Categories
ଜାତୀୟ ଖବର ବିଶେଷ ଖବର

ବିହାରରେ ନୀତିଶ ସୁଶୀଲ ଯୋଡି ବେଶ୍ ଜମିଥିଲା, ହେଲେ କଣ ପାଇଁ ଏହାକୁ ଭାଙ୍ଗିଲା ବିଜେପି ?

ନୂଆଦିଲ୍ଲୀ, ବିହାରରେ ଦୀର୍ଘ ବର୍ଷ ଧରି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଉପ ମୁଖ୍ୟମନ୍ତ୍ରୀ ଭାବେ ଯୋଡି ବେଶ ଜମିଥିଲା। ଏପରି କି ଏଥର ସୁଶୀଲ ମୋଦୀଙ୍କ ନେତୃତ୍ୟରେ ବିହାରରେ ବିଜେପି ମଧ୍ୟ ବେଶ ସଫଳତା ହାସଲ କଲା। ହେଲେ କଣ ଏମିତି ହେଲା ଯେ ସୁଶୀଲଙ୍କୁ ବିଜେପି ହାତଛଡା କରିଦେଲା ? ତାଙ୍କୁ ବିଜେପି ବିଧାୟକ ଦଳ ନେତା ହିସାବରେ ମନୋନିତ ନ କରି ନୂଆ ଚେହେରାଙ୍କୁ ଆଗକୁ ଆଣିଲା ?

ବିଜେପି ବିଧାୟକଦଳ ବୈଠକ ନିଷ୍ପତି ଅନୁସାରେ ବର୍ତ୍ତମାନ ତାରକେଶ୍ବର ପ୍ରସାଦଙ୍କୁ ଦଳର ନେତା ଏବଂ ରେଣୁଦେବୀଙ୍କୁ ଉପନେତା ଭାବେ ମନୋନିତ କରଗଲା। ଏହାକୁ ନେଇ ବର୍ତ୍ତମାନ ବିହାର ନୁହେଁ ସାରା ଦେଶର ରାଜନୀତିରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୁଶୀଲ ମୋଦୀ ମଧ୍ୟ ନୀତିଶ କୁମାରଙ୍କ ବେଶ ପସନ୍ଦ ଯୋଗ୍ୟ ନେତା ଥିଲେ। ଉଭୟ ବିହାର ସରକାରଙ୍କୁ ସୁରୁଖୁରରେ ଚଳାଇବାରେ ସମର୍ଥ ମଧ୍ୟ ଥିଲେ। 2005 ମସିହାରୁ 2013 ମସିହା ପର୍ଯ୍ୟନ୍ତ ଉଭୟ ଏକାଠି କାମ କରିଥିଲେ। ପରେ 2017ରେ ଯେତେବେଳେ ନୀତିଶ ବିଜେପିର ହାତ ଧରିଲେ ସେତେବେଳେ ମଧ୍ୟ ନୀତିଶ ସୁଶୀଲ ଯୋଡି ପୁଣି ଥରେ ବିହାରରେ ଆରମ୍ଭ ହେଲା।

ସୁଶୀଲ ମୋଦୀଙ୍କୁ କଣଠୋସା କରିବାର କାରଣ କଣ ହୋଇପାରେ

ସୁଶୀଲ ମୋଦୀ ହେଉଛନ୍ତି ବିହାରର ବିଜେପି ଚେହେରା। ହେଲେ ତାଙ୍କୁ କଣଠୋସା କରିବାର କାରଣରେ ଏହା କୁହାଯାଇପାରେ ଯେ, ବିଜେପି ବର୍ତ୍ତମାନ ନୂଆ ନେତୃତ୍ବକୁ ପ୍ରାଧାନ୍ୟ ଦେଉଛି। ଭବିଷ୍ୟତରେ ଦଳକୁ ବିହାରରେ ସୁଦୃଢ କରିବା ପାଇଁ ବରିଷ୍ଠ ନେତାଙ୍କୁ ଛାଡି ନୂଆ ନେତୃତ୍ବକୁ ପ୍ରାଧାନ୍ୟ ଦେଉଛି। ଏବେଠାରୁ ଜଣେ ନୂଆ ପିଢୀକୁ ଆଗକୁ ଆଣି ବ୍ରାଣ୍ଡିଂ କଲେ ଭବିଷ୍ୟତରେ ବିଜେପିର ମଙ୍ଗ ଧରିବାରେ ସେ ସାହାର୍ଯ୍ୟ କରିବ। ସେଥିପାଇଁ ବିଜେପି ତାରକେଶ୍ବର ପ୍ରସାଦଙ୍କୁ ନୂଆ ଚେହେରା ଭାବେ ଆଗକୁ ଆଣିଛି।

ତାରକେଶ୍ବର ହେଉଛନ୍ତି ବିଜେପିର ଜଣେ ପୁରୁଣା ଖେଳାଳୀ। ସେ 4 ଥର କଟିହାର ନିର୍ବାଚନ ମଣ୍ଡଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ସେ ମଧ୍ୟ ହେଉଛନ୍ତି ଜଣେ କଟ୍ଟର ଏଭିବିପି ସଦସ୍ୟ। ଅନ୍ୟପକ୍ଷରେ ସେ ହେଉଛନ୍ତି ବୈଶ୍ୟ ସଂପ୍ରଦାୟର କଲବାର ଜାତିର। ଫଳରେ ବିଜେପି ବହୁ ଭାବି ଚିନ୍ତି ସେ ଏହି ନିଷ୍ପତି ନେଇ ତାଙ୍କୁ ଆଗକୁ ଆଣିଛି।

ବିଜେପି କଣ ପାଇଁ ଦୁଇଟି ଉପ ମୁଖ୍ୟମନ୍ତ୍ରୀ ନେବାକୁ ନିଷ୍ପତି କଲା

ବର୍ତ୍ତମାନ ବିହାର ରାଜ୍ୟର ଭବିଷ୍ୟତ ଚିନ୍ତା କରି ବିଜେପି ଏବେଠାରୁ ଯୋଜନା ପ୍ରସ୍ତୁତି ଆରମ୍ଭ କରିସାରିଲାଣି। ସେଥିପାଇଁ ଏଥର ଦଳ ଦୁଇ ଜଣ ଡେପୁଟି ସିଏମ ପଦ ନେବାକୁ ନିଷ୍ପତି କରିଛି। ଏହାର କାରଣରେ କୁହାଯାଇପାରେ କି ନୀତିଶ ଗୋଟିଏ ମୁଖ୍ୟମନ୍ତ୍ରୀ ସହିତ ବିଜେପିର ଦୁଇଟି ଡେପୁଟି ସିଏମ ବରାବର ହେବ। ଏହା ଦ୍ବାରା ବିଜେପିର ଲୋକପ୍ରିୟତା ବୃଦ୍ଧି ପାଇବ। ଅନ୍ୟପକ୍ଷରେ ଦୁଇଟି ଡେପୁଟି ସିଏମ ନେବା ଦ୍ବାରା ଲୋକଙ୍କ ପାଖରେ ବିଜେପି ଶିଘ୍ର ପହଞ୍ଚିବାରେ ସକ୍ଷମ ହେବ। ସେଥିପାଇଁ ବିଜେପିର ରାଷ୍ଟ୍ରୀୟ ଦଳ ବହୁ ଭାବି ଚିନ୍ତି ଏହି ନିଷ୍ପତି ଗ୍ରହଣ କରିଛନ୍ତି।

ବିଜେପିର ଚାଲକୁ ବୁଝିସାରିଲେଣି କି ନୀତିଶ !

ବିଜେପିର ଏପରି ଚାଲକୁ ନୀତିଶ ମଧ୍ୟ ଅବଗତ ହୋଇ ସାରିଲେଣି। ସେ ଜାଣି ସାରିଲେଣି ଯେ, କେତେବେଳେ କେଉଁ ମୁହୂର୍ତ୍ତରେ ବିଜେପି ତାଙ୍କୁ ହତାଦାର କରିଦେଇପାରେ। ସେଥିପାଇଁ ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିନା ସେ ବିଜେପିର ଏପରି ରଣନୀତିକୁ ନେଇ କୁଆଡେ ଅସନ୍ତୁଷ୍ଠ ବୋଲି ଜଣାପଡିଛି।

ନୀତିଶ ମଧ୍ୟ ଚାହୁଁତିଲେ ଯେ ସୁଶୀଲ ମୋଦୀ ପୁଣିଥରେ ଉପମୁଖ୍ୟମନ୍ତ୍ରୀ ହୁଅନ୍ତୁ। ହେଲେ ବିଜେପି ତାହାକୁ ଗ୍ରହଣ କଲା ନାହିଁ। ନୀତିଶ ସେବେଠାରୁ ଜାଣି ସାରିଲେଣି ଯେ ବିଜେପି ବର୍ତ୍ତମାନ ତାହାର ଭବିଷ୍ୟତରେ ଏକାକୀ ଯିବା ପାଇଁ ଯୋଜନା ପ୍ରସ୍ତୁତ କରିସାରିଲାଣି। ଫଳରେ ନୀତିଶ ମଧ୍ୟ ପରବର୍ତ୍ତି ସମୟରେ ନିଜସ୍ବ ଯୋଜନା ତିଆରି କରିବେ ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ଦିନ ଓ ସମୟ ଘୋଷଣା କରାଗଲା

ପାଟନା, ବିହାରରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର। ଆଜି ଏ ନେଇ ରାଜ୍ୟପାଳଙ୍କୁ ନୀତିଶ ଅବଗତ କରାଇଛନ୍ତି। ସେହି ଅନୁସାରେ ନୀତିଶ ଆସନ୍ତାକାଲି ଅପରାହ୍ନ 4 ଟା 30 ମିନିଟ ରେ ଶପଥ ନେବେ ବୋଲି ରାଜ୍ୟପାଳଙ୍କୁ କହିଛନ୍ତି। ସେହି ଅନୁସାରେ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।

ଏନଡିଏର ଏକ ବୈଠକରେ ନୀତିଶ କୁମାରଙ୍କୁ ଦଳର ନେତା ଭାବେ ଘୋଷଣା କରାଯାଇଥିଲା। ଏହାପରେ ରାଜ୍ୟପାଳ ନୀତିଶଙ୍କୁ ସରକାର ଗଠନ କରିବା ପାଇଁ ନିମନ୍ତ୍ରଣ କରିଥିଲେ। ସେହି ଅନୁସାରେ ନୀତିଶ ରାଜ୍ୟପାଳଙ୍କୁ ସାକ୍ଷାତ କରି ସୋମବାର ଅପରାହ୍ନ 4 ଟା 30ରେ ଶପଥ ନେବେ ବୋଲି ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ବିହାର ନିର୍ବାଚନରେ ଏକକ ଦଳ ହିସାବରେ ଆରଜେଡି ପ୍ରଥମ, 2ୟରେ ବିଜେପି, 3ୟରେ ନୀତିଶଙ୍କ ଜେଡିୟୁ

ନୂଆଦିଲ୍ଲୀ, ଯଦି ଏକଜିଟ ପୁଲ୍ ରେଜଲଟକୁ ସମୀକ୍ଷା କରାଯାଏ ତେବେ ବିହାରରେ ନୀତିଶଙ୍କ ଦଳ ଜେଡୟୁକୁ ବଡ ଧକ୍କା ମିଳିବ ବୋଲି କୁହାଯାଇପାରେ। କାରଣ ଏହି ଆକଳନ ଅନୁସାରେ ବିହାରରେ ଏକକ ଦଳ ହିସାବରେ ଆରଜେଡି ଆଗରେ ରହିଛି। ଏହାପରେ ବିଜେପି ଦ୍ବୀତିୟ ଦଳ ଭାବେ ଉଭା ହୋଇଛି। ଏହି ନିର୍ବାଚନରେ ନୀତିଶଙ୍କ ଜେଡୟୁ ତୃତୀୟ ସ୍ଥାନରେ ରହିଛି। ସେହିପରି କଂଗ୍ରେସ ଏକକ ଦଳ ହିସାବରେ ଚତୁର୍ଥ ସ୍ଥାନରେ ରହିଛି।

ଯଦି ଟାଇମସ ନାୱୋ ସି ଭୋଟରର ସର୍ଭେ ଅନୁସାରେ ମେଣ୍ଟ ବାଦ, ଏକକ ଭାବେ କେଉଁ ଦଳ କେତେ ଆସନ ହାସଲ କରିବ ତାହା ହେଲା..

ଆରଜେଡି- 81 ରୁ 89

ବିଜେପି- 66 ରୁ 74

ଜେଡିୟୁ-38 ରୁ 46

କଂଗ୍ରେସ- 21 ରୁ 29

ବାମ ଦଳ- 6 ରୁ 13 ଟି ଆସନ ହାସଲ କରିବ ବୋଲି କୁହାଯାଉଛି।

ସେହିପରି ମୁଖ୍ୟମନ୍ତ୍ରୀ ଭାବେ ବିହାରବାସୀ ନୀତିଶଙ୍କ ଅପେକ୍ଷା ତେଜସ୍ବୀଙ୍କୁ ଅଧିକ ପସନ୍ଦ କରିଛନ୍ତି। ଇଣ୍ଡିଆ ଟୁଡେ ମାଇଁ ଆକ୍ସିସ ସର୍ଭେ ଅନୁସାରେ

ତେଜଶ୍ବୀ ଯାଦବ- 44 %

ନୀତିଶ କୁମାର- 35 %

ଚିରାଗ ପାଶୱାନ- 7 %

ବିହାରର ଭୋଟ ପ୍ରତିଶତ ଯଦି ହିସାବକୁ ନିଆଯାଏ ତେବେ ମହାମେଣ୍ଟ ମଧ୍ୟ ସବୁଠାରୁ ଆଗରେ ରହିଛି। ଇଣ୍ଡିଆ ଟୁଡେ ଚାଣକ୍ୟ ସର୍ଭେ ଅନୁସାରେ

ମହାମେଣ୍ଟ- 44 %  ( ଗତ ନିର୍ବାଚନରେ 29 ପ୍ରତିଶତ ମିଳିଥିଲା)

ଏନଡିଏ-34 % ( ଗତ ନିର୍ବାଚନରେ 44 ପ୍ରତିଶତ ମିଳିଥିଲା)

ଅନ୍ୟାନ୍ୟ- 22 %  ( ଗତ ନିର୍ବାଚନରେ 27 ପ୍ରତିଶତ ଭୋଟ ମିଳିଥିଲା)

Categories
ଆଜିର ଖବର ଜାତୀୟ ଖବର

ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିହାରବାସୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାଣନ୍ତୁ କଣ

ନୂଆଦିଲ୍ଲୀ, ବିହାରର ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରବାସୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ମୋଦୀ କହିଛନ୍ତି ଯେ ଆମେ କେବଳ ପୂର୍ବ ବର୍ଷରେ ଏନଡିଏ ସରକାର କରିଥିବା କାର୍ଯ୍ୟର ରିପୋର୍ଟ କାର୍ଡ ଉପସ୍ଥାପନ କରିନାହୁଁ, ବରଂ ଲୋକଙ୍କ ସାମ୍ନାରେ ଏକ ଭିଜନ ମଧ୍ୟ ରଖିଛୁ। ଖୁସିର କଥା ଲୋକମାନେ ବିଶ୍ୱାସ କରୁଛନ୍ତି ଯେ କେବଳ ଏନଡିଏ ସରକାର ହିଁ ବିହାରର ବିକାଶ କରିପାରିବ। ଏହି ଚିଠିକୁ ନେଇ ବିହାର ନିର୍ବାଚନ ମୌସୁମୀ ସରଗରମ ହୋଇ ଉଠିଛି।

ବିହାର ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ପ୍ରଚାର ଗୁରୁବାର ସନ୍ଧ୍ୟା 6 ଟାରେ ଶେଷ ହୋଇଛି।ଏହି ରାଉଣ୍ଡରେ 7 ନଭେମ୍ବରରେ 78 ଟି ସିଟ୍ ଉପରେ ଭୋଟ୍ ଦିଆଯିବ। ଏହି ଆସନଗୁଡିକ ରାଜ୍ୟର 15 ଟି ଜିଲ୍ଲାରେ ଅଛି। ଭୋଟ ଗଣତି ଆସନ୍ତା ନଭେମ୍ବର 10 ରେ କରାଯିବ। ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ 28 ଅକ୍ଟୋବରରେ 71 ଟି ଆସନରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 94 ଆସନ ପାଇଁ ନଭେମ୍ବରରେ 3 ନଭେମ୍ବରରେ ଭୋଟ୍ ଗ୍ରହଣ କରାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର

ବିହାରରେ କାହାର ସରକାର? ପ୍ରଥମ ପର୍ଯ୍ୟାୟ ଭୋଟ୍ ପ୍ରତିଶତ ସରକାରଙ୍କ ସପକ୍ଷରେ ନା ବିପକ୍ଷରେ, ଜାଣନ୍ତୁ

ପାଟନା, ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର‌୍ୟ୍ୟାୟ ଭୋଟ ଶେଷ ହୋଇଛି। ଏହାପରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଭୋଟ ପରେ ନଭେମ୍ବର ୧୦ ରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ଆୟୋଗଙ୍କ ଅନୁସାରେ, ବିହାରର ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ୭୧ ଟି ଆସନରେ ୫୪.୨୬ ପ୍ରତିଶତ ମତଦାନ ହୋଇଛି। ଏହି ଭୋଟ ଗ୍ରହଣ ହାରକୁ ନେଇ ମହାମେଣ୍ଟ ଏବଂ ଏନଡିଏ ମଧ୍ୟରେ ଚାଲିଛି ଅଙ୍କ କଷା।

ତେବେ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ​​ଭୋଟ ପ୍ରତିଶତ କଣ ସୂଚାଉଛି ତାକୁ ନେଇ ରାଜନୈତିକ ସମୀକ୍ଷକମାନେ ମଧ୍ୟ ବିଭିନ୍ନ ମତ ଦେବାରେ ଲାଗିଛନ୍ତି। ଯଦି ଆପଣ ୨୦୧୫ ବିଧାନସଭା ନିର୍ବାଚନର ଆକଳନ ଦେଖନ୍ତି, ତେବେ ଏହି ଆସନଗୁଡିକରେ ୫୪.୭୫ ପ୍ରତିଶତ ଭୋଟ ହୋଇଥିଲା। ସମଗ୍ର ବିହାରର ୨୪୩ ଟି ଆସନରେ ୫୬.୬୬ ପ୍ରତିଶତ ମତଦାନ ହୋଇଥିଲା। ସେହିଭଳି ୨୦୧୦ ରେ ୫୨.୬୭ ପ୍ରତିଶତ ୨୦୦୫ ରେ ୪୬.୫୦ ପ୍ରତିଶତ ଏବଂ ୨୦୦୦ ମସିହାର ବିଧାନସଭା ନିର୍ବାଚନରେ ​​୬୨.୫୭ ପ୍ରତିଶତ ମତଦାନ ହୋଇଥିଲା।

ଯଦି ଆମେ ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟର ଭୋଟ ଧାରାକୁ ଦେଖିବା, ତେବେ ଭୋଟ୍ ଗତ ନିର୍ବାଚନ ସହିତ ପ୍ରାୟ ସମାନ। ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ବିହାରରେ ​​୫୩.୯୨ ପ୍ରତିଶତ ମତଦାନ ହୋଇଥିଲା। ଏହି ଧାରକୁ ଆକଳନ କଲେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ଭୋଟ ପ୍ରତିଶତ ଶାସକ ଏନଡିଏ ସପକ୍ଷରେ ଯିବା କଥା। ହେଲେ ସମୀକ୍ଷକମାନେ ଏହାକୁ ଦୃଢ ଭାବେ କହିପାରୁ ନାହାଁନ୍ତି। ଏହାର ବିଭିନ୍ନ କାରଣକୁ ଅନୁଧ୍ୟାନ କରି ଏହି ଭୋଟ ପ୍ରତିଶତ ସରକାରଙ୍କ ସପକ୍ଷରେ ଯିବ ବୋଲି କହିହେଉ ନାହି।

ବିଜେପି ନୀତିଶଙ୍କ ସହ ନିର୍ବାଚନ ଲଢୁଛି ସତ ହେଲେ କେଉଁଠି ନା କେଉଁ ବିଜେପି ତାଙ୍କ ଉପରେ ସନ୍ତୁଷ୍ଠ ନ ଥିବା ପରି ମନେ ହେଉଛି। ବିଜେପି ତାହାର ନିଜସ୍ବ ଇସ୍ତାହାର ପ୍ରକାଶ କଲା। ସେଥିରେ ନୀତିଶଙ୍କ ନାମ ନାହିଁ। ବିଜେପି ନିଜେ ନିଜ ପ୍ରାର୍ଥୀଙ୍କ ପାଇଁ ପୋଷ୍ଟର ମାରିଛନ୍ତି, ଯେଉଁଥିରେ ନୀତିଶଙ୍କ ଫଟୋ ନାହିଁ। ବୋଧହୁଏ ବିଜେପି ଜାଣି ସାରିଲାଣି ଯେ ନୀତିଶଙ୍କ ଲୋକପ୍ରିୟତା ହ୍ରାସ ଘଟିଛି। ସେହିପରି ଏନଡିଏରେ ଥାଇ ମଧ୍ୟ ଏଲଜେପି ଏକାକୀ ନିର୍ବାଚନ ଲଢୁଛି। ଏସବୁକୁ ଅନୁଧ୍ୟାନ କରି ଏହି ଭୋଟ ପ୍ରତିଶତ ସଂପୂର୍ଣ୍ଣ ସରକାରୀ ଦଳକୁ ଯିବ ବୋଲି କହିହେବ ନାହିଁ।

ଏଥର ନିର୍ବାଚନରେ ରୋଜଗାର ଏବଂ ମଦ ନିଷେଧ ପ୍ରସଙ୍ଗକୁ ଉଭୟ ପକ୍ଷ ଗୁରୁତ୍ୱ ଦେଇଛନ୍ତି। ୧୦ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଦେବା ନେଇ ତେଜସ୍ୱୀ ଯାଦବ ପ୍ରତିଶୃତି ଦେଇଛନ୍ତି। ଏଥି ସହିତ ନିତୀଶ ସରକାର ମଧ୍ୟ ୧୯ ଲକ୍ଷ ଚାକିରି ଦେବାକୁ କହିଛନ୍ତି। ତେବେ ତେଜସ୍ୱୀଙ୍କ ନିଯୁକ୍ତି ପ୍ରସଙ୍ଗ ନୀତୀଶ କୁମାର ସରକାରଙ୍କ ପାଇଁ ଏକ ଧକ୍କା ବୋଲି ପ୍ରମାଣିତ ହୋଇଛି। କାରଣ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଚାକିରୀ ନ ଦେଇ ଏବେ ପ୍ରତିଶୃତି ଦେବା ତାଙ୍କ ପାଇଁ ବୁମେରାଂ ହୋଇଛି।

ତେବେ ରାଜନୈତିକ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସରିବା ପରେ ଏହା ଆକଳନ କରିହେବ। ସେହି ଭୋଟ ପ୍ରତିଶତ କହିବ ଯେ ବିହାରର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି କି ନାହିଁ।

Categories
ଜାତୀୟ ଖବର ବିଶେଷ ଖବର

ବିହାର ପଲିଟିକ୍ସ : ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ, ଜାଣନ୍ତୁ କେତେ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା

ପାଟନା : ଆଜିଠାରୁ ଆରମ୍ଭ ହୋଇଛି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ । ମୋଟ 243ଟି ଆସନ ମଧ୍ୟରୁ ଆଜି 16ଟି ଜିଲ୍ଲାର 71ଟି ଆସନରେ ମତଦାନ ଅନୁଷ୍ଠିତ ହେଉଛି । ପ୍ରଥମ ପର୍ଯ୍ୟାୟରେ 1 ହଜାର 66 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି ।  ପ୍ରଥମ ପର୍ଯ୍ୟାୟରେ 1066 ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ ଶତାଧିକ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା ।

ଏଡିଆର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଶତାଧିକ ପ୍ରାର୍ଥୀଙ୍କ ନାମରେ ବିଭିନ୍ନ ଗମ୍ଭୀର ଅପରାଧିକ ମାମଲା ରହିଛି । ଆରଜେଡି ପକ୍ଷରୁ ସର୍ବାଧିକ 54 ପ୍ରତିଶତ ପ୍ରାର୍ଥୀଙ୍କୁ ଟିକଟ ପ୍ରଦାନ କରାଯାଇଛି । 22 ଜଣ ଆରଜେଡି ପ୍ରାର୍ଥୀଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଥିବା ଜଣାପଡିଛି। ସେହିପରି ଚଳିତ ଥର ଏକାକୀ ଲଢୁଥିବା ଏଲଜେପିର 20 ଜଣ ପ୍ରାର୍ଥୀ ବା 49 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି ।

ଭାରତୀୟ ଜନତା ପାର୍ଟି ପକ୍ଷରୁ ଅପରାଧିକ ମାମଲା ରହିଥିବା 13 ଜଣ (45 %), ଜେଡିୟୁ ପକ୍ଷରୁ ଅପରାଧିକ ମାମଲା ରହିଥିବା 10 ଜଣ ପ୍ରାର୍ଥୀ (29%) ଏବଂ କଂଗ୍ରେସ ପକ୍ଷରୁ 9ଜଣ ପ୍ରାର୍ଥୀଙ୍କୁ (43 %) ଟିକଟ ପ୍ରଦାନ କରାଯାଇଛି ।  ଅନ୍ୟାନ୍ୟ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରଏସଏଲପି, ଜନ ଅଧିକାର ପାର୍ଟି, ଏନସିପି, ବିଏସପି ପକ୍ଷରୁ ଯଥାକ୍ରମେ 14, 14, 8 ଏବଂ 5 ଜଣ ଅପରାଧିକ ମାମଲା ରହିଥିବା ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ 502 ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବା ଜଣାପଡିଛି । (ଏଜେନ୍ସି)