Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ତୁଣ୍ଡ ହେଲା ତାଙ୍କ ପାଇଁ କାଳ, କଣ ଥିଲେ ସେ, କଣ ହେଲେ
ଜାତୀୟ ଖବର

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ତୁଣ୍ଡ ହେଲା ତାଙ୍କ ପାଇଁ କାଳ, କଣ ଥିଲେ ସେ, କଣ ହେଲେ

December 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗଞ୍ଜାମ ହାଜତ ମୃତ୍ୟୁ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ
ଗଞ୍ଜାମ ହାଜତ ମୃତ୍ୟୁ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

ଭୁବନେଶ୍ୱର: ଦୁର୍ନୀତି, ଠକେଇ ଓ ଅର୍ଥ ଅନିୟମିତତା ଅଭିଯୋଗରେ ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଶେଷରେ ଜେଲ ଗଲେ। ସଂଧ୍ୟାରେ ତାଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇ ଗିରଫ କରିଥିଲା। ପରେ କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯାଇଥିଲା। ଫଳରେ ସେ 14 ଦିନିଆ ବିଚାର ବିଭାଗୀୟ ହାଜତରେ ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ସାଧାରଣରେ ପ୍ରଶ୍ନ ଉଠିଛି ଯେ, ପ୍ରଦୀପ ପାଣିଗ୍ରାହୀ କଣ ଥିଲେ ବର୍ତ୍ତମାନ କଣ ହେଲେ।

ଏକଦା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜୁ ଜନତା ଦଳ ପରିବାରର ଜଣେ ବିଶ୍ୱସ୍ତ ସଦସ୍ୟ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖାସ ଲୋକ ଭାବେ ଜଣଶୁଣା ଥିଲେ। ଏକଦା ଓଡିଶା ରାଜନୀତିର ଚାଣକ୍ୟ ପ୍ୟାରୀମୋହନ ମହାପାତ୍ରଙ୍କ ମଧ୍ୟ ବିଶ୍ବସ୍ଥ ଥିଲେ। ହେଲେ ସେହି ପ୍ରଦୀପ ଯେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ ଏହା ଅଜଣା ଥିଲା।

ଯେବେଠାରୁ ପ୍ରଦୀପ ଦଳ ବିରୋଧରେ ଷଡଯନ୍ତ୍ର କରୁଥିବା ନେଇ ପ୍ରମାଣ ମିଳିଲା, ସେବେଠାରୁ ଦଳ ପ୍ରଦୀପଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା। ପ୍ରମାଣ ମିଳିବା ପରେ ଦଳରୁ ପ୍ରଦୀପଙ୍କୁ ବହିଷ୍କାର କରାଗଲା। ହେଲେ ଏହାକୁ ହଜମ କରିପାରିଲେନି ଖୋଦ ପ୍ରଦୀପ।

ଏଥିରେ ଅନ୍ୟ ଏକ ସଙ୍ଗୀନ କାରଣ ଯୋଡି ହୋଇଛି। କାରଣ ହେଉଛି, ସରକାରୀ ଅର୍ଥ ତୋଷରପାତ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁତ୍ର ଆକାଶ ପାଠକ ଜେଲ ଯାଇଛନ୍ତି। ଅଭୟକାନ୍ତଙ୍କ ପୁତ୍ର ଆକାଶ ପ୍ରଦୀପଙ୍କ ଭାବୀ ଜାମାତା। ନିର୍ବନ୍ଧ ସରିଥିଲା, ବାହାଘର ଅଳ୍ପଦିନ ବାକି ରହିଥିଲା।

କ୍ରାଇମବ୍ରାଞ୍ଚ ପଦକ୍ଷେପକୁ ନେଇ ପ୍ରଦୀପଙ୍କ ପତ୍ନୀ କିଛି ଗଣମାଧ୍ୟମରେ କହିଛନ୍ତି ଯେ, ‘ଆମେ ସବୁ ପ୍ରକାର ସହଯୋଗ କରିବୁ,। ସୁଜାତା ଆହୁରି ମଧ୍ୟ କହିଛନ୍ତି, ତାଙ୍କ ବିରୋଧରେ କିଛି ଏଫଆଇଆର ହୋଇନି, ହେଲେ ତାଙ୍କୁ ଘରୁ ନିଆ ଯାଇଛି। ଗତ ତିନିଦିନ ଧରି ଆମକୁ ନିର୍ଯାତନା ଦିଆ ଯାଉଛି। ସତରେ କଣ ପ୍ରଦୀପଙ୍କ ପରିବାର ନିର୍ଯାତିତ ନା ରାଜନୈତିକ ଫାଇଦା ପାଇଁ ଏଭଳି ବକ୍ତବ୍ୟ ଦେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିନା ଦୋଷରେ ପୋଲିସ କାହିଁକି ଜଣେ ବିଧାୟକଙ୍କୁ ଏଭଳି ଅଡୁଆରେ ପକାଇବେ? ରହସ୍ୟ ଅନେକ, ଦୁର୍ନୀତି ଓ ଜନବିରୋଧୀ କାର୍ଯ୍ୟ ସହିବା ସରକାରଙ୍କ ଧର୍ମ ହେବା ଉଚିତ କି! ଏକଥା ସୁଜାତା ମାଡାମ ବୁଝିବା କଥା। ସ୍ୱାର୍ଥ ରଖିଲା ବେଳେ ଭବିଷ୍ୟତରେ କଣ ଘଟିବ ଚିନ୍ତା କରିବା ଦାୟିତ୍ୱ କଣ ତାଙ୍କର ନୁହେଁ ?

ତେଣୁ ଜାଣିଶୁଣି ଅପରାଧ କଲେ, ଆଜି ନ ହେଲେ କାଲି ଧରା ପଡିବା ସୁନିଶ୍ଚିତ। ଯେଉଁ ସରକାର ପାଇଁ ସେ ପୂଜା ପାଉଥିଲେ, ତା ବିରୋଧରେ କାର୍ଯ୍ୟ କରିବା ଜନବିରୋଧୀ ନୁହେଁ କି ? ଏଭଳି ଅସଂଖ୍ୟ ପ୍ରଶ୍ନ ଭିତରେ ଛନ୍ଦି ହୋଇ ପଡିଛନ୍ତି ପ୍ରଦୀପ ପାଣିଗ୍ରାହୀ। ସତ ନିଶ୍ଚିତ ଧୀରେ ଧୀରେ ପଦାକୁ ଆସିବ।

ପ୍ରଦୀପ ପାଣିଗ୍ରାହୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026
Latest News

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.