Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦିଲ୍ଲୀରେ ଚାଷୀ ଆନ୍ଦୋଳନ: ଅନ୍ନଦାତା ଏବଂ ଦାତାଙ୍କ ମଧ୍ୟରେ ଦୂରତା କେତେ ?
ଜାତୀୟ ଖବର

ଦିଲ୍ଲୀରେ ଚାଷୀ ଆନ୍ଦୋଳନ: ଅନ୍ନଦାତା ଏବଂ ଦାତାଙ୍କ ମଧ୍ୟରେ ଦୂରତା କେତେ ?

December 7, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଦିଲ୍ଲୀରେ ଚାଷୀ ଆନ୍ଦୋଳନ: ଅନ୍ନଦାତା ଏବଂ ଦାତାଙ୍କ ମଧ୍ୟରେ ଦୂରତା କେତେ ?

ନୂଆଦିଲ୍ଲୀ, କୃଷକ ଆନ୍ଦୋଳନ ସମଗ୍ର ଦେଶରେ ଏକ ନୂଆ ଧାରା ସୃଷ୍ଟି କରିଛି କି? ଚାଷୀଙ୍କ ଦାବି ପ୍ରକୃତରେ ଯଥାର୍ଥ ନୁହେଁ କି? ଯଦି କୃଷି ଆଇନ କୃଷକଙ୍କ ସ୍ୱାର୍ଥରେ ଅଛି, ତେବେ ଏହାର ସପକ୍ଷରେ କୈଣସି ପ୍ରମୁଖ କୃଷକ ସଂଗଠନ କାହିଁକି ନାହାଁନ୍ତି ? କୃଷକ ଆଇନ ପ୍ରସ୍ତୁତି ସମୟରେ କେନ୍ଦ୍ର ସରକାର ସେମାନଙ୍କୁ ଅଣଦେଖା କରିଥିଲେ କି ? କେନ୍ଦ୍ର ସରକାର ତିନୋଟି କୃଷି ଆଇନର ପ୍ରଣୟନ ପୂର୍ବରୁ ମତାମତ ନେବା ଆବଶ୍ୟକ ନ ଥିଲା କି ? ଏହିପରି ଭିନ୍ନ ଭିନ୍ନ ପ୍ରଶ୍ନ ବର୍ତ୍ତମାନ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ବୁଲିବାରେ ଲାଗିଛି। ଦୀର୍ଘ ଏଗାର ଦିନ ଧରି ଦିଲ୍ଲୀରେ କୃଷକମାନେ ଯେପରି ଆନ୍ଦୋଳନ କରୁଛନ୍ତି ତାହା ବର୍ତ୍ତମାନ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ଚାଷୀ ଆନ୍ଦୋଳନ ଧିରେ ଧିରେ ତୀବ୍ର ହେଉଥିବାରୁ ସରକାର ଚାଷୀନେତାଙ୍କୁ ଡାକି ବୁଝାମଣା କରିବାକୁ ଚେଷ୍ଠା କରୁଛନ୍ତି। ସେମାନଙ୍କ ଆନ୍ଦୋଳନ ଭଣ୍ଡୁର କରିବାରେ ଚେଷ୍ଠା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା କୃଷକ ନେତା ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ପାଞ୍ଚ ଥର ଆଲୋଚନା ହୋଇସାରିଲାଣି। ତଥାପି ସେହି ଆଲୋଚନାରୁ କୌଣସି ନିର୍ଯ୍ୟାସ ବାହାରିପାରୁ ନାହିଁ। ସରକାର ତାଙ୍କ ଜିଦରେ ଏବଂ କୃଷକମାନେ ତାଙ୍କ ଜିଦ୍ ରେ ଅଟଳ ରହିଛନ୍ତି। ଫଳରେ ଆଲୋଚନା ସଂପୂର୍ଣ୍ଣ ବିଫଳ ହେଉଛି। ଏହାପରେ କ’ଣ ହେବ ତାହା କେହି ଜାଣନ୍ତି ନାହିଁ। ଆଲୋଚନା ବିଫଳ ହେବା ପରେ ଉଭୟ ସରକାର ଏବଂ ଆନ୍ଦୋଳନକାରୀ ପରବର୍ତ୍ତି ରଣନୀତି ପ୍ରସ୍ତୁତ କଲେଣି। ସରକାର ଗୁପ୍ତଚର ରଖି ଆନ୍ଦୋଳନକାରୀଙ୍କ ଉପରେ ତୀକ୍ଷ୍ଣ ନଜର ମଧ୍ୟ ରଖିଛନ୍ତି।

କୃଷକ ବିଲ ପ୍ରତ୍ୟାହାର କରିବାକୁ ସରକାର ମନା କରିବା ପରେ ବର୍ତ୍ତମାନ ଆନ୍ଦୋଳନ ଦୃଢରୁ ଦୃଢ ହେବାରେ ଲାଗିଛି। କୃଷ୍ଣକମାନେ ଟ୍ରାକ୍ଟର, ଟ୍ରଲି ଏବଂ ବଡ ଯାନକୁ ରାସ୍ତାରେ ରଖି ଅସ୍ଥାୟୀ ଆଶ୍ରୟ କେନ୍ଦ୍ରରେ ମଧ୍ୟ ପରିଣତ କରିଦେଲେଣି। ଦୈନନ୍ଦିନ ଖାଦ୍ୟ ଏବଂ ଜଳ ଯୋଗାଣର ବ୍ୟବସ୍ଥା ମଧ୍ୟ ହୋଇ ସାରିଲାଣି। ବୋଧହୁଏ କୃଷକଙ୍କ କ୍ରୋଧ କିମ୍ବା ଏକତାକୁ ଅଣଦେଖା କରିବା ସରକାରଙ୍କ ପାଇଁ ଏକ ବଡ ସମସ୍ୟାରେ ପରିଣତ ହେବ। ଏହା ପରେ କ’ଣ ହେବ ତାହା କେହି ଜାଣନ୍ତି ନାହିଁ। ହୁଏତ ଆନ୍ଦୋଳନ ଭୟଙ୍କର ରୂପ ନେବାର ସମ୍ଭାବନାକୁ ଏଡାଇ ହେବ ନାହିଁ।

ଧିରେ ଧିରେ କୃଷକଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ସମର୍ଥନ ମଧ୍ୟ ମିଳିବାରେ ଲାଗିଛି। ଫଳରେ ଆନ୍ଦୋଳନକାରୀଙ୍କ ମନୋବଳ ମଧ୍ୟ ବଢିବାରେ ଲାଗିଛି। ଅନ୍ୟପଟେ ଦେଶର କଳାକାର, ବୁଦ୍ଧିଜୀବୀମାନେ ସେମାନଙ୍କ ଜାତୀୟ ପୁରସ୍କାର ଫେରାଇବାର ପ୍ରକ୍ରିୟା ଆରମ୍ଭ କରିଦେଲେଣି। ଏହା ମଧ୍ୟ ଏହି ଆନ୍ଦୋଳକୁ ଜୋରଦାର କରିବାରେ ଖୋରାକ ଯୋଗାଉଛି। ସେହିପରି ପଂଜାବ ପରି କେତେକ ରାଜ୍ୟ ମଧ୍ୟ ଏହି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଦେବାରେ ଲାଗିଛନ୍ତି। ମୋଟ ଉପରେ କହିବାକୁ ଗଲେ ଏହି ମାମଲା ଧିରେ ଧିରେ ଜଟିଳ ହେବାରେ ଲାଗିଛି।

ଅନ୍ୟପଟେ ଏହି ଆନ୍ଦୋଳନକୁ ଜାତୀୟ ଗଣମାଧ୍ୟମଗୁଡିକ ଧ୍ୟାନ ଦେଉ ନ ଥିବାକୁ ନେଇ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଲାଣି। ଦିଲ୍ଲୀରେ ଏତେ ବଡ ଚାଷୀ ଆନ୍ଦୋଳନ ହେଉଥିବା ବେଳେ  ଜାତୀୟ ଗଣମାଧ୍ୟମରେ ଏହାକୁ ପ୍ରସାରଣ କରୁ ନାହିଁ। ଏପରି ହେୟଜ୍ଞାନ କଭରେଜକୁ ନେଇ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଅର୍ଥାତ୍ EGI ମଧ୍ୟ ଚିନ୍ତିତ ଅଛନ୍ତି। ଚାଷୀମାନଙ୍କ ଆନ୍ଦୋଳକୁ ହେୟକଜ୍ଞାନ କରିବା ଉଚିତ ନୁହେଁ ବୋଲି EGI ଟିପ୍ପଣୀ ଦେଲେଣି। ହେଲେ ମଧ୍ୟ ଟିଭି ଗଣମାଧ୍ୟମରେ ତାହାକୁ ଉପଯୁକ୍ତ ଭାବେ ପ୍ରସାରଣ କରାଯାଉ ନାହିଁ। ଫଳରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମୁଖ୍ୟ ଗଣମାଧ୍ୟମର ଏପରି କଭରେଜକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।

ଜାତୀୟ ଗଣମାଧ୍ୟମ ମୋଦୀଙ୍କ ଗସ୍ତକୁ ଘଣ୍ଟାଘଣ୍ଟା ଧରି ପ୍ରସାରଣ କରୁଥିବା ବେଳେ ଚାଷୀଙ୍କ ପାଇଁ ଏକ ମିନିଟ ମଧ୍ୟ ଦେଉ ନାହାଁନ୍ତି। ଦୁଃଖର କଥା କେତେକ ଗଣମାଧ୍ୟମରେ ଆନ୍ଦୋଳନକାରୀଙ୍କୁ ‘ଖାଲିସ୍ତାନୀ’ ଏବଂ ‘ଜାତୀୟ ବିରୋଧୀ’ ଆନ୍ଦୋଳନ ବୋଲି ପ୍ରସାରଣ କରୁଛନ୍ତି। ଏପରିକି କୌଣସି ପ୍ରମାଣ ନ ଥାଇ ମଧ୍ୟ ଚାଷୀ ଆନ୍ଦୋଳନକୁ କେତେକ ଗଣମାଧ୍ୟମ ବେଆଇନ ବୋଲି କହି ଦେଉଛନ୍ତି। ଫଳରେ ଗଣମାଧ୍ୟମର ଭୂମିକା ନେଇ ଦେଶର ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କଲେଣି।

ତେବେ ସେ ଯାହା ହେଲେ ମଧ୍ୟ ଦିଲ୍ଲୀର ଆନ୍ଦୋଳନ କେତେ ତୀବ୍ର ତାହା ସାରା ଦେଶବାସୀ ଅନୁଭବ କରିସାରିଲାଣି। ଆଉ କୃଷକମାନଙ୍କର ଏହି ଏକତାକୁ ସବୁ ମହଲରେ ମଧ୍ୟ ମାନସିକ ସମର୍ଥନ ଦିଆଯାଉଛି।

Farmers Protest କୃଷକ ଆନ୍ଦୋଳନ ଚାଷୀ ଆନ୍ଦୋଳନ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026
Latest News

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.