ଜାଭେଦ ମିଆଁଦାଦଙ୍କ ବିବାଦୀୟ ବିବୃତ୍ତି: ଏକଦିବସୀୟ ବିଶ୍ୱକପ ପାଇଁ କହିଲେ ଏଭଳି କଥା

Published: Jun 19, 2023, 3:14 pm IST

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ଇଭେଣ୍ଟର ଚିତ୍ର ସ୍ପଷ୍ଟ ହେବା ପରେ ବର୍ତ୍ତମାନ ସମସ୍ତେ ଆଶା କରୁଛନ୍ତି ଯେ ଖୁବ୍ ଶୀଘ୍ର ଆଇସିସି ଦିନିକିଆ ବିଶ୍ୱକପ୍-୨୦୨୩ ର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯିବ। ଭାରତରେ ଅନୁଷ୍ଠିତ ହେବାକୁ ଥିବା ମେଗା ଇଭେଣ୍ଟରେ ଭାଗ ନେବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅନୁମତି ଦେଇନାହିଁ। ଏହି କାରଣରୁ, ଆଇସିସି ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ କାର୍ଯ୍ୟସୂଚୀ ଘୋଷଣା କରିବାରେ ସକ୍ଷମ ହୋଇ ନାହିଁ। ଏହି ସମୟରେ ପାକିସ୍ତାନର ପୂର୍ବତନ ଖେଳାଳି ଜାଭେଦ୍ ମିଆଁଦାଦ ପୁଣି ଥରେ ଭାରତକୁ ନେଇ ବିବାଦୀୟ ବିବୃତ୍ତି ଦେଇଛନ୍ତି।

ବିସିସିଆଇ ଦ୍ୱାରା କାର୍ଯ୍ୟସୂଚୀର ଡ୍ରାଫ୍ଟ ଆଇସିସିକୁ ପଠାଯାଇଛି। ବିସିସିଆଇ ଅନୁଯାୟୀ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦରେ ଖେଳାଯିବ। ଏହି ମ୍ୟାଚ୍ ବିଷୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅନ୍ୟ ସ୍ଥାନରେ କରିବା ବିଷୟରେ କହିଛି।

ପାକିସ୍ତାନୀ ଗଣମାଧ୍ୟମ ସହ ଆଲଚୋନା ବେଳେ ଜାଭେଦ୍ ମିଆଁଦାଦ କହିଛନ୍ତି ଯେ, ରାଜନୀତି କ୍ରିକେଟ୍ ଭିତରକୁ ଆଣିବା ଉଚିତ ନୁହେଁ। କିନ୍ତୁ ଭାରତ ପାକିସ୍ତାନ ଆସିବାକୁ ପ୍ରସ୍ତୁତ ନୁହେଁ। ଏଭଳି ପରିସ୍ଥିତିରେ ପାକିସ୍ତାନ ମଧ୍ୟ ଖେଳିବା ପାଇଁ ଭାରତ ଯିବା ଉଚିତ୍ ନୁହେଁ। ଆମେ ଆପଣଙ୍କ ଆଡକୁ ଆମର ହାତ ବଢାଇବାକୁ ଚାହୁଁଛୁ, ଆପଣ ମଧ୍ୟ ଆସି ଆପଣଙ୍କର ହାତ ବଢାନ୍ତୁ, ଆମ ସହ କଥା ହୁଅନ୍ତୁ ଯାହା ଦ୍ଵାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ ହେବ ଏବଂ କ୍ରୀଡା ପ୍ରୋତ୍ସାହିତ ହେବ।

ସେ ଆହୁରି କହିଛନ୍ତି ଯେ, ମୁଁ ଏହି ପ୍ରସଙ୍ଗରେ ସ୍ପଷ୍ଟ ଭାବରେ କହିବାକୁ ଚାହେଁ ଯେ ଯଦି ଭାରତ ଖେଳିବାକୁ ଏଠାକୁ ଆସେ ନାହିଁ ତେବେ ଆମେ ମଧ୍ୟ ସେଠାକୁ ଯିବା ଉଚିତ୍ ନୁହେଁ। ଆମର ମଧ୍ୟ ଅନେକ ଶ୍ରେଷ୍ଠ ଖେଳାଳି ଅଛନ୍ତି ଯେଉଁମାନେ କ୍ରମାଗତ ଭାବରେ ବିଶ୍ୱ କ୍ରିକେଟ୍ ରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି।

Related posts