Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଓଡିଶାରେ ବିଜେପି ଲୋକ ପ୍ରିୟତା ହରାଉଛି କି ?
ବିଶେଷ ଖବର

ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଓଡିଶାରେ ବିଜେପି ଲୋକ ପ୍ରିୟତା ହରାଉଛି କି ?

November 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ବିଭିନ୍ନ ସମୟରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତିସଂହାରଙ୍କ ଯେପରି ବୟାନ ଦେଉଛନ୍ତି ତାହା ବିଜେପିର ଲୋକପ୍ରିୟତା ବଢାଇବା ପାଇଁ ସାହାର୍ଯ୍ୟ କରୁଛି କି ? ଏହିପରି ଏକ ପ୍ରଶ୍ନବାଚୀ ଓଡିଶା ବୁଦ୍ଧିଜୀବି ମହଲରେ ବର୍ତ୍ତମାନ ସୃଷ୍ଟି ହୋଇଛି। ସେତିକି ନୁହେଁ ଏହା ଦ୍ବାରା ନିଜେ ଲେଖାଶ୍ରୀ ଲୋକପ୍ରିୟତା ହାସଲ କରୁଛନ୍ତି କି? ଏହି ପ୍ରଶ୍ନ ମଧ୍ୟ ସାଧାରଣରେ ଆଲୋଚନା ଚାଲିଛି। କାରଣ ତାଙ୍କର ବୟାନ କେବେ ବି ସାଧାରଣ ଲୋକଙ୍କର ଗ୍ରହଣୀୟ ନୁହେଁ।

ନିକଟରେ ପୁରୀକୁ ନେଇ ସେ ଯେପରି ବିଭ୍ରାନ୍ତିକର ମନ୍ତବ୍ୟ ଦେଲେ ତାହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଗଲା। ପାୱାରଫୁଲ ନେତାଙ୍କର ପାଖ ହେବା ବା ତାଙ୍କର ଆର୍ଶିବାଦ ହାସଲ କରିବା ପାଇଁ ବିଭିନ୍ନ ତରିକା ରହିଛି। ହେଲେ ପୁରୀ ପରି ପବିତ୍ର ସ୍ଥାନକୁ ତଳେ ପକାଇ ସମ୍ବିତ ପାତ୍ରଙ୍କୁ ପ୍ରଶଂସା କରିବା ଠିକ ନୁହେଁ। ଯଦି ଲେଖାଶ୍ରୀ ସମ୍ବିତ ପାତ୍ରଙ୍କୁ ଖୁସି କରି ଉପରକୁ ଯିବା ପାଇଁ ଚାହାଁନ୍ତି ତେବେ ସେ ନିଜେ ତାଙ୍କୁ ଜଗନ୍ନାଥ ବୋଲି ଭାବି ପାରନ୍ତି। ହେଲେ ସମ୍ବିତ ପାତ୍ରଙ୍କ ପାଇଁ ଲୋକେ ପୁରୀ ଓଡିଶାରେ ବୋଲି ଜାଣିଲେ କହିବା ଆଦୌ ଯୁକ୍ତିଯୁକ୍ତ ନୁହେଁ।

ପୂର୍ବରୁ ଏହିପରି ଲେଖାଶ୍ରୀ ବହୁବାର ଅରୁଚିକର ମନ୍ତବ୍ୟ ଦେଇଥିବାର ଉଦାହରଣ ଯଥେଷ୍ଠ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖାଶ୍ରୀ ବିଭିନ୍ନ ସମୟରେ ଅରୁଚିକର ମନ୍ତବ୍ୟ ଦେବା ଦୃଷ୍ଟାନ୍ତ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ବିଜେପିର ରାଜନୈତିକ ପ୍ରତିଦ୍ବନ୍ଦି। ତାଙ୍କୁ ନିନ୍ଦା କରିବା କିମ୍ବା ଗାଳି କରିବା ଲେଖାଶ୍ରୀଙ୍କର ରାଜନୈତିକ ଅଧିକାର ରହିଛି। ହେଲେ ତାହା ଯଦି ଅରୁଚିକର ବକ୍ତବ୍ୟ ହେବ ତେବେ ତାହା କେବେ ବି ସାଧାରଣରେ ଗ୍ରହଣୀୟ ହେବ ନାହିଁ।

ଲେଖାଶ୍ରୀଙ୍କର ଏପରି ବୟନା ହୁଏତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁସି ହୋଇ ପାରନ୍ତି ହେଲେ ସାଧାରଣ ଲୋକେ କେବେ ବି ତାହାକୁ ସହଜରେ ଗ୍ରହଣ କରିବେ ନାହିଁ। ବରଂ ଲେଖାଶ୍ରୀ ନିଜେ ନିଜର ନିଜତ୍ବ ହରାଇବା ବ୍ୟତିତ ଅନ୍ୟ କିଛି ହେବ ନାହିଁ। କାରଣ ସେ ନବୀନ ପଟ୍ଟନାୟକଙ୍କୁ ଏତେ ଅଭଦ୍ର ଭାଷାରେ ଗାଳି କରିବା ସତ୍ବେ ମଧ୍ୟ ନବୀନଙ୍କ ଲୋକପ୍ରିୟତା ହ୍ରାସ ପାଇପାରୁ ନାହିଁ।

ସେହିପରି ସୁରତରେ ଓଡିଆ ମହିଳାମାନଙ୍କୁ ନେଇ ଯାହା ସହିତ ତୁଳନା କଲେ ତାହା ମଧ୍ୟ ଏକ ବିବାଦୀୟ ଥିଲା। ପ୍ରକୃତରେ ପୁରୀ ଏବଂ ଓଡିଶାର ମହିଳାଙ୍କୁ ନେଇ ଏପରି ବିଭ୍ରାନ୍ତକର ମନ୍ତବ୍ୟ ଦେବା ତାଙ୍କର ଅଭ୍ୟାସ ନା ଏପରି କହିବା ପାଇଁ ଦଳ ତରଫରୁ କୁହାଯାଉଛି ତାହା ବୁଝି ହେଉ ନାହିଁ। କାରଣ ତାଙ୍କର ଏପରି ଅରୁଚିକର ମନ୍ତବ୍ୟକୁ ଦଳ ତରଫରୁ ଢେର ସମର୍ଥନ ମଧ୍ୟ ଯୋଗାଇ ଦିଆଯାଉଛି। ଏହା ଦ୍ବାରା ଦଳର ଭାବମୂର୍ତ୍ତି କିପରି ରହୁଛି ତାହା ବିଜେପି ନେତାମାନେ ଗଭୀର ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି।

ଲେଖାଶ୍ରୀ ମଧ୍ୟ ନିଜ ବିବାଦୀୟ ମନ୍ତବ୍ୟକୁ ନେଇ ଗଭୀର ଭାବେ ଚିନ୍ତା କରିବା ଉଚିତ। ସେ ଜାଣିବା ଦରକାର ଯେ ଯାହା ପାଇଁ ସେ ବଦନାମ ହେଉଛନ୍ତି ସେମାନେ ତାଙ୍କୁ ଟିକେଟଟିଏ ମଧ୍ୟ କରାଇପାରୁ ନାହାଁନ୍ତି। ତେଣୁ ଏତିକି କୁହାଯାଇପାରେ ଯେ, ବିଜେପିର କେତେକ ନେତା ଲେଖାଶ୍ରୀଙ୍କ କାନ୍ଧରେ ବନ୍ଧୁକ ରଖି ଫୁଟାଉଛନ୍ତି। ଯାହାକୁ ଲେଖାଶ୍ରୀ ହୁଏତ ଜାଣିପାରୁ ନାହାଁନ୍ତି। ସମୟ ଆସିବ ଲେଖାଶ୍ରୀ ନିଜେ ହୃଦୟଙ୍ଗମ କରିବେ ଯେ ସେ ଯାହା କରୁଥିଲେ ଭୁଲ କରୁଥିଲେ। ହେଲେ ସେତେବେଳକୁ ସେ ନିଜର ରାଜନୈତିକ ପ୍ରତିଷ୍ଠା ହରାଇ ବସିଥିବେ।

ଓଡିଶା ବିଜେପି ଲେଖାଶ୍ରୀ ସାମନ୍ତିସଂହାର
Share. Facebook Twitter LinkedIn Email WhatsApp Copy Link

Related Posts

ପଖାଳ ଦିବସ ଅବସରରେ ଓଡ଼ିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 20, 2026

ଏବେ ଇଣ୍ଟରନେଟ୍ ବନ୍ଦ କରିବ ଇରାନ?: ବିପଦରେ ଭାରତ ସମେତ ଏହି ଦେଶଗୁଡ଼ିକର ନେଟୱାର୍କ

March 20, 2026

ଲକ୍ଷ୍ମୀ ବସ ସହ ବୁଲେଟ୍ ମୋଟରସାଇକେଲର ମୁହାଁମୁହିଁ ଧକ୍କା: ୩ ଯୁବକ ମୃତ

March 20, 2026

‘ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ଯୋଗାଣ ପ୍ରଭାବିତ ହେବ…’: କତର ମନ୍ତ୍ରୀଙ୍କ ଦାବି ପରେ ବଢିଲା ଭାରତର ଚିନ୍ତା

March 20, 2026
Latest News

ପଖାଳ ଦିବସ ଅବସରରେ ଓଡ଼ିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 20, 2026

ପୁଣି ଥରେ ସୁନା ଏବଂ ରୂପା ମୂଲ୍ୟରେ ବୃଦ୍ଧି: ଜାଣନ୍ତୁ ଆଜିର ଦର

March 20, 2026

କେରଳରେ କେତେ ଆସନ ଜିତିବ ବିଜେପି?: ଆଶ୍ଚର୍ଯ୍ୟ ହେବେ ଶଶି ଥରୁରଙ୍କ ଉତ୍ତର ଶୁଣି

March 20, 2026

ଦ୍ୱିତୀୟ ଦିନ ସକାଳ ୧୦ଟା ସୁଦ୍ଧା ସମସ୍ତ ରେକର୍ଡ ଭାଙ୍ଗିଲା ‘ଧୁରନ୍ଧର ୨’: ଅତିକ୍ରମ କଲା ୧୫୦ କୋଟି

March 20, 2026

ଏବେ ଇଣ୍ଟରନେଟ୍ ବନ୍ଦ କରିବ ଇରାନ?: ବିପଦରେ ଭାରତ ସମେତ ଏହି ଦେଶଗୁଡ଼ିକର ନେଟୱାର୍କ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.