Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପିପିଲି ଉପନିର୍ବାଚନ ପାଇଁ ସଜବାଜ: ବିରୋଧୀ କଂଗ୍ରେସ, ବିଜେପି ପାଇଁ ଅଣ୍ଟା ସଳଖିବା ହେବ କଷ୍ଟକର
ବିଶେଷ ଖବର

ପିପିଲି ଉପନିର୍ବାଚନ ପାଇଁ ସଜବାଜ: ବିରୋଧୀ କଂଗ୍ରେସ, ବିଜେପି ପାଇଁ ଅଣ୍ଟା ସଳଖିବା ହେବ କଷ୍ଟକର

November 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପ ନିର୍ବାଚନରେ ବିପୁଳ ଭୋଟ ପାଇ ଶାସକ ବିଜୁ ଜନତା ଦଳ ନିଜର ଦମ୍ଭ ଦେଖାଇସାରିଛି। ଏବେ ପିପିଲିର ପାଳି। କାରଣ ଦୀର୍ଘ ବର୍ଷରୁ ପିପିଲି ନିର୍ବାଚନ ମଣ୍ଡଳୀ ବିଜେଡି ହାତରେ ରହିଛି। ଏହି ନିର୍ବାଚନ ମଣ୍ଡଳୀ ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ଗଡ଼ ଭାବେ ପରିଚିତ। ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକଟ ପାଇ ନିର୍ବାଚନ ଲଢ଼ୁଥିବା କେଦାର ସାମନ୍ତରାୟ ଶେଷ ମୁହୂର୍ତ୍ତରେ ନିର୍ବାଚନ ମୈଦାନରୁ ଓହରି ଯାଇଥିଲେ। ଫଳରେ କଂଗ୍ରେସ ଏଠାରେ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଥିଲା।ଏଥର ଉପନିର୍ବାଚନରେ ଅଜିତ ମଙ୍ଗରାଜ କଂଗ୍ରେସ ଟିକେଟ ପାଇବା ପାଇଁ ପୁଣି ଆଶାବାଦୀ ଅଛନ୍ତି।

ସେହିପରି ଗତ ସାଧାରଣ ନିର୍ବାଚନରେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ନିର୍ବାଚନ ଲଢ଼ି ଦ୍ଵିତୀୟ ସ୍ଥାନରେ ରହିଥିଲେ। ସେ ମଧ୍ୟ ଆଶାବାଦୀ ଏଥର ବିଜେପି ତରଫରୁ ତାଙ୍କୁ ଟିକେଟ ମିଳିବ। ସେଥିପାଇଁ ପିପିଲି ଅଂଚଳରେ ଭୋଟରଙ୍କ ନିକଟରେ ପହଂଚିବା ପାଇଁ ଆଗୁଆ ରଣନୀତି ପ୍ରସ୍ତୁତ କରିଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ପାଇଁ ସାଂସଦ ପ୍ରାର୍ଥୀ ହୋଇଥିବା ଡ଼ଃ ସମ୍ବିତ ପାତ୍ରଙ୍କ ସହ ମିଶି ପିପିଲି ଭୋଟରଙ୍କ ନିକଟରେ ପହଂଚିବା ଆରମ୍ଭ କରିଦେଇଛନ୍ତି।

ହେଲେ ଘରେ ନ ପଶୁ ଚାଳ ବାଜିବା ପରି ଏଠାରେ ବିଜେପି ନିନ୍ଦିତ ହୋଇଯାଇଛି। ଏକ ସଭାରେ ସମ୍ବିତ ପାତ୍ରଙ୍କୁ ଲେଖାଶ୍ରୀ ସାମନ୍ତସିଂହାର ତାଙ୍କ ଭାଷଣରେ ଯେପରି ଉପରକୁ ଟେକିଲେ ତାହା ଅଡୁଆ ସୃଷ୍ଚି କରିଛି। ଲେଖାଶ୍ରୀ କହୁକହୁ କହିଦେଲେ ଯେ ପୁରୀ ଓଡିଶାରେ ବୋଲି ସମ୍ବିତ ଭାଇ ପ୍ରାର୍ଥୀ ହେବା ପରେ ଜାଣିଲେ। ଏପରି ଅଜବ କଥାକୁ ନେଇ ସାରା ଓଡିଶାରେ ତୁମ୍ବିତୋଫାନ ସୃଷ୍ଟି ହେଲା। ଫଳରେ ଏବେ ବିଜେପି ତାହାକୁ ପ୍ୟାଚ ପକାଇବା ପାଇଁ ଚେଷ୍ଠା କରିବାରେ ଲାଗିଛି।

ଏଠାରେ ବିଜେଡି ଦମ୍ଭ ଧରି ବସି ରହିଛି। ଯଦି ବିଗତ ୨୦ ବର୍ଷର ଉପନିର୍ବାଚନର ଫଳାଫଳ ଦେଖିବା ତେବେ ଦୁଇଟି ଛାଡିଦେଲେ ଅନ୍ୟ ସବୁଥିରେ ବିଜେଡି ହିଁ ବାଜିମାତ କରିଛି। ଏପରିକି ନିକଟରେ ବାଲେଶ୍ବର ସଦର ଉପନିର୍ବାଚନରେ ବିଜେପି ଆସନକୁ ବିଜେଡି ଛଡାଇ ଆଣିବାରେ ସକ୍ଷମ ହୋଇଛି। ସେହି ଦୃଷ୍ଟିରୁ ଦେଖିଲେ ପିପିଲି ଉପନିର୍ବାଚନ ବିଜେଡି ସପକ୍ଷରେ ଯିବ ବୋଲି ଅନୁମାନ କରି ହେଉଛି।

ଅନ୍ୟପକ୍ଷରେ ପ୍ରଦୀପ ମହାରଥୀ ପିପିଲିରେ ତାଙ୍କ ସଂଗଠନକୁ ଯେପରି ମଜବୁତ କରି ରଖିଛନ୍ତି ସେ ଭିତରେ କେହି ପଶିବା ସହଜ ହେବ ନାହିଁ। ସେଥିପାଇଁ ଦୁଇ ବିରୋଧୀ ଦଳ ଆଗରୁ ବାଡେଇ ଛେଚି ହେବାରେ ଲାଗିଲେଣି। ହେଲେ ବିଜେଡି ଠିକ ସମୟରେ ଠିକଣା ପଦକ୍ଷେପ ନେଇ ନିଜର ଜିତିବାକୁ ସୁନିଶ୍ଚିତ କରିବ ଏଥିରେ ସନ୍ଦେହ ନାହିଁ।

Pipili ByeElection ପିପିଲି ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026
Latest News

ଆଜି ଫେବୃୟାରୀ ୧ ଶନିବାରରେ କେତେକ ରାଶିର ଭାଗ୍ୟ ଚମକିବ, ବିଶ୍ବାସ କରିପାରିବେ ନାହିଁ

February 1, 2026

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.