ଦୁଇଜଣ ସାମ୍ବାଦିକଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

Published: Oct 8, 2021, 5:45 pm IST

Nobel Peace Prize : ଆଜି ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଫିଲିପାଇନ୍ସର ସାମ୍ବାଦିକ ମାରିଆ ରେସା ଏବଂ ଋଷର ଡିମିଟ୍ରି ମୁରାଟୋଭଙ୍କୁ ମିଳିତ ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେମାନେ ନିଜର ଲେଖା ମାଧ୍ୟମରେ ଦେଶରେ ଶାନ୍ତି ଆଣିବାରେ ସକ୍ଷମ ହୋଇପାରିଛନ୍ତି।

ଶାନ୍ତି ତଥା  ଅଭିବ୍ୟକ୍ତିର ସ୍ବାଧୀନତାର ରକ୍ଷା ପାଇଁ ଏହି ଦୁଇ ସାମ୍ବାଦିକଙ୍କ ଉଦ୍ୟମ କରିଥିବାରୁ ନୋବେଲ ସମ୍ମାନରେ ସମ୍ମାନିତ କରାଯାଇଛି ବୋଲି ନରୱେ ନୋବେଲ କମିଟିର ସଭାପତି ବରିଟ୍ ରିସ୍-ଆଣ୍ଡରସେନ୍ କହିଛନ୍ତି।

Related posts