ଜାପାନରେ ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରାଗଲା ସ୍ବାଗତ

Published: Apr 4, 2023, 9:45 am IST
Japan

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ପ୍ରତିନିଧି ଦଳ ଜାପାନରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭାରତ ରାଷ୍ଟ୍ରଦୂତଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା। ଜାପାନରେ ଅବସ୍ଥାପିତ ରାଷ୍ଟ୍ରଦୂତ ସିବି ଜର୍ଜ ଏବଂ ଅନ୍ୟ ଅଧିକାରୀଗଣ ତାଙ୍କୁ ପାଛୋଟି ନେଇଥିଲେ।

ଗତକାଲି ସେ ଭୁବନେଶ୍ବରରୁ ସିଙ୍ଗାପୁର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ ରାତିରେ ଜାପାନ ଅଭିମୁଖେ ଯାତ୍ରା କରିଥିଲେ। ଆଜି ସେଠାରେ ନବୀନ ନିବେଶକ ସମ୍ମିଳନୀରେ ଉଦବୋଧନ ଦେବେ। ଏଥିସହିତ ସେ କେତେକ ନିବେଶକଙ୍କ ସହିତ ବ୍ୟକ୍ତିଗତ ଭାବେ କଥା ମଧ୍ୟ ହେବେ।

Related posts