
ଗୋୱାଲିୟର: ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ। ଏହି ଉପଲକ୍ଷେ ଆଜି ସକାଳୁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଯାଇଛି ଯୋଗ ଅଭ୍ୟାସ। କେବଳ ଦେଶ କାହିଁକି ବିଭିନ୍ନ ରାଷ୍ଟ୍ରରେ ମଧ୍ୟ ଏହି ଯୋଗ ଦିବସ ଆୟୋଜିତ ହୋଇଛି। କେନ୍ଦ୍ର ସରକାରଙ୍କ ତରଫରୁ ଦେଶର ବିଭିନ୍ନ ଐତିହାସିକ ସ୍ଥଳରେ ଏହି ଯୋଗ ଅଭ୍ୟାସ କରାଯାଇଛି।
ଏହି ଦିବସ ଉପଲକ୍ଷେ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ତରଫରୁ ଯୋଗ ଦିବସ ପାଳିତ ହୋଇଛି। ଖୋଦ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଗୋୱାଲିୟର ପ୍ୟାଲେସ ସମ୍ମୁଖରେ ଏହି ଯୋଗ ଅଭ୍ୟାସ ଆୟୋଜିତ ହୋଇଥିଲା। ଏଥିରେ ନିଜେ ମନ୍ତ୍ରୀଙ୍କ ସହିତ ଯୁଗ୍ନସଚିବ ଉଷା ପାଢୀ ଯୋଗ ଦେଇଥିଲେ। ଉଷା ଗତକାଲି ଟ୍ରେନ ଯୋଗେ ଗୋୱାଲିୟରରେ ପହଞ୍ଚି ଆଜି ଏହି ଅଭ୍ୟାସରେ ନିଜକୁ ସାମିଲ କରିଥିଲେ।