
ନୂଆଦିଲ୍ଲୀ: ସିଙ୍ଗାପୁର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କଆନ୍ ୟୁଙ୍କୁ ତାଙ୍କ ୧୦୦ ତମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, ‘ ଲି କଆନ୍ ୟୁଙ୍କୁ ତାଙ୍କ ୧୦୦ ତମ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ସିଙ୍ଗାପୁରର ପରିବର୍ତ୍ତନରେ ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତାଙ୍କ ଦୂରଦୃଷ୍ଟି, ନିରନ୍ତର ପ୍ରୟାସ ତାଙ୍କ ମହାନତାର ପ୍ରମାଣ। ତାଙ୍କ କାମ ବିଶ୍ୱନେତାଙ୍କୁ ପ୍ରେରଣା ଦେବା ଜାରି ରଖିବ।’