
ନୂଆଦିଲ୍ଲୀ: ଆଜି ନେପାଳର ବାରା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୬ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୯ ଜଣ ଆହତ ହୋଇଛନ୍ତି। ନେପାଳ ପୋଲିସ ଏହି ସୂଚନା ଦେଇଛି।
ଗଣମାଧ୍ୟମ ଅନୁଯାୟୀ, କାଠମାଣ୍ଡୁରୁ ଜନକପୁରକୁ ଯାଉଥିବା ତୀର୍ଥଯାତ୍ରୀ ବସ୍ ଆଜି ଭୋର ୨ ଟା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ନେପାଳର ବାରାର ଜିତପୁର ସିମାରା ଉପ-ମହାନଗର -୨୨ ର ଚୁରିୟାମାଇ ମନ୍ଦିର ନିକଟରେ ଏକ ବସ୍ ଦୁର୍ଘଟଣା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୨୬ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ସୂଚନା ଅନୁଯାୟୀ, ଏହି ବସ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତରୁ ଆସିଥିଲେ।
ଏହି ଦୁର୍ଘଟଣାରେ ୬ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଆହତମାନେ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆହତ ମାନଙ୍କ ମଧ୍ୟରେ ୧୪ ଜଣ ଭାରତୀୟ ନାଗରିକ ଥିବା ଜଣାପଡିଛି। ସେମାନେ ସମସ୍ତେ କାଠମାଣ୍ଡୁର ପଶୁପତୀନାଥ ମନ୍ଦିର ଦର୍ଶନ କରିବା ପରେ ଜନକପୁର ଯାଉଥିଲେ।
ଏହି ଘଟଣାରେ ନିହତ ହୋଇଥିବା ଲୋକଙ୍କୁ ମକୱାନପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଚିହ୍ନଟ କରିଛି। ମୃତକଙ୍କମଧ୍ୟରେ ୪୧ ବର୍ଷୀୟ ବିଜୟ ଲାଲ ପଣ୍ଡିତ, ୬୭ ବର୍ଷିୟ ବାହାଦୂର ସିଂ, ୬୫ ବର୍ଷିୟା ମୀରା ଦେବୀ ସିଂ, ୬୦ ବର୍ଷିୟା ସତ୍ୟବତୀ ସିଂ, ୭୦ ବର୍ଷିୟ ରାଜେନ୍ଦ୍ର ଚତୁର୍ବେଦୀ, ୬୫ ବର୍ଷିୟ ଶ୍ରୀକାନ୍ତ ଚତୁର୍ବେଦୀ ଏବଂ ୬୭ ବର୍ଷିୟା ବୈଜୟନ୍ତି ଦେବୀ ଅଛନ୍ତି। ଏହି ସମସ୍ତ ଲୋକ ରାଜସ୍ଥାନର ବାସିନ୍ଦା ବୋଲି ଜଣାପଡିଛି।