
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଆଜି ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ତାହା ପୂର୍ବରୁ କୃଷକ ନେତା ରାକେଶ ଟିକାଏତ ଟ୍ୱିଟ୍ କରିଛନ୍ତି। ରାକେଶ ଟିକାଏତ ଆମେରିକାର ରାଷ୍ଟ୍ରପତିଙ୍କୁ ଟ୍ୟାଗ୍ କରି ଟ୍ୱିଟ୍ କରି ଲେଖିଛନ୍ତି ଯେ, ଯେତେବେଳେ ଆମେରିକାର ରାଷ୍ଟ୍ରପତି ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟନ୍ତି, ସେତେବେଳେ ସେ ଚାଷୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବା ଉଚିତ୍।
ରାକେଶ ଟିକାଏତ ଲେଖିଛନ୍ତି ଯେ, ଆମେ ଭାରତୀୟ କୃଷକମାନେ ନୂଆ କୃଷି ଆଇନକୁ ବିରୋଧ କରୁଛୁ, ଯାହା ପ୍ରଧାନମନ୍ତ୍ରୀ ମୋଦୀ ସରକାର ଆଣିଛି। ୧୧ ମାସର ବିକ୍ଷୋଭ ସମୟରେ ୭୦୦ କୃଷକ ପ୍ରାଣ ହରାଇଛନ୍ତି। ଆମକୁ ଏହି କଳା ଆଇନରୁ ସୁରକ୍ଷିତ କରାଯିବା ଉଚିତ୍।
ଗତକାଲି ରାତିରେ କରାଯାଇଥିବା ଅନ୍ୟ ଏକ ଟୁଇଟ୍ରେ ସୂଚନା ଦିଆଯାଇଛି ଯେ, ଆଜି ୱାଶିଂଟନ୍ ଡିସିରେ ୨ ଟା ୩୦ ମିନିଟରେ ତିନୋଟି କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ କରାଯିବ।