Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସନ୍ତାକାଲି ଓଡିଶା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ, ଆଜି ହେଉଛି ଅନ୍ଧାରୀ ବିଜେ !
ବିଶେଷ ଖବର

ଆସନ୍ତାକାଲି ଓଡିଶା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ, ଆଜି ହେଉଛି ଅନ୍ଧାରୀ ବିଜେ !

November 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲି ଓଡିଶା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ, ଆଜି ହେଉଛି ଅନ୍ଧାରୀ ବିଜେ !

ଭୁବନେଶ୍ବର, ଓଡିଶାର ଦୁଇ ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ। ସେହି ଦୁଇଟି ହେଲା ତିର୍ତ୍ତୋଲ ଓ ବାଲେଶ୍ବର। ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କୋଭିଡ19 ପରେ ଓଡିଶାରେ ଏହା ହେଉଛି ପ୍ରଥମ ନିର୍ବାଚନ। ଭୋଟରମାନେ କିପରି ସୁରକ୍ଷିତ ଭାବେ ଭୋଟ ଦେବେ ସେ ନେଇ ବନ୍ଦୋବସ୍ତ କରାଯାଇଛି। ଗତକାଲି ଭୋଟ ପ୍ରଚାରର ଥିଲା ଶେଷ ଦିନ। ଶେଷ ଦିନରେ ପ୍ରାର୍ଥୀମାନେ ସେମାନଙ୍କର ରଣ କୌଶଳ ସବୁ ଆପଣେଇଛନ୍ତି।

ତେବେ ଆଜି ରାତିଟି ହେଉଛି ସବୁଠାରୁ ବେଶୀ ଗୁରୁତ୍ବ ପୂର୍ଣ୍ଣ। କାରଣ ନିର୍ବାଚନ ଇତିହାସ କହୁଛି ଯେ, ଭୋଟ ଗ୍ରହଣ ପୂର୍ବଦିନ ସବୁକିଛି ଏପଟ ସେପଟ ହୋଇଯାଏ। ଟଙ୍କା କାରାବାର ଠିକ ଏହି ପୂର୍ବ ରାତିରେ ହୋଇଥାଏ। ଯାହାକୁ କୁହାଯାଏ ଅନ୍ଧାରୀ ବିଜେ। ହେଲେ ବର୍ତ୍ତମାନ ବିଭିନ୍ନ କଟକଣା ଯୋଗୁଁ ନେତାମାନଙ୍କର ଅନ୍ଧାରୀ ବିଜେ କଷ୍ଟକର ହେଉଛି।

ସାଧାରଣତଃ କିଏ କେଉଁ ୱାର୍ଡରେ ଟଙ୍କା ବାଣ୍ଟିବ ତାହା ନିର୍ଦ୍ଧାରିତ ହୋଇଥାଏ। ଯେଉଁ ଅଞ୍ଚଳର ଭୋଟ ନିଜ ସପକ୍ଷରେ ନ ଯିବାର ସମ୍ଭାବନା ଥାଏ ସେହି ସ୍ଥାନରେ ଏହି କାରବାର ବେଶୀ। ହେଲେ ବର୍ତ୍ତମାନ ନେତାଙ୍କୁ ନେତା ଛକାଛକି ସହିତ ପୋଲିସ ଏବଂ ନିର୍ବାଚନ କମିଶନରଙ୍କ କଟକଣା ଯୋଗୁଁ ଏହା ସେପରି ହୋଇପାରୁ ନାହିଁ।

ଗତକାଲି ନିର୍ବାଚନ ପ୍ରଚାର ଶେଷ ହେବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ କହିଥିଲେ ଯେ, ତିର୍ତ୍ତୋଲ ଏବଂ ବାଲେଶ୍ବରରେ ଯେଉଁମାନେ ଭୋଟର ନୁହଁନ୍ତି ସେମାନେ ସେହି ଅଞ୍ଚଳ ଛାଡନ୍ତୁ। ଅର୍ଥାତ ରାଜଧାନୀଆ ନେତାମାନେ ପ୍ରଚାର ପାଇଁ ଯେଉଁ ଡେରା ପକାଇଥିଲେ ସେମାନେ ଶିଘ୍ର ନିର୍ବାଚନ ମଣ୍ଡଳୀ ଛାଡନ୍ତୁ। ନିର୍ବାଚନ ଅଧିକାରୀଙ୍କ କଥାରେ ନେତାମାନେ ଅଞ୍ଚଳ ଛାଡିଲେ ନା ଲୁଚି କରି ରହିଲେ ତାହା କହିବା ମୁସ୍କିଲ।

ତେବେ ଏହାକୁ ନେଇ ବିଜେପି ତରଫରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା। ବିଜେପି ତରଫରୁ ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟରେ ଏକ ଅଭିଯୋଗ କରାଯାଇଛି। ତାହା ହେଲା ଯେ ତିର୍ତ୍ତୋଲରେ ଅନେକ ବାହାର ନେତା ଡେରାପକାଇ ଅଛନ୍ତି। ସେମାନଙ୍କୁ ତୁରନ୍ତ ନିର୍ବାଚନ ମଣ୍ଡଳୀରୁ ହଟାଯାଉ ବୋଲି ଲିଖିତ ଅଭିଯୋଗ କରାଯାଇଛି। ଏଥିରେ ନେତାଙ୍କ ନାମ ଓ ଟେଲିଫୋନ ନମ୍ବର ସହିତ କେଉଁ ସ୍ଥାନରେ କିଏ ଅଛନ୍ତି ତାହାର ବିବରଣୀ ବିଜେପି ଦେଇଛି।

ଘଟଣା ହେଲା ସବୁଦଳ ପାଇଁ  ଭୋଟ ଗ୍ରହଣ ପୂର୍ବ ରାତି ସବୁକିଛି। ଏହି ରାତିଟି ନ ଜଗିଲେ ସବୁକିଛି ଫାଟି ଯିବାର ସମ୍ଭାବନା ରହିଛି। ସେଥିପାଇଁ ଅନେକ ନେତା ନିର୍ବାଚନ ମଣ୍ଡଳୀରେ ନ ରହିଲେ ମଧ୍ୟ ସୀମା ଆରପଟେ ରହି ଅନୁଧ୍ୟାନ କରୁଛନ୍ତି।

ଓଡିଶା ଉପନିର୍ବାଚନ ତିର୍ତ୍ତୋଲ ଓ ବାଲେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.