Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାବଧାନ ରୁହନ୍ତୁ: ଟ୍ରେନରେ ଆତସବାଜି ଓ ଫଟକା ପରିବହନ କରିବା ବିରୁଦ୍ଧରେ ପୂର୍ବତଟ ରେଳପଥର ସ୍ୱତନ୍ତ୍ର ଅଭିଯାନ
ବିଶେଷ ଖବର

ସାବଧାନ ରୁହନ୍ତୁ: ଟ୍ରେନରେ ଆତସବାଜି ଓ ଫଟକା ପରିବହନ କରିବା ବିରୁଦ୍ଧରେ ପୂର୍ବତଟ ରେଳପଥର ସ୍ୱତନ୍ତ୍ର ଅଭିଯାନ

November 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଶାଖାପାଟଣା – ଶାଲିମାର ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ
ବିଶାଖାପାଟଣା – ଶାଲିମାର ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଇତ୍ୟାଦି ଜ୍ୱଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରିବା ରେଳବାଇ ଅଧିନିୟମ, ୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ ଏବଂ ଅପରାଧୀ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ପାଇପାରନ୍ତି। ଟ୍ରେନ୍ ଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ପୂର୍ବ ତଟ ରେଳପଥ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି ଏବଂ ପରିବହନ ନକରିବା ସହ ସେମାନଙ୍କ ସହ-ଯାତ୍ରୀମାନଙ୍କୁ ଜ୍ୱଳନ୍ତ କିମ୍ବା ବିସ୍ଫୋରକ ଜିନିଷ ଟ୍ରେନରେ ବହନ କରିବାକୁ ଦିଅନ୍ତୁ ନାହିଁ।

ଦୀପାବଳୀ ଯେତିକି ପାଖେଇ ଆସୁଛନ୍ତି, ପୂର୍ବ ତଟ ରେଳପଥ ଯାତ୍ରୀ ଏବଂ ମେଲ/ ଏକ୍ସପ୍ରେସ ଟ୍ରେନରେ ଫଟକା ଅଥବା ବିସ୍ଫୋରକ ପଦାର୍ଥ ପରିବହନକୁ ବାରଣ ପାଇଁ କଡା ପଦକ୍ଷେପ ଗ୍ରହଣ କରିଛି। ଟ୍ରେନ୍ ଯାତ୍ରା ସମୟରେ ଜ୍ୱଳନ୍ତ ଜିନିଷ ବହନ କରିବା କଠୋର ନିଷେଧ। ଦୀପାବଳୀ ଉତ୍ସବ ସମୟରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଟ୍ରେନରେ ଜ୍ୱଳନ୍ତ ଜିନିଷ ବହନ ନକରିବା ପାଇଁ ଏକ ସ୍ୱତନ୍ତ୍ର ସୁରକ୍ଷା ପ୍ରକ୍ରିୟା ପୂର୍ବତଟ ରେଳପଥ ପକ୍ଷରୁ ଆରମ୍ଭ କରାଯାଇ ଏହାର ସମସ୍ତ ତିନୋଟି ରେଳବାଇ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ୱାଲ୍ଟେୟାରକୁ କଡା ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଛି।

ଯଦି କୌଣସି ଯାତ୍ରୀ ଜ୍ୱଳନ୍ତ ଜିନିଷ ନେଉଥିବାର ଦେଖାଯାଏ, ତେବେ ଟ୍ରେନ ଯାତ୍ରୀମାନଙ୍କୁ ବିପଦରୁ ରକ୍ଷା କରିବା ପାଇଁ ସହ-ଯାତ୍ରୀମାନଙ୍କୁ ରେଳ ସୁରକ୍ଷା ବଳ (ଆରପିଏଫ) ଏବଂ ସରକାରୀ ରେଳ ପୋଲିସ (GRP) କର୍ମକର୍ତ୍ତା, ଟିଟିଇ, କୋଚ ଆଟେଣ୍ଡାଣ୍ଟ, ଷ୍ଟେସନ ପରିଚାଳକ, ଟ୍ରେନର ଗାର୍ଡ ମାନଙ୍କୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି।

ଯାତ୍ରୀମାନେ ଟ୍ରେନ୍ ଚଳାଚଳ ସମ୍ବନ୍ଧୀୟ କୌଣସି ଘଟଣା ବିଷୟରେ ଜଣାଇବାକୁ ହେଲ୍ପ ଲାଇନ୍ ନମ୍ବର ୧୮୨ କୁ ଫୋନ କଲ କରିପାରିବେ। ଟ୍ରେନ୍ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ଫଟକା ଏବଂ ବିସ୍ଫୋରକ ପଦାର୍ଥ ପରିବହନ କରିବାର ବିପଦ ବିଷୟରେ ଅବଗତ କରାଇବା ପାଇଁ ପୂର୍ବ ତଟ ରେଳପଥ ସୁରକ୍ଷା ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି। ଫଟକା ପରିବହନ ନେଇ କୌଣସି ସନ୍ଦେହ ହେଲେ ଏହି ପରିପ୍ରେକ୍ଷୀରେ ଯାତ୍ରୀମାନେ ରେଳବାଇ କର୍ମଚାରୀଙ୍କୁ ଜଣାଇବାକୁ କୁହାଯାଇଅଛି ଏବଂ ରେଳବାଇ ପକ୍ଷରୁ ଟ୍ରେନରେ ଏହି ଅନିୟମିତତା ସମ୍ବନ୍ଧରେ କଡାକଡି ଯାଞ୍ଚ କରାଯାଉଛି।

ଏହା ବ୍ୟତୀତ ଷ୍ଟେସନରେ ସର୍ବସାଧାରଣ ଘୋଷଣା ବ୍ୟବସ୍ଥା ମାଧ୍ୟମରେ ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ସଚେତନତା ଅଭିଯାନ ମଧ୍ୟ ଗ୍ରହଣ କରାଯାଇଅଛି। ସରକାରୀ ରେଳ ପୋଲିସ (GRP), ରେଳ ସୁରକ୍ଷା ବଳ (ଆରପିଏଫ୍) ଏବଂ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀଙ୍କ ସହ ସମନ୍ୱୟ ରକ୍ଷା କରି ରେଳ କର୍ମଚାରୀଙ୍କୁ ନିୟୋଜିତ କରି ଅନିୟମିତତା ସମ୍ବନ୍ଧରେ ଯାଞ୍ଚ କରାଯିବ ଏବଂ ପାର୍ସଲ୍ ଭ୍ୟାନ୍ ମାନଙ୍କରେ କିମ୍ବା ଲଗେଜ୍ ଲୋଡିଂ ସମୟରେ କଡାକଡି ଯାଞ୍ଚ ପାଇଁ ବିଶେଷ ଧ୍ୟାନ ଦିଆଯାଉଅଛି।

ଏଗୁଡିକ ବ୍ୟତୀତ ଟ୍ରେନ୍ ଏବଂ ଷ୍ଟେସନରେ ଜ୍ୱଳନ୍ତ ଜିନିଷ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଟ୍ରେନ୍ ଏସକର୍ଟିଂ ଦଳ ଏବଂ ମେରୀ ସହେଲୀ ଦଳମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି। ଷ୍ଟେସନ୍, ଗୁଡ୍ ଶେଡ୍, ଗାର୍ଡ ତଥା ଗାର୍ଡର ବ୍ରେକ୍ ଭ୍ୟାନ୍ରୁ ଏବଂ ଏସି କୋଚ୍, ପାନ୍ଟ୍ରି କାର୍ ଏବଂ ଲୋକୋମୋଟିଭରେ ପୃଥକ ପୃଥକ ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ଅଗ୍ନି ନିର୍ବାପକ ଉପକରଣ ଯୋଗାଇ ଦିଆଯାଉଛି।

ଏସିଡ୍ କିରୋସିନି ଗ୍ୟାସ୍ ସିଲିଣ୍ଡର ଦଣ୍ଡନୀୟ ଅପରାଧ ପୂର୍ବତଟ ରେଳପଥ ପେଟ୍ରୋଲ୍ ବିସ୍ଫୋରକ ଜିନିଷ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026
Latest News

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.