Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଂଗ୍ରେସ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଓଡିଶା ପ୍ରଭାରୀ ଚେଲାକୁମାର, ପରୀ ପରିବାରକୁ ଭେଟିବେ
ବିଶେଷ ଖବର

କଂଗ୍ରେସ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଓଡିଶା ପ୍ରଭାରୀ ଚେଲାକୁମାର, ପରୀ ପରିବାରକୁ ଭେଟିବେ

December 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଓଡିଶା ପ୍ରଭାରୀ ଚେଲାକୁମାର, ପରୀ ପରିବାରକୁ ଭେଟିବେ

ଭୁବନେଶ୍ୱର, ଆଜି ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ. ଚେଲାକୁମାର ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି। ପ୍ରଥମ ଦିନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଡ. ଚେଲାକୁମାର ଉପସ୍ଥିତ ରହି ବିଧାୟକମାନଙ୍କ ସହ ବର୍ତମାନର ରାଜନୈତିକ ପରିସ୍ଥିତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।  ଆଗାମୀ ଦିନରେ କଂଗ୍ରେସକୁ ଲୋକାଭିମୁଖୀ କରିବା ଓ ତଳସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ ରଣନୀତି ସଂପର୍କରେ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଏଆଇସିସି ସଂପାଦକ ଜି. ରୁଦ୍ରରାଜୁ ଉପସ୍ଥିତ ରହି ସଂଗଠନକୁ ସୁଦୃଢ଼ କରିବା ପାଇଁ ଉପାଦେୟ ପରାମର୍ଶ ଦେଇଥିଲେ। ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟ, ତାରପ୍ରସାଦ ବାହିନୀ ପତି, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ରମେଶ ଜେନା ପ୍ରମୁଖ ସୁଚିନ୍ତିତ ମତାମତ ଦେଇଥିଲେ।

ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କଂଗ୍ରେସ ପ୍ରଭାରୀ ଡ. ଚେଲାକୁମାର ଉପସ୍ଥିତ ରହି କହିଲେ ଯେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରି ଲୋକାଭିମୁଖି କରିପାରିଲେ ଆମ୍ଭେମାନେ ପୂର୍ବ ଗୌରବକୁ ଫେରାଇ ଆଣିପାରିବା।

ଆଗାମୀ ପୌର ଦିନରେ ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏକତ୍ରିତ ହୋଇ ବିଜେଡି ବିଜେପି ବିରୁଦ୍ଧରେ ସଂଗ୍ରାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ପିସିସି ସଭାପତି ସମସ୍ତଙ୍କର ସହଯୋଗ କାମନା କରି କହିଲେ ଯେ ଓଡିଶାରେ ବିଜେଡି ଓ ବିଜେପି ଉପରେ ଜନସାଧାରଣ ଆସ୍ଥା ହରାଇଲେଣି। ଏଭଳି ସମୟରେ ଆମ୍ଭେମାନେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଆସନ୍ତା କାଲି ଡ. ଚେଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ନୟାଗଡ ଜିଲ୍ଲା ଗସ୍ତ କରି ମୃତ ପରୀର ପରିବାରବର୍ଗଙ୍କୁ ଭେଟିବେ ବୋଲି ପିସିସି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

କଂଗ୍ରେସ ପ୍ରଭାରୀ ପିସିସି ପିସିସି ସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

ରାମେଶ୍ୱରରୁ ପାରାଦୀପକୁ ଯୋଡ଼ିବ ଉପକୂଳ ରାଜପଥ: କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

June 3, 2026

ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଗଠିତ ବ୍ରିକ୍ସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ

June 3, 2026

ସମ୍‌ରେ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ୨୦୨୬ ପାଳିତ

June 3, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଟ୍ରେନ ଚଳାଚଳରେ ହେଲା ଅସ୍ଥାୟୀ ପରିବର୍ତ୍ତନ, ଦେଖନ୍ତୁ ତାଲିକା

June 3, 2026
Latest News

ରାମେଶ୍ୱରରୁ ପାରାଦୀପକୁ ଯୋଡ଼ିବ ଉପକୂଳ ରାଜପଥ: କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

June 3, 2026

ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଗଠିତ ବ୍ରିକ୍ସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ

June 3, 2026

ସମ୍‌ରେ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ୨୦୨୬ ପାଳିତ

June 3, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଟ୍ରେନ ଚଳାଚଳରେ ହେଲା ଅସ୍ଥାୟୀ ପରିବର୍ତ୍ତନ, ଦେଖନ୍ତୁ ତାଲିକା

June 3, 2026

ବାଲୁଗାଁରୁ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

June 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.