ଓଡିଶାର ପ୍ରଥମ କବି ଭାବେ ଇଂଟରନ୍ୟାସନାଲ ପିସ ଆମ୍ବାସାଡର ପାଇଁ ମନୋନୀତ ହେଲେ ଭବାନୀ ନିଆଲ

Published: Feb 8, 2021, 8:51 pm IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଓଡିଶାର ପ୍ରଥମ କବି ଭାବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସହରର ଭବାନୀ ନିଆଲ (୫୨) ଙ୍କୁ ଇଂଟରନ୍ୟାସନାଲ ଆମ୍ବାସାଡର ଅଫ ପିସ ସମ୍ମାନରେ ସମ୍ମାନୀତ କରାଯାଇଛି।

ମିଳିତ ଜାତିସଂଘ ସ୍ୱୀକୃତପ୍ରାପ୍ତ ୱାର୍ଲ୍ଡ ଲିଟରେଚର ଫୋରମ ଫର ପିସ ଆଣ୍ଡ ହ୍ୟୂମାନ ରାଇଟ୍ସ ପକ୍ଷରୁ ନିକଟରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ବିଶ୍ୱରେ ସାମାଜିକ, ରାଜନୈତିକ, ଅର୍ଥନୈତିକ, ସହିଷ୍ଣୁତା, ଶିକ୍ଷା, ଭାତୃଭାବ ତଥା ଶାନ୍ତି ସ୍ଥାପନ ପାଇଁ ଏହି ସମ୍ମାନ ଦିଆଯାଇ ଆସୁଥିବା ପ୍ରକାଶ।

ଚଳିତ ବର୍ଷ ଲକଡାଉନ ପାଇଁ ଭବାନୀ ନିଆଲଙ୍କୁ ଏହି ସମ୍ମାନ ମିଳିଥିବା ଜଣାପଡିଛି। ସାହିତ୍ୟ ପତ୍ରିକା ମହୁରୀର ସଂପାଦକ ଭାବେ ଦାୟୀତ୍ୱ ତୁଳାଉଥିବା ଭବାନୀ ନିଆଲ କ୍ରମାଗତ ଭାବେ ହିନ୍ଦୀ ଓ ଓଡିଆ କବିତାରେ ନିଜ ସ୍ଥିତି ଜାହିର କରିପାରିଛନ୍ତି। ଏହି କବିତା ନିକଟ ଅତୀତରେ ଇଟାଲୀ ଭାଷାରେ ଅନୁଦିତ ହେବା ପରେ ସମଗ୍ର ୟୁରୋପରେ ଆଲୋଡନ ସୃଷ୍ଟି କରିଥିଲା। ଭବାନୀଙ୍କ ଏହି ସଫଳତାରେ ଦେଶ ବିଦେଶରୁ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି।

Related posts