ତାଞ୍ଜାନିୟାର ହାଇ କମିଶନର ହେଲେ ଓଡିଶାର ବିନୟ ଶ୍ରୀକାନ୍ତ ପ୍ରଧାନ

Published: Jul 20, 2021, 11:54 pm IST

ନୂଆଦିଲ୍ଲୀ, ପୂର୍ବ ଆଫ୍ରିକାର ଦେଶ ତାଞ୍ଜାନିୟାର ହାଇ କମିଶନର ଭାବେ ନିଯୁକ୍ତ ପାଇଛନ୍ତି ବିନୟ ଶ୍ରୀକାନ୍ତ ପ୍ରଧାନ। ୨୦୦୨ ବ୍ୟାଚର ଆଇଏଫଏସ ଅଧିକାରୀ ହେଉଛନ୍ତି ବିନୟ ଶ୍ରୀକାନ୍ତ। ଓଡିଶାର ଦେବଗଡ ସହରରେ ଜନ୍ମଲାଭ କରିଥିବା ବିନୟ ଏପରି ଉଚ୍ଚ ପଦବୀରେ ଅଧିଷ୍ଠିତ ହେବା ରାଜ୍ୟ ପାଇଁ ଏକ ଗୌରବର ବିଷୟ। ବର୍ତ୍ତମାନ ବିନୟ ୨୦୧୯ରୁ ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ଡେପୁଟି ଚିଫ୍ ଅଫ୍ କମିସନ୍ ଭାବେ ଅବସ୍ଥାପିତ ଅଛନ୍ତି ।

ଜଣେ ଦକ୍ଷ ଏବଂ ବିଶିଷ୍ଟ କୁଟନୀତିଜ୍ଞ ଭାବରେ ସେ ୨୦୦୪ ରୁ ୨୦୧୨ ପର୍ଯ୍ୟନ୍ତ ମୋସ୍କୋ, ତୁର୍କମେନିସ୍ଥାନ ଏବଂ ପାକିସ୍ତାନର ଭାରତୀୟ ଦୂତାବାସରେ ବରିଷ୍ଠ ପଦବୀରେ କାର୍ଯ୍ୟ କରିଛନ୍ତି । ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ବିଦେଶ ମନ୍ତ୍ରଣାଳୟରେ ଆଫଗାନିସ୍ତାନ ଓ ଇରାନ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ନେଇ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ମଧ୍ୟ କାର୍ଯ୍ୟ କରିଥିଲେ। ସେ ଏପରି ପଦବୀ ନିଯୁକ୍ତେ ହେଉଥିବାର ଖବର ପରେ ତାଙ୍କ ଦେବଗଡ ସହରରେ ଆନନ୍ଦ ଖେଳିଯାଇଛି।

Related posts