Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିହାରରେ ନୀତିଶ ସୁଶୀଲ ଯୋଡି ବେଶ୍ ଜମିଥିଲା, ହେଲେ କଣ ପାଇଁ ଏହାକୁ ଭାଙ୍ଗିଲା ବିଜେପି ?
ଜାତୀୟ ଖବର

ବିହାରରେ ନୀତିଶ ସୁଶୀଲ ଯୋଡି ବେଶ୍ ଜମିଥିଲା, ହେଲେ କଣ ପାଇଁ ଏହାକୁ ଭାଙ୍ଗିଲା ବିଜେପି ?

November 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିହାରରେ ନୀତିଶ ସୁଶୀଲ ଯୋଡି ବେଶ୍ ଜମିଥିଲା, ହେଲେ କଣ ପାଇଁ ଏହାକୁ ଭାଙ୍ଗିଲା ବିଜେପି ?

ନୂଆଦିଲ୍ଲୀ, ବିହାରରେ ଦୀର୍ଘ ବର୍ଷ ଧରି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଉପ ମୁଖ୍ୟମନ୍ତ୍ରୀ ଭାବେ ଯୋଡି ବେଶ ଜମିଥିଲା। ଏପରି କି ଏଥର ସୁଶୀଲ ମୋଦୀଙ୍କ ନେତୃତ୍ୟରେ ବିହାରରେ ବିଜେପି ମଧ୍ୟ ବେଶ ସଫଳତା ହାସଲ କଲା। ହେଲେ କଣ ଏମିତି ହେଲା ଯେ ସୁଶୀଲଙ୍କୁ ବିଜେପି ହାତଛଡା କରିଦେଲା ? ତାଙ୍କୁ ବିଜେପି ବିଧାୟକ ଦଳ ନେତା ହିସାବରେ ମନୋନିତ ନ କରି ନୂଆ ଚେହେରାଙ୍କୁ ଆଗକୁ ଆଣିଲା ?

ବିଜେପି ବିଧାୟକଦଳ ବୈଠକ ନିଷ୍ପତି ଅନୁସାରେ ବର୍ତ୍ତମାନ ତାରକେଶ୍ବର ପ୍ରସାଦଙ୍କୁ ଦଳର ନେତା ଏବଂ ରେଣୁଦେବୀଙ୍କୁ ଉପନେତା ଭାବେ ମନୋନିତ କରଗଲା। ଏହାକୁ ନେଇ ବର୍ତ୍ତମାନ ବିହାର ନୁହେଁ ସାରା ଦେଶର ରାଜନୀତିରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୁଶୀଲ ମୋଦୀ ମଧ୍ୟ ନୀତିଶ କୁମାରଙ୍କ ବେଶ ପସନ୍ଦ ଯୋଗ୍ୟ ନେତା ଥିଲେ। ଉଭୟ ବିହାର ସରକାରଙ୍କୁ ସୁରୁଖୁରରେ ଚଳାଇବାରେ ସମର୍ଥ ମଧ୍ୟ ଥିଲେ। 2005 ମସିହାରୁ 2013 ମସିହା ପର୍ଯ୍ୟନ୍ତ ଉଭୟ ଏକାଠି କାମ କରିଥିଲେ। ପରେ 2017ରେ ଯେତେବେଳେ ନୀତିଶ ବିଜେପିର ହାତ ଧରିଲେ ସେତେବେଳେ ମଧ୍ୟ ନୀତିଶ ସୁଶୀଲ ଯୋଡି ପୁଣି ଥରେ ବିହାରରେ ଆରମ୍ଭ ହେଲା।

ସୁଶୀଲ ମୋଦୀଙ୍କୁ କଣଠୋସା କରିବାର କାରଣ କଣ ହୋଇପାରେ

ସୁଶୀଲ ମୋଦୀ ହେଉଛନ୍ତି ବିହାରର ବିଜେପି ଚେହେରା। ହେଲେ ତାଙ୍କୁ କଣଠୋସା କରିବାର କାରଣରେ ଏହା କୁହାଯାଇପାରେ ଯେ, ବିଜେପି ବର୍ତ୍ତମାନ ନୂଆ ନେତୃତ୍ବକୁ ପ୍ରାଧାନ୍ୟ ଦେଉଛି। ଭବିଷ୍ୟତରେ ଦଳକୁ ବିହାରରେ ସୁଦୃଢ କରିବା ପାଇଁ ବରିଷ୍ଠ ନେତାଙ୍କୁ ଛାଡି ନୂଆ ନେତୃତ୍ବକୁ ପ୍ରାଧାନ୍ୟ ଦେଉଛି। ଏବେଠାରୁ ଜଣେ ନୂଆ ପିଢୀକୁ ଆଗକୁ ଆଣି ବ୍ରାଣ୍ଡିଂ କଲେ ଭବିଷ୍ୟତରେ ବିଜେପିର ମଙ୍ଗ ଧରିବାରେ ସେ ସାହାର୍ଯ୍ୟ କରିବ। ସେଥିପାଇଁ ବିଜେପି ତାରକେଶ୍ବର ପ୍ରସାଦଙ୍କୁ ନୂଆ ଚେହେରା ଭାବେ ଆଗକୁ ଆଣିଛି।

ତାରକେଶ୍ବର ହେଉଛନ୍ତି ବିଜେପିର ଜଣେ ପୁରୁଣା ଖେଳାଳୀ। ସେ 4 ଥର କଟିହାର ନିର୍ବାଚନ ମଣ୍ଡଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ସେ ମଧ୍ୟ ହେଉଛନ୍ତି ଜଣେ କଟ୍ଟର ଏଭିବିପି ସଦସ୍ୟ। ଅନ୍ୟପକ୍ଷରେ ସେ ହେଉଛନ୍ତି ବୈଶ୍ୟ ସଂପ୍ରଦାୟର କଲବାର ଜାତିର। ଫଳରେ ବିଜେପି ବହୁ ଭାବି ଚିନ୍ତି ସେ ଏହି ନିଷ୍ପତି ନେଇ ତାଙ୍କୁ ଆଗକୁ ଆଣିଛି।

ବିଜେପି କଣ ପାଇଁ ଦୁଇଟି ଉପ ମୁଖ୍ୟମନ୍ତ୍ରୀ ନେବାକୁ ନିଷ୍ପତି କଲା

ବର୍ତ୍ତମାନ ବିହାର ରାଜ୍ୟର ଭବିଷ୍ୟତ ଚିନ୍ତା କରି ବିଜେପି ଏବେଠାରୁ ଯୋଜନା ପ୍ରସ୍ତୁତି ଆରମ୍ଭ କରିସାରିଲାଣି। ସେଥିପାଇଁ ଏଥର ଦଳ ଦୁଇ ଜଣ ଡେପୁଟି ସିଏମ ପଦ ନେବାକୁ ନିଷ୍ପତି କରିଛି। ଏହାର କାରଣରେ କୁହାଯାଇପାରେ କି ନୀତିଶ ଗୋଟିଏ ମୁଖ୍ୟମନ୍ତ୍ରୀ ସହିତ ବିଜେପିର ଦୁଇଟି ଡେପୁଟି ସିଏମ ବରାବର ହେବ। ଏହା ଦ୍ବାରା ବିଜେପିର ଲୋକପ୍ରିୟତା ବୃଦ୍ଧି ପାଇବ। ଅନ୍ୟପକ୍ଷରେ ଦୁଇଟି ଡେପୁଟି ସିଏମ ନେବା ଦ୍ବାରା ଲୋକଙ୍କ ପାଖରେ ବିଜେପି ଶିଘ୍ର ପହଞ୍ଚିବାରେ ସକ୍ଷମ ହେବ। ସେଥିପାଇଁ ବିଜେପିର ରାଷ୍ଟ୍ରୀୟ ଦଳ ବହୁ ଭାବି ଚିନ୍ତି ଏହି ନିଷ୍ପତି ଗ୍ରହଣ କରିଛନ୍ତି।

ବିଜେପିର ଚାଲକୁ ବୁଝିସାରିଲେଣି କି ନୀତିଶ !

ବିଜେପିର ଏପରି ଚାଲକୁ ନୀତିଶ ମଧ୍ୟ ଅବଗତ ହୋଇ ସାରିଲେଣି। ସେ ଜାଣି ସାରିଲେଣି ଯେ, କେତେବେଳେ କେଉଁ ମୁହୂର୍ତ୍ତରେ ବିଜେପି ତାଙ୍କୁ ହତାଦାର କରିଦେଇପାରେ। ସେଥିପାଇଁ ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିନା ସେ ବିଜେପିର ଏପରି ରଣନୀତିକୁ ନେଇ କୁଆଡେ ଅସନ୍ତୁଷ୍ଠ ବୋଲି ଜଣାପଡିଛି।

ନୀତିଶ ମଧ୍ୟ ଚାହୁଁତିଲେ ଯେ ସୁଶୀଲ ମୋଦୀ ପୁଣିଥରେ ଉପମୁଖ୍ୟମନ୍ତ୍ରୀ ହୁଅନ୍ତୁ। ହେଲେ ବିଜେପି ତାହାକୁ ଗ୍ରହଣ କଲା ନାହିଁ। ନୀତିଶ ସେବେଠାରୁ ଜାଣି ସାରିଲେଣି ଯେ ବିଜେପି ବର୍ତ୍ତମାନ ତାହାର ଭବିଷ୍ୟତରେ ଏକାକୀ ଯିବା ପାଇଁ ଯୋଜନା ପ୍ରସ୍ତୁତ କରିସାରିଲାଣି। ଫଳରେ ନୀତିଶ ମଧ୍ୟ ପରବର୍ତ୍ତି ସମୟରେ ନିଜସ୍ବ ଯୋଜନା ତିଆରି କରିବେ ବୋଲି ଅନୁମାନ କରାଯାଉଛି।

ବିହାର ନିର୍ବାଚନ ବିହାର ନିର୍ବାଚନ 2020
Share. Facebook Twitter LinkedIn Email WhatsApp Copy Link

Related Posts

ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ସମ୍ବନ୍ଧରେ ପ୍ରକୃତ ସ୍ଥିତି

April 6, 2026

ବଙ୍ଗୋପସାଗର ଓ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କଡ଼ା ନଜର

April 6, 2026

ଏପ୍ରିଲ ୬ ତାରିଖ ସୋମବାର ଦିନ ଛଅଟି ରାଶି ପାଇଁ ରହିଛି ଆଶ୍ଚର୍ଯ୍ୟ ଜନକ ଖବର

April 6, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026
Latest News

ଆସନ୍ତା ୮ ରୁ ପୁଣିଥରେ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି

April 6, 2026

ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ସମ୍ବନ୍ଧରେ ପ୍ରକୃତ ସ୍ଥିତି

April 6, 2026

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ

April 6, 2026

ବଙ୍ଗୋପସାଗର ଓ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କଡ଼ା ନଜର

April 6, 2026

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ବିପୁଳ ପରିମାଣର ଗଞ୍ଜେଇ ସହ କାର୍ ଜବତ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.