ଆଶ୍ଚର୍ଯ୍ୟର କଥା ହୀରା ପାଇବା ପାଇଁ ହଜାର ହଜାର ଲୋକେ ଖୋଳି ଚାଲିଛନ୍ତି ମାଟି

Published: Jun 16, 2021, 11:50 am IST

Diamond Rush: ହୀରା ମିଳୁଛି, ହୀରା ମିଳୁଛି। ଏହିପରି ଏକ ଖବର ପ୍ରଚାରିତ ହେବା ପରେ ପୁରା ଗାଁ ସହିତ ପାଖଆଖ ଅଞ୍ଚଳ ଲୋକେ ହୀରା ଖୋଜିବାକୁ ଧାଇଁଲେ। ପ୍ରାୟ ତିନି ଏକର ପରିମିତ ଅଳ୍ପ ଜଙ୍ଗଲିଆ ଅଞ୍ଚଳରେ ସମସ୍ତେ କୋଡି କୋଦାଳ ଧରି ଖୋଳିବାକୁ ଲାଗିଲେ। ଧିରେ ଧିରେ ଏହି କଥା ଏତେ ଜୋରରେ ବ୍ୟାପିଗଲା ଯେ, ବର୍ତ୍ତମାନ ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ସେହି ସ୍ଥାନ ଖୋଳିବାରେ ଲାଗିଛନ୍ତି।

ଏହି ଘଟଣାଟି ଦକ୍ଷିଣ ଆଫ୍ରିକାର କେଜେଡ୍ ପ୍ରୋଭେନସିୟାଲ ଅଧିନରେ ଥିବା କ୍ବାହାଲଥି ଗ୍ରାମରେ ଘଟିଛି । କେତେକ ଭୂତତ୍ବବିତ ସେହି ଗ୍ରାମର ପାଖ ଜଙ୍ଗଲିଆ ଅଞ୍ଚଳ ଅନୁସନ୍ଧାନ କରୁଥିଲେ। ସେମାନେ ଜାଣିବାକୁ ପାଇଲେ ଯେ ସେଠାରେ କେତେକ ବିରଳ ତଥା ଅଜଣା ପଥର ବାହାରୁଛି। ଏହି କଥାଟି ସାରା ଅଞ୍ଚଳରେ ବ୍ୟାପିବାରେ ଲାଗିଲା। ଫଳରେ ତାହା ହୀରା ହୋଇଥିବ ଭାବେ ଲୋକେ ଖୋଳାଖୋଳି ଆରମ୍ଭ କରିଦେଲେ।

ସତକୁ ସତ ସେଠାରେ ଖୋଳିବା ପରେ ଖ୍ରୀଷ୍ଟାଇଲ ପ୍ରକାରର ଏକ ପଥର ବାହାରୁଛି। ଏହାକୁ ହୀରା ଭାବି ବର୍ତ୍ତମାନ ଗତ ଶନିବାରଠାରୁ ଲୋକେ ଖୋଳିବାରେ ଲାଗିଛନ୍ତି। ତେବେ ଏହି ପଥର ହୀରା  ନା ଆଉ କଣ ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ।

Related posts