Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମହାମେଣ୍ଟରେ ଆରମ୍ଭ ହେଲା କନ୍ଦଳ, କଂଗ୍ରେସ ଉପରେ ପ୍ରଶ୍ନ ଉଠାଇଲେ ଆରଜେଡି ନେତା
ଜାତୀୟ ଖବର

ମହାମେଣ୍ଟରେ ଆରମ୍ଭ ହେଲା କନ୍ଦଳ, କଂଗ୍ରେସ ଉପରେ ପ୍ରଶ୍ନ ଉଠାଇଲେ ଆରଜେଡି ନେତା

November 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମହାମେଣ୍ଟରେ ଆରମ୍ଭ ହେଲା କନ୍ଦଳ, କଂଗ୍ରେସ ଉପରେ ପ୍ରଶ୍ନ ଉଠାଇଲେ ଆରଜେଡି ନେତା

ପାଟନା, ରବିବାରରେ ହୋଇଥିବା ମହାମେଣ୍ଟର ବୈଠକରେ ଆରଜେଡି ନେତା କଂଗ୍ରେସ ଦଳ ଉପରେ ଖୁବ ବର୍ଷିଛନ୍ତି। ଆରଜେଡିର ବରିଷ୍ଠ ନେତା ଶିବାନନ୍ଦ ତିୱାରୀ ବୈଠକରେ ମହାମେଣ୍ଟ ହାରିବାରେ କଂଗ୍ରେସ ଦାୟୀ ବୋଲି ରୋକଠୋକ କହିଛନ୍ତି। ବୈଠକରେ ସେ କହିଲେ ଯେ, ବର୍ତ୍ତମାନ ମହାମେଣ୍ଟ ପାଇଁ କଂଗ୍ରେସ ଗୋଟିଏ ବୋଝ ହୋଇ ରହିଲା। କଂଗ୍ରେସକୁ 70ଟି ଆସନରେ ପ୍ରାର୍ଥୀ ଦେବା ପାଇଁ ନିଷ୍ପତି ହେଲା। ହେଲେ ଦଳ 70ଟି ରାଲି ମଧ୍ୟ କଲା ନାହିଁ। ଫଳରେ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହେଲା। ଆଉ ମହାମେଣ୍ଟ ପରାଜୟ ବରଣ କଲା।

ବିହାର ନିର୍ବାଚନରେ କଂଗ୍ରେସ ତରଫରୁ ରାହୁଳ ଗାନ୍ଧୀ ମାତ୍ର ତିନି ଥର ପ୍ରଚାରକୁ ଆସିଲେ। ସେହିପରି ପ୍ରିୟଙ୍କା ଗାନ୍ଧୀ ଗୋଟିଏ ଦିନ ମଧ୍ୟ ପ୍ରଚାରକୁ ଆସିଲେ ନାହିଁ। କଂଗ୍ରେସ ଦଳ ଯେଉଁମାନଙ୍କୁ ପ୍ରଚାର ପାଇଁ ପଠାଇଲା ସେମାନଙ୍କୁ ଲୋକ ଜାଣନ୍ତି ନାହିଁ। ଦଳ ବିହାର ନିର୍ବାଚନକୁ ଯେପରି ଗୁରୁତ୍ବ ଦେବା କଥା ତାହା ଦେଲା ନାହିଁ ବୋଲି ତିୱାରୀ ଖୋଲାଖୋଲି ବୈଠକରେ ଅଭିଯୋଗ କଲେ।

ସେହିପରି ତିୱ୍ବାରୀ ରାହୁଳ ଗାନ୍ଧୀଙ୍କ ଉପରେ ଏକ ଗୁରୁତର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ବିହାର ନିର୍ବାଚନ ପ୍ରଚାର ଯେତେବେଳେ ପୁରା ଗରମ ଥିଲା ସେତେବେଳେ ରାହୁଳ ଗାନ୍ଧୀ ସିମିଲାରେ ପ୍ରିୟଙ୍କା ଗାନ୍ଧୀଙ୍କ ଘରେ ପିକନିକ କରୁଥିଲେ। ତିୱାରୀଙ୍କ ଅପରି ମନ୍ତବ୍ୟକୁ ନେଇ ବୈଠକରେ ବେଶ ଉତ୍ତେଜନା ସୃଷ୍ଟି ହୋଇଥିଲା।

ବର୍ତ୍ତମାନ ମହାମେଣ୍ଟ ନିର୍ବାଚନରେ ହାରିବାର ମୁଖ୍ୟ କାରଣ ହେଉଛି କଂଗ୍ରେସ। କଂଗ୍ରେସ ଯଦି ଠିକ୍ ଭାବେ ନିର୍ବାଚନ ପରିଚାଳନା କରିଥାଆନ୍ତା ତେବେ ଦଳ ଆଜି ସରକାର ଗଠନ କରିଥାଆନ୍ତା। ଭବିଷ୍ୟତରେ କଂଗ୍ରେସକୁ ନେଇ ବିହାରରେ ରାଜନୀତି କରିବା ସମ୍ଭବ ନୁହେଁ ବୋଲି ଶିବାନନ୍ଦ ରୋକଠୋକ କହିଥିଲେ।

ଗୋଟିଏ ପଟେ ନୀତିଶ କୁମାର ସରକାର ଗଠନ କରିବାକୁ ଯାଉଥିବା ବେଳେ ଏପଟେ ମହାମେଣ୍ଟରେ କନ୍ଦଳକୁ ନେଇ ରାଜନୀତି ଗରମ ହୋଇପଡିଛି। ତେବେ ଶିବାନନ୍ଦଙ୍କ ଏପରି ଆରୋପ ଉପରେ କଂଗ୍ରେସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

 

ଆରଜେଡି ଶିବାନନ୍ଦ ତିୱାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

‘ଔରଙ୍ଗଜେବଙ୍କ ଭଳି ମାନସିକତା’: ଅଖିଳେଶ ଯାଦବଙ୍କ ଉପରେ ସଙ୍ଗୀତ ସୋମଙ୍କ କଡ଼ା ଆକ୍ରମଣ

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026

୮୦ ଦଶକ ଫଟୋ ଟ୍ରେଣ୍ଡ୍‌ର ମୋହ: ଗୋଟିଏ ଫଟୋ ପାଇଁ ଖର୍ଚ୍ଚ ହେଉଛି ଲିଟର ଲିଟର ପାଣି

September 12, 2026
Latest News

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

‘ଔରଙ୍ଗଜେବଙ୍କ ଭଳି ମାନସିକତା’: ଅଖିଳେଶ ଯାଦବଙ୍କ ଉପରେ ସଙ୍ଗୀତ ସୋମଙ୍କ କଡ଼ା ଆକ୍ରମଣ

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026

୮୦ ଦଶକ ଫଟୋ ଟ୍ରେଣ୍ଡ୍‌ର ମୋହ: ଗୋଟିଏ ଫଟୋ ପାଇଁ ଖର୍ଚ୍ଚ ହେଉଛି ଲିଟର ଲିଟର ପାଣି

September 12, 2026

ଟାଙ୍ଗିଆରେ ହାଣି ବଡଭାଇକୁ ହତ୍ୟା

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.