ୍କ ନାଁ ଏବେ ଶୁଣାଯାଉଛି। ଏଠି ପ୍ରଶ୍ନ ଉଠୁଛି, ଯଦି ଗୋଟେ ପରିବାର ଭାଗ ବାଣ୍ଟି ବିଭିନ୍ନ ଦଳର ଟିକଟ ପାଇ ବନ୍ଧୁତ୍ବପୂର୍ଣ୍ଣ ଲଢେଇ କରୁଛନ୍ତି, ସେଠି ଏହି ସବୁ ନେତାଙ୍କ ସମର୍ଥକମାନେ ନିଜ ନିଜ ଭିତରେ ମାଡ଼ଗୋଳ ଲାଗୁଛନ୍ତି କାହିଁକି? ଭାରତୀୟ ରାଜନୀତିରେ ପରିବାରବାଦ ଏକ ଗ୍ରହଣୀୟ ସତ୍ୟ ଓ ସମୟକ୍ରମେ ସବୁଦଳ ଏହାକୁ ନିଜର ଅସ୍ଥି ମଜ୍ଜାଗତ କରି ସାରିଲେଣି। ଯେଉଁମାନେ ଏକଦା କଂଗ୍ରେସର ପରିବାରବାଦ ବିରୋଧରେ ବହୁତ ପ୍ରବଚନ ଦେଉଥିଲେ, ସେମାନେ ଏବେ ନିଜ ନିଜ ପରିବାରକୁ ବିଭିନ୍ନ ଦଳରେ ଥଇଥାନ କରି ଚାଲିଛନ୍ତି। ଏ ପ୍ରକାର ପାରିବାରିକ ରାଜନୀତିର ସବୁଠୁ ଖରାପ ପ୍ରଭାବ ପଡୁଛି ସାଧାରଣ ନେତା ଓ କର୍ମୀଙ୍କ ଉପରେ।

ବଲାଙ୍ଗୀର ଜିଲା ରାଜନୀତିରେ ଦଶନ୍ଧି ଦଶନ୍ଧି ଧରି ତିନୋଟି ପରିବାରର ରାଜତ୍ଵ ଚାଲିଛି। ତିନୋଟି ଯାକ ମୁଖ୍ୟ ରାଜନୈତିକ ଦଳ ଏଇ ତିନୋଟି ପରିବାରର ଜମିଦାରୀ। ସେଇ ଜମିଦାରୀ ଭିତରେ ଅନ୍ୟ କର୍ମୀମାନେ ରୟତ ବା ପ୍ରଜା ହୋଇ ରହିବେ କାହିଁକି? ଏହି ତିନୋଟି ଦଳର କର୍ମୀମାନେ ନିଜକୁ ପଚାରିବା ଉଚିତ, ସେମାନେ ତିନୋଟି ରାଜନୈତିକ ପରିବାରର କ୍ରୀତଦାସ ନା ସେମାନଙ୍କର ମଧ୍ୟ କିଛି ରାଜନୈତିକ ଅସ୍ତିତ୍ଵ ରହିଛି ?

thesamikshya
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Latest News

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.