Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ଭାରତ ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ପଶି ମାରୁଛି’ ଦୀପାବଳିରେ ସେନାଙ୍କୁ ଏପରି କହିଲେ ମୋଦୀ
ଜାତୀୟ ଖବର

ଆଜି ଭାରତ ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ପଶି ମାରୁଛି’ ଦୀପାବଳିରେ ସେନାଙ୍କୁ ଏପରି କହିଲେ ମୋଦୀ

November 14, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ଭାରତ ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ପଶି ମାରୁଛି’ ଦୀପାବଳିରେ ସେନାଙ୍କୁ ଏପରି କହିଲେ ମୋଦୀ

ନୂଆଦିଲ୍ଲୀ, ସେନାବାହିନୀ ଯବାନଙ୍କ ସହିତ ଦୀପାବଳି ପାଳନ କରିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ସୀମାର ଲୋଙ୍ଗେୱାଲା ପୋଷ୍ଟରେ ଯବାନଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କୁ ଉଦବୋଧନ ଦେଇଥିଲେ। ସେ କହିଥିଲେ ଯେ ବରଫ ଆଚ୍ଛାଦିତ ପର୍ବତ କିମ୍ବା ମରୁଭୂମିରେ ସେନାବାହିନୀର ଯବାନଙ୍କ ସହିତ ନଥିଲେ ତାଙ୍କର ଦୀପାବଳି ସମ୍ପୂର୍ଣ୍ଣ ହୋଇନଥାଏ। ସୀମାରେ ସେ ସେନାବାହିନୀର ଯବାନମାନଙ୍କୁ ଦେଶବାସୀଙ୍କ ପକ୍ଷରୁ ଶୁଭେଚ୍ଛା, ଆଶୀଷ ଓ ଅଭିନନ୍ଦନ ଜଣାଇଥିଲେ।

ସେ ମଧ୍ୟ ସାହାସୀ ମା’ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ବଳିଦାନ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସେନାବାହିନୀକୁ ଦେଶବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଥିଲେ ଏବଂ କହିଥିଲେ ଯେ 130 କୋଟି ଦେଶବାସୀ ସେମାନଙ୍କ ସହିତ ଛିଡ଼ା ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଆକ୍ରମଣକାରୀ ଓ ଅନୁପ୍ରବେଶକାରୀଙ୍କୁ ଜବାବ ଦେବାର ସାମର୍ଥ୍ୟ ରଖୁଥିବା ରାଷ୍ଟ୍ର ସୁରକ୍ଷିତ ରହିଥାଏ। ସେ କହିଥିଲେ ଯେ ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧି ଏବଂ ସମୀକରଣରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଆମେ ସୁରକ୍ଷା ପ୍ରତି ସଜାଗ ରହିବା ଭୁଲିଯିବା ଉଚିତ ନୁହେଁ। ସତର୍କତା ଆନନ୍ଦର ଆଧାର ଏବଂ ସାମର୍ଥ୍ୟ ବିଜୟର ଆତ୍ମବିଶ୍ୱାସ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତର ନୀତିକୁ ସ୍ପଷ୍ଟ କରି ଦେଇଥିଲେ- ଆଜିର ଭାରତ ବୁଝିବା ଏବଂ ବୁଝାଇବାରେ ବିଶ୍ୱାସ କରିଥାଏ, ତେବେ ଯଦି ଆମର ପରୀକ୍ଷା ନେବାକୁ ଚେଷ୍ଟା କରାଯାଏ, ଆମର ଯବାନ ଅନୁରୂପ ଭାବେ ଦୃଢ଼ ହୋଇଥାଏ।

ସେ ଆଜି ଘୋଷଣା କରି କହିଥିଲେ, ସାରା ବିଶ୍ୱ ଜାଣିଛି ଯେ ଏହି ଦେଶ କେବେହେଲେ ତାର ଜାତୀୟ ସ୍ୱାର୍ଥ ସହ ସାଲିସ କରିବ ନାହିଁ। ସାହସ ଓ ସାମର୍ଥ୍ୟ ପାଇଁ ଭାରତ ଆଜି ଏହି ସ୍ଥିତି ହାସଲ କରିଛି। ସେନାବାହିନୀ ଯୋଗାଇ ଦେଇଥିବା ସୁରକ୍ଷା କାରଣରୁ ଭାରତ ଆଜି ଅନ୍ତର୍ଜାତୀୟ ମଞ୍ଚରେ ସୁଦୃଢ଼ ଭାବେ ନିଜର ସ୍ଥିତି ଜାହିର କରିପାରିଛି। ଭାରତର ସାମରିକ ଶକ୍ତି ଏହାର ଜବାବୀ କ୍ଷମତାକୁ ବଢ଼ାଇ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଜି ଭାରତ ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ମାରୁଛି। ବିସ୍ତାରବାଦର ବିଚାରଧାରା ବିରୋଧରେ ଭାରତ ଆଜି ଦୃଢ଼ ପ୍ରତିରୋଧକାରୀ ଶକ୍ତି ଭାବେ ଉଭା ହୋଇଛି ବୋଲି ସେ କହିଥିଲେ।

ଆତ୍ମନିର୍ଭର ଭାରତ ଏବଂ ‘ଭୋକାଲ ଫର ଲୋକାଲ’ ବିଷୟରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିକଟରେ 100ରୁ ଅଧିକ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ସରଞ୍ଜାମ ଆମଦାନୀ ନକରିବା ଲାଗି ସେନାବାହିନୀ ନିଷ୍ପତ୍ତି ନେଇଛି। ଭୋକାଲ ଫର ଲୋକାଲ ହେବା କ୍ଷେତ୍ରରେ ନେତୃତ୍ଵ ନେବା ପାଇଁ ସେ ସେନାବାହିନୀକୁ ପ୍ରଶଂସା ଜଣାଇଥିଲେ।

ସେନାବାହିନୀର ଆବଶ୍ୟକତାକୁ ପୂରଣ କରିବା ଲାଗି ବହୁସଂଖ୍ୟକ ଷ୍ଟାର୍ଟଅପ ଆଗେଇ ଆସୁଥିବା ସମୟରେ ଦେଶର ଯୁବକମାନଙ୍କୁ ସେନାବାହିନୀ ପାଇଁ ଅଧିକ ନିର୍ମାଣ କରିବା ଲାଗି ଶ୍ରୀ ମୋଦୀ ଆହ୍ୱାନ କରିଥିଲେ। ସେ ଆଶାବ୍ୟକ୍ତ କରିଥିଲେ ଯେ ଯୁବକମାନଙ୍କ ନେତୃତ୍ଵରେ ପ୍ରତିରକ୍ଷା କ୍ଷେତ୍ରରେ ଷ୍ଟାର୍ଟଅପଗୁଡ଼ିକ ଦେଶକୁ ଆତ୍ମନିର୍ଭର ଭାରତ ମାର୍ଗରେ ନେଇଯିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେନାବାହିନୀ ଦ୍ୱାରା ଅନୁପ୍ରାଣିତ ହୋଇ, ମହାମାରୀ ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ରକ୍ଷା ଲାଗି ଦେଶ ପ୍ରୟାସ କରୁଛି। ନାଗରିକମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ସହିତ ଦେଶ ଅର୍ଥବ୍ୟବସ୍ଥାକୁ ପୁଣିଥରେ ବିକାଶମାର୍ଗକୁ ଫେରାଇ ଆଣିବା ଲାଗି କାର୍ଯ୍ୟ କରୁଛି।

ପ୍ରଧାନମନ୍ତ୍ରୀ ସେନାଯବାନମାନଙ୍କୁ ତିନୋଟି କଥା ମାଗିଥିଲେ, ପ୍ରଥମତଃ, ନବୋନ୍ମେଷକୁ ନିଜର ଦୈନନ୍ଦିନ ଜୀବନର ଅଂଶବିଶେଷ କରିବା। ଦ୍ୱିତୀୟତଃ, ଯୋଗକୁ ଜୀବନର ଅଂଶବିଶେଷ କରିବା ଏବଂ ଶେଷରେ, ମାତୃଭାଷା, ହିନ୍ଦୀ ଓ ଇଂରାଜୀକୁ ବାଦ ଦେଲେ ଅନ୍ୟ ଗୋଟିଏ ଭାଷା ଶିଖିବା।

ପ୍ରଧାନମନ୍ତ୍ରୀ ଲୋଙ୍ଗେୱାଲାର ଗୌରବଶାଳୀ ଯୁଦ୍ଧ ବିଷୟରେ ସ୍ମରଣ କରି କହିଥିଲେ, ଏହି ଯୁଦ୍ଧ ସବୁବେଳେ ରଣନୈତିକ ଯୋଜନା ଏବଂ ସାମରିକ ସାହସ ପାଇଁ ସ୍ମରଣୀୟ ହୋଇ ରହିବ। ସେ କହିଥିଲେ ଯେ ଏହି ସମୟରେ ବାଂଲାଦେଶର ନାଗରିକମାନଙ୍କୁ ଆତଙ୍କିତ କରୁଥିବା ଏବଂ ନିରୀହ ଝିଅ ଓ ଭଉଣୀମାନଙ୍କ ଉପରେ ଅତ୍ୟାଚାର କରୁଥିବା ପାକିସ୍ତାନର ଅସଲ ମୁଖା ଖୋଲିଯାଇଥିଲା। ପାକିସ୍ତାନ ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ଲାଗି ପଶ୍ଚିମ ସୀମାରେ ଯୁଦ୍ଧ ଆରମ୍ଭ କରିଥିଲା କିନ୍ତୁ ଆମର ସେନାବାହିନୀ ଏହାର ଦୃଢ଼ ଜବାବ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସୀମା
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଲଙ୍କା ପାଇଁ ଭାରତର ଟେଷ୍ଟ ଦଳ ଘୋଷଣା: ଫେରିଲେ ଜାଡେଜା

July 28, 2026

ତୁଳସୀ ଗଛରେ ପାଣି ଦେଉଛନ୍ତି କି? ତେବେ ମାନନ୍ତୁ ଏହିସବୁ କଥା, ନଚେତ ହୋଇପାରେ ଅସୁବିଧା

July 28, 2026

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026

‘ଆତ୍ମନିର୍ଭର ପଞ୍ଚାୟତ’ ଓ ‘ସମର୍ଥ’ ପୋର୍ଟାଲର ଶୁଭାରମ୍ଭ

July 28, 2026
Latest News

ଶ୍ରୀଲଙ୍କା ପାଇଁ ଭାରତର ଟେଷ୍ଟ ଦଳ ଘୋଷଣା: ଫେରିଲେ ଜାଡେଜା

July 28, 2026

ତୁଳସୀ ଗଛରେ ପାଣି ଦେଉଛନ୍ତି କି? ତେବେ ମାନନ୍ତୁ ଏହିସବୁ କଥା, ନଚେତ ହୋଇପାରେ ଅସୁବିଧା

July 28, 2026

ନବରଙ୍ଗପୁରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’

July 28, 2026

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.