କରୋନାର ଭଲ ପ୍ରଭାବ!: ପ୍ରାୟତଃ ସମାପ୍ତ ହୋଇଗଲା ପ୍ରତ୍ୟେକ ବର୍ଷ କଷ୍ଟ ଦେଉଥିବା ଏହି ରୋଗ

Published: Jan 31, 2021, 5:57 pm IST

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ବ ପ୍ରଭାବିତ ହୋଇଛି। ଏହି ମହାମାରୀ ଯୋଗୁଁ ବିଶ୍ବରେ ୧୦ କୋଟି ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨୨ ଲକ୍ଷରୁ ଊର୍ଦ୍ଧ୍ଵ ଲୋକ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ଏହି ଭୟଙ୍କର ଭୂତାଣୁ ଲୋକଙ୍କ ଉପରେ କିଛି ଭଲ ପ୍ରଭାବ ପକାଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହା ଦ୍ଵାରା ପ୍ରତ୍ୟେକ ବର୍ଷ କଷ୍ଟ ଦେଉଥିବା ରୋଗ ପ୍ରାୟତଃ ସମାପ୍ତ ହୋଇଯାଇଛି ବୋଲି ଅନୁମାନ କରାଯାଇଛି।

ଏକ ରିପୋର୍ଟ ଅନୁଯାୟୀ ବ୍ରିଟେନରେ ଫ୍ଲୁ(ଇନଫ୍ଳୁଏଞ୍ଜା) ପ୍ରାୟତଃ ଶେଷ ହେବାକୁ ଯାଉଛି। ବ୍ରିଟେନରେ ୧୩୦ ବର୍ଷ ପରେ ଫ୍ଲୁ ମାମଲା ସର୍ବନିମ୍ନ ସ୍ତରକୁ ଯାଇଛି। ଚଳିତ ବର୍ଷ ଏହି ମାମଲା ୯୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। କରୋନା ଭୂତାଣୁଠାରୁ ମୁକ୍ତି ପାଇବା ପାଇଁ ଲୋକେ ଯେଉଁ ସବୁ ଉପାୟଗୁଡିକୁ ବ୍ୟବହାର କଲେ, ସେଥିପାଇଁ ଏହି ରୋଗ କମିବାର କାରଣ ହୋଇଥାଏ ବୋଲି ପ୍ରଫେସର ମାର୍ଟିନ ମାର୍ଶଲ କହିଛନ୍ତି। ବ୍ରିଟେନରେ ଫ୍ଲୁ ର ସଂଖ୍ୟାରେ ବହୁତ କମ ରିପୋର୍ଟ ଦେଖିବାକୁ ମିଳିଛି।

ତେବେ କେବଳ ବ୍ରିଟେନରେ ନୁହେଁ, ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଏହି ରୋଗର ମାତ୍ରା ହ୍ରାସ ପାଇଛି। ସାଧାରଣତଃ ଡ଼ିସେମ୍ବର ଆଉ ଜାନୁୟାରୀ ମାସରେ ଏହି ରୋଗର ପରିମାଣ ବଢିଥାଏ । କିନ୍ତୁ ଚଳିତ ବର୍ଷ ଏହାର ପ୍ରଭାବ ବହୁତ କମ ଦେଖିବାକୁ ମିଳିଛି।

Related posts