Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିହାରରେ କାହାର ସରକାର? ପ୍ରଥମ ପର୍ଯ୍ୟାୟ ଭୋଟ୍ ପ୍ରତିଶତ ସରକାରଙ୍କ ସପକ୍ଷରେ ନା ବିପକ୍ଷରେ, ଜାଣନ୍ତୁ
ଜାତୀୟ ଖବର

ବିହାରରେ କାହାର ସରକାର? ପ୍ରଥମ ପର୍ଯ୍ୟାୟ ଭୋଟ୍ ପ୍ରତିଶତ ସରକାରଙ୍କ ସପକ୍ଷରେ ନା ବିପକ୍ଷରେ, ଜାଣନ୍ତୁ

October 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିହାରରେ କାହାର ସରକାର? ପ୍ରଥମ ପର୍ଯ୍ୟାୟ ଭୋଟ୍ ପ୍ରତିଶତ ସରକାରଙ୍କ ସପକ୍ଷରେ ନା ବିପକ୍ଷରେ, ଜାଣନ୍ତୁ

ପାଟନା, ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର‌୍ୟ୍ୟାୟ ଭୋଟ ଶେଷ ହୋଇଛି। ଏହାପରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଭୋଟ ପରେ ନଭେମ୍ବର ୧୦ ରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ଆୟୋଗଙ୍କ ଅନୁସାରେ, ବିହାରର ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ୭୧ ଟି ଆସନରେ ୫୪.୨୬ ପ୍ରତିଶତ ମତଦାନ ହୋଇଛି। ଏହି ଭୋଟ ଗ୍ରହଣ ହାରକୁ ନେଇ ମହାମେଣ୍ଟ ଏବଂ ଏନଡିଏ ମଧ୍ୟରେ ଚାଲିଛି ଅଙ୍କ କଷା।

ତେବେ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ​​ଭୋଟ ପ୍ରତିଶତ କଣ ସୂଚାଉଛି ତାକୁ ନେଇ ରାଜନୈତିକ ସମୀକ୍ଷକମାନେ ମଧ୍ୟ ବିଭିନ୍ନ ମତ ଦେବାରେ ଲାଗିଛନ୍ତି। ଯଦି ଆପଣ ୨୦୧୫ ବିଧାନସଭା ନିର୍ବାଚନର ଆକଳନ ଦେଖନ୍ତି, ତେବେ ଏହି ଆସନଗୁଡିକରେ ୫୪.୭୫ ପ୍ରତିଶତ ଭୋଟ ହୋଇଥିଲା। ସମଗ୍ର ବିହାରର ୨୪୩ ଟି ଆସନରେ ୫୬.୬୬ ପ୍ରତିଶତ ମତଦାନ ହୋଇଥିଲା। ସେହିଭଳି ୨୦୧୦ ରେ ୫୨.୬୭ ପ୍ରତିଶତ ୨୦୦୫ ରେ ୪୬.୫୦ ପ୍ରତିଶତ ଏବଂ ୨୦୦୦ ମସିହାର ବିଧାନସଭା ନିର୍ବାଚନରେ ​​୬୨.୫୭ ପ୍ରତିଶତ ମତଦାନ ହୋଇଥିଲା।

ଯଦି ଆମେ ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟର ଭୋଟ ଧାରାକୁ ଦେଖିବା, ତେବେ ଭୋଟ୍ ଗତ ନିର୍ବାଚନ ସହିତ ପ୍ରାୟ ସମାନ। ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ବିହାରରେ ​​୫୩.୯୨ ପ୍ରତିଶତ ମତଦାନ ହୋଇଥିଲା। ଏହି ଧାରକୁ ଆକଳନ କଲେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ଭୋଟ ପ୍ରତିଶତ ଶାସକ ଏନଡିଏ ସପକ୍ଷରେ ଯିବା କଥା। ହେଲେ ସମୀକ୍ଷକମାନେ ଏହାକୁ ଦୃଢ ଭାବେ କହିପାରୁ ନାହାଁନ୍ତି। ଏହାର ବିଭିନ୍ନ କାରଣକୁ ଅନୁଧ୍ୟାନ କରି ଏହି ଭୋଟ ପ୍ରତିଶତ ସରକାରଙ୍କ ସପକ୍ଷରେ ଯିବ ବୋଲି କହିହେଉ ନାହି।

ବିଜେପି ନୀତିଶଙ୍କ ସହ ନିର୍ବାଚନ ଲଢୁଛି ସତ ହେଲେ କେଉଁଠି ନା କେଉଁ ବିଜେପି ତାଙ୍କ ଉପରେ ସନ୍ତୁଷ୍ଠ ନ ଥିବା ପରି ମନେ ହେଉଛି। ବିଜେପି ତାହାର ନିଜସ୍ବ ଇସ୍ତାହାର ପ୍ରକାଶ କଲା। ସେଥିରେ ନୀତିଶଙ୍କ ନାମ ନାହିଁ। ବିଜେପି ନିଜେ ନିଜ ପ୍ରାର୍ଥୀଙ୍କ ପାଇଁ ପୋଷ୍ଟର ମାରିଛନ୍ତି, ଯେଉଁଥିରେ ନୀତିଶଙ୍କ ଫଟୋ ନାହିଁ। ବୋଧହୁଏ ବିଜେପି ଜାଣି ସାରିଲାଣି ଯେ ନୀତିଶଙ୍କ ଲୋକପ୍ରିୟତା ହ୍ରାସ ଘଟିଛି। ସେହିପରି ଏନଡିଏରେ ଥାଇ ମଧ୍ୟ ଏଲଜେପି ଏକାକୀ ନିର୍ବାଚନ ଲଢୁଛି। ଏସବୁକୁ ଅନୁଧ୍ୟାନ କରି ଏହି ଭୋଟ ପ୍ରତିଶତ ସଂପୂର୍ଣ୍ଣ ସରକାରୀ ଦଳକୁ ଯିବ ବୋଲି କହିହେବ ନାହିଁ।

ଏଥର ନିର୍ବାଚନରେ ରୋଜଗାର ଏବଂ ମଦ ନିଷେଧ ପ୍ରସଙ୍ଗକୁ ଉଭୟ ପକ୍ଷ ଗୁରୁତ୍ୱ ଦେଇଛନ୍ତି। ୧୦ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଦେବା ନେଇ ତେଜସ୍ୱୀ ଯାଦବ ପ୍ରତିଶୃତି ଦେଇଛନ୍ତି। ଏଥି ସହିତ ନିତୀଶ ସରକାର ମଧ୍ୟ ୧୯ ଲକ୍ଷ ଚାକିରି ଦେବାକୁ କହିଛନ୍ତି। ତେବେ ତେଜସ୍ୱୀଙ୍କ ନିଯୁକ୍ତି ପ୍ରସଙ୍ଗ ନୀତୀଶ କୁମାର ସରକାରଙ୍କ ପାଇଁ ଏକ ଧକ୍କା ବୋଲି ପ୍ରମାଣିତ ହୋଇଛି। କାରଣ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଚାକିରୀ ନ ଦେଇ ଏବେ ପ୍ରତିଶୃତି ଦେବା ତାଙ୍କ ପାଇଁ ବୁମେରାଂ ହୋଇଛି।

ତେବେ ରାଜନୈତିକ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସରିବା ପରେ ଏହା ଆକଳନ କରିହେବ। ସେହି ଭୋଟ ପ୍ରତିଶତ କହିବ ଯେ ବିହାରର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି କି ନାହିଁ।

ବିହାର ନିର୍ବାଚନ 2020
Share. Facebook Twitter LinkedIn Email WhatsApp Copy Link

Related Posts

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026
Latest News

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.