Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଐତିହ୍ୟ ସ୍ମାରକୀ ଶିଳାନ୍ୟାସକୁ ବର୍ଷେ ପୁରିଲା, ଏଯାଏ ଇଟା ଖଣ୍ଡେ ପଡିନି କି ଜବରଦଖଲ ଉଚ୍ଛେଦ ହେଉନି
ଜାତୀୟ ଖବର

ଐତିହ୍ୟ ସ୍ମାରକୀ ଶିଳାନ୍ୟାସକୁ ବର୍ଷେ ପୁରିଲା, ଏଯାଏ ଇଟା ଖଣ୍ଡେ ପଡିନି କି ଜବରଦଖଲ ଉଚ୍ଛେଦ ହେଉନି

December 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଠିକ ବର୍ଷେ ତଳେ ଡିସେମ୍ବର 8 ତାରିଖରେ ଖୋର୍ଦ୍ଧାର ଐତିହାସିକ ବରୁଣେଇ ପାହାଡ଼ ନିକଟରେ ପାଇକ ବିଦ୍ରୋହର ସ୍ମାରକୀକୁ ଭିତ୍ତି ପ୍ରସ୍ତର ପଡିଥିଲା। ପାଇକ ସ୍ମୃତି ସ୍ତମ୍ଭ ସଂଗ୍ରହାଳୟ ନିର୍ମାଣ ସହ ପର୍ଯ୍ୟଟକଙ୍କୁ ଆକର୍ଷିତ କଲାଭଳି ଅନେକ କାର୍ଯ୍ୟକ୍ରମ ହେବ ବୋଲି ପଦକ୍ଷେପ ନେଇଥିଲେ କେନ୍ଦ୍ର ସରକାର। ରାଷ୍ଟ୍ରପତି ରାମନାଥ କୋବିନ୍ଦ  ବରୁଣେଇ ଆସି ଏହି ଐତିହ୍ୟ ସ୍ମାରକୀ ପାଇଁ ଶିଳାନ୍ୟାସ କରିଥିଲେ। ସେତେବେଳେ ଏହି ଖବର ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିଲା।

ଏଥିପାଇଁ କେନ୍ଦ୍ର ସରକାର ସ୍ୱୀକୃତି ଦେଇଥିଲେ, ଅର୍ଥ ବି ମଞ୍ଜୁର କରିଛନ୍ତି। ସେହି ଅନୁସାରେ ରାଜ୍ୟ ସରକାର ୧୦ ଏକର ଜମି ବି ଯୋଗାଇଛନ୍ତି। ହେଲେ ବର୍ଷେ ପୂରଣ ହୋଇଥିଲେ ବି ଉକ୍ତ ସ୍ଥାନ ସେମିତି ଖାଲି ପଡିଛି। ନିର୍ମାଣ ଆରମ୍ଭ ନ ହେବାରୁ ସହିଦ ପାଇକଙ୍କ ପ୍ରତିମୂର୍ତ୍ତି ସେମିତି ଖୋଲାରେ ପଡିଛି। ଏହାକୁ ନେଇ ଖୋର୍ଦ୍ଧାବାସୀ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ତେବେ କେଉଁ କାରଣରୁ ଏଭଳି ବିଳମ୍ବ ହେଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଏହି ଐତିହ୍ୟ ସ୍ମାରକୀ ନିର୍ମାଣ ପାଇଁ ସବୁ ଦିଗରୁ ଦାବି ହୋଇଥିଲା। ୨୦୩ ବର୍ଷ ତଳେ ଓଡ଼ିଶାର ଖୋରଧାରୁ ହିଁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଥିବା ନେଇ ତଥ୍ୟ ପ୍ରମାଣ ଆଧାରରେ ଏହାକୁ କେନ୍ଦ୍ର ସରକାର ସ୍ୱୀକୃତି ଦେବା ପରେ ବରୁଣେଇରେ ସହିଦ ସ୍ମୃତିସ୍ତମ୍ଭ ନିର୍ମାଣକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବେଶ ତତ୍ପରତା ଦେଖାଇଥିଲେ। ହେଲେ ପରେ କଣ ହେଲା କେଜାଣି, ବର୍ଷେ ପୂରି ଯାଇଥିଲେ ବି ନା ସହିଦ ସ୍ତମ୍ଭ କିମ୍ବା ସଂଗ୍ରହାଳୟ କିଛି ବି ଆରମ୍ଭ ହୋଇପାରିଲା ନାହିଁ। ସେତେବେଳେ ରାଜ୍ୟ ସରକାର ଜମି ଯୋଗାଇବାରେ ଅବହେଳା କଥା ଉଠିଥିଲା କେନ୍ଦ୍ର। ହେଲେ ରାଜ୍ୟ ସରକାର ନିଜ ଦାୟିତ୍ୱ ନିର୍ବାହ କରିଥିଲେ ସୁଦ୍ଧା ଏଯାଏ ଏନେଇ କେନ୍ଦ୍ର ସରକାର ଚୁପ ରହିଛନ୍ତି।

ରାଜ୍ୟରେ ଏଭଳି ଏକ ଐତିହ୍ୟ ସ୍ମାରକୀ ପ୍ରତିଷ୍ଠା ହେବା ଗୌରବ ବିଷୟ ହୋଇଥିଲେ ବି ଉଭୟ ରାଜ୍ୟ ଓ କେନ୍ଦ୍ର ଏହାକୁ ନେଇ ଅବହେଳା ଦେଖାଉଥିବାର ଜଣାପଡିଛି। ତେବେ କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କ ଦ୍ବାରା ଶିଳାନ୍ୟାସ ହୋଇଥିବା ଏହି ପ୍ରକଳ୍ପର ନିର୍ମାଣ ଦିଗରେ ଆଗଭର ନ ହେବାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି। ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଓ ଏଥିରେ ବଳିଦାନ ଦେଇଥିବା ସହିଦଙ୍କ ସ୍ମାରକୀ ସ୍ତମ୍ଭ ରାଜନୈତିକ ପଶାପାଲିରେ ପେଶି ହେବାରେ ଲାଗିଛି।

ପାଇକ ବିଦ୍ରୋହ ବରୁଣେଇ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.