Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ ଚାଉଳ ପ୍ରସ୍ତୁତି ସଂପର୍କରେ ଜାଣିବା ପାଇଁ ଓଡିଶା ଆସିଲେ ନାଇଜେରିଆ ପ୍ରତିନିଧି
ଅନ୍ତରାଷ୍ଟ୍ରୀୟ

ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ ଚାଉଳ ପ୍ରସ୍ତୁତି ସଂପର୍କରେ ଜାଣିବା ପାଇଁ ଓଡିଶା ଆସିଲେ ନାଇଜେରିଆ ପ୍ରତିନିଧି

September 27, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭିଟାମିନ୍ ଯୁକ୍ତ
ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ ଚାଉଳ ପ୍ରସ୍ତୁତି ସଂପର୍କରେ ଜାଣିବା ପାଇଁ ଓଡିଶା ଆସିଲେ ନାଇଜେରିଆ ପ୍ରତିନିଧି

ଭୁବନେଶ୍ବର: ନାଇଜେରିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡିଶାରେ ପ୍ରସ୍ତୁତ କରାଯାଉଥିବା ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ ଚାଉଳ (ଫର୍ଟିଫାଏଡ୍ ରାଇସ୍ ) ପ୍ରସ୍ତୁତି, ସଂରକ୍ଷଣ ଓ ବ୍ୟବହାର ସଂପର୍କରେ ରାଜ୍ୟର ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରିବାକୁ ଓଡ଼ିଶା ଆସିଛନ୍ତି। ନାଇଜେରିଆ ସରକାରଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତ୍ତା, ଖାଦ୍ୟ ନିୟାମକ ସଂସ୍ଥା ମନ୍ତ୍ରାଳୟ ତଥା ବିଭାଗ ଏବଂ ଘରୋଇ କ୍ଷେତ୍ରର ସରକାରୀ ଅଧିକାରୀମାନଙ୍କ ସହିତ ଆସିଥିବା ଏହି ୧୩ ଜଣିଆ ଟିମ୍ ମିଳିତ ଜାତିସଂଘ ବିଶ୍ୱ ଖାଦ୍ୟ କାର‌୍ୟ୍ୟକ୍ରମ (ଡବ୍ଲ୍ୟୁଏଫପି) ସହାୟତାରେ ଆସିଛନ୍ତି।

ନାଇଜେରିଆ ସରକାର ଖାଦ୍ୟକୁ ଅଣୁ ପୁଷ୍ଟିସାରଯୁକ୍ତ କରିବା ପାଇଁ ଏକ ଜାତୀୟ ରଣନୀତି ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ରଣନୀତି ଅନୁଯାୟୀ ସରକାର ଜାତୀୟ ଫର୍ଟିଫିକେସନ୍ କାର‌୍ୟ୍ୟକ୍ରମର ଏକ ଅଂଶ ଭାବରେ ସେ ଦେଶର ଅନ୍ୟତମ ପ୍ରଧାନ ଖାଦ୍ୟ ଚାଉଳକୁ ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ (ଫର୍ଟିଫିକେସନ) କରିବାକୁ ଅନୁମତି ଦେଇଛନ୍ତି।

ଭାରତର ଚାଉଳ ଫର୍ଟିଫିକେସନ୍ ପ୍ରକ୍ରିୟା କାର‌୍ୟ୍ୟକାରିତା ଅଭିଜ୍ଞତା ନାଇଜେରିଆ ପାଇଁ ଏକ ମୂଲ୍ୟବାନ ଉଦାହରଣ ହୋଇଛି। ବିଶେଷକରି ଦେଶରେ ଫର୍ଟିଫାଇଡ୍ ଚାଉଳ ପ୍ରସ୍ତୁତି ପାଇଁ ଦେଶରେ ଉତ୍ତମ ପରିବେଶ ସୃଷ୍ଟି ହୋଇଛି। ଭାରତର ଆଭିମୁଖ୍ୟରେ ଦୃଢ଼ ସରକାରୀ ନେତୃତ୍ୱ ଅନ୍ତର୍ଭୁକ୍ତ ଯାହା ଲକ୍ଷ୍ୟଧାର‌୍ୟ୍ୟ ଅନୁସାରେ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ପରି ସାର୍ବଜନୀନ ବିତରଣ ବ୍ୟବସ୍ଥାକୁ ସମର୍ଥନ କରୁଛି।

ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ନାଇଜେରିଆ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଜନ୍ ଉରୁଆକ୍ପା କହିଛନ୍ତି, ଏହି ଶିକ୍ଷଣ ଗସ୍ତର ଉଦ୍ଦେଶ୍ୟ ହେଉଛି ଅଂଶୀଦାରମାନଙ୍କୁ ପ୍ରାଥମିକ ଅଭିଜ୍ଞତା ଏବଂ ଜ୍ଞାନ ପ୍ରଦାନ କରିବା, ସ୍କୁଲ ଫିଡିଂ ପ୍ରୋଗ୍ରାମକୁ ଏକ ବିତରଣ ବ୍ୟବସ୍ଥା ଭାବରେ ବ୍ୟବହାର କରି ତାଙ୍କ ଦେଶର “କେବି” ରାଜ୍ୟରେ ଏକ ଚାଉଳ ଫୋର୍ଟିଫିକେସନ୍ ପାଇଲଟ୍ ପ୍ରୋଜେକ୍ଟକୁ ଦକ୍ଷତାର ସହ ଆରମ୍ଭ କରିବାକୁ ସକ୍ଷମ ହେବା।

ଓଡ଼ିଶାରେ ପହଞ୍ଚିବା ପରେ ଏହି ପ୍ରତିନିଧି ଦଳ ଆଜି ଲୋକସେବା ଭବନରେ ଓଡ଼ିଶାର ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କୁ ଭେଟିଥିଲେ। ଲୋକସେବା ଭବନରେ ଏହି ପରିପ୍ରେକ୍ଷୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଓଡିଶା ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତି ଅନୁ ଗର୍ଗ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମୟ ସୀମାର ଏକ ବର୍ଷ ପୂର୍ବରୁ ଓଡ଼ିଶା ସମସ୍ତ ଖାଦ୍ୟଭିତ୍ତିକ ଯୋଜନାରେ ରାଜ୍ୟବ୍ୟାପୀ ଫର୍ଟିଫାଇଡ୍ ଚାଉଳର ସମ୍ପୂର୍ଣ୍ଣ ପ୍ରଚଳନ କରିଛି।

୨୦୧୨ ମସିହାରେ ଗଜପତି ଜିଲ୍ଲାରେ ଓଡ଼ିଶା ଦେଶରେ ପ୍ରଥମ କରି ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ ଚାଉଳ ପ୍ରସ୍ତୁତି(ଫର୍ଟିଫିକେସନ) ନିମନ୍ତେ ପଦକ୍ଷେପ ନେଇ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲା। ବିଶେଷକରି କୁପୋଷଣର ମୁକାବିଲା ଓ ଖାଦ୍ୟ ନିରାପତ୍ତା ସୃଷ୍ଟି ଦିଗରେ ରାଜ୍ୟ ସରକାର ନିଜର ଅଭିଜ୍ଞତା ଓ ଶିକ୍ଷା ବାଣ୍ଟିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଉନ୍ନୟନ କମିଶନର ପ୍ରକାଶ କରିଥିଲେ।

ନାଇଜେରିଆରେ ଚାଉଳ ଫର୍ଟିଫିକେସନ କୁ ପ୍ରୋତ୍ସାହନ ନିମନ୍ତେ ‘ଦକ୍ଷିଣ-ଦକ୍ଷିଣ’ ଶିକ୍ଷଣ ପରିପ୍ରେକ୍ଷୀରେ ଭାରତ ଆସି ଆମେ ବେଶ୍ ଉତ୍ସାହିତ। ଏ କ୍ଷେତ୍ରରେ ଭାରତର କାର‌୍ୟ୍ୟକାରିତା ଯାତ୍ରାର ସଫଳତା, ଆହ୍ୱାନ ଏବଂ ଶିକ୍ଷାରୁ ଶିଖିବା ଏହି ଗସ୍ତର ଉଦ୍ଦେଶ୍ୟ। ଏହା ବ୍ୟତୀତ ନାଇଜେରିଆ ପରିପ୍ରେକ୍ଷୀରେ ଏହି ଶିକ୍ଷାଗୁଡ଼ିକୁ କିପରି ଆଦୃତ ଏବଂ କାର‌୍ୟ୍ୟକାରୀ କରାଯାଇପାରିବ ତାହା ଚିହ୍ନଟ କରିବା ଏହି ଗସ୍ତର ଲକ୍ଷ୍ୟ ବୋଲି ଭାରତରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ତଥା କଣ୍ଟ୍ରି ଡାଇରେକ୍ଟର ଶ୍ରୀମତୀ ଏଲିଜାବେଥ ଫାଉରେ କହିଛନ୍ତି।

ଏହି ଦଳ ଚାଉଳ ଫର୍ଟିଫିକେସନ ସ୍ଥାନ ପରିଦର୍ଶନ କରି ଏଥିପାଇଁ ବ୍ୟବହୃତ ଯନ୍ତ୍ରପାତି, ଗୁଣବତ୍ତା ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ନିରାପତ୍ତାମାନକ ପ୍ରକ୍ରିୟା ସଂପର୍କରେ ବୁଝିବେ। ସଦସ୍ୟମାନେ ନିୟାମକ ଦିଗ ଏବଂ ଅନୁପାଳନ ପଦକ୍ଷେପ ଉପରେ ଆଲୋଚନା କରିବା ପାଇଁ ଭାରତୀୟ ଖାଦ୍ୟ ନିୟନ୍ତ୍ରଣ ଅଧିକାରୀଙ୍କ ସହ ବୈଠକ କରିବେ। ସେମାନେ ଚାଉଳ ଫର୍ଟିଫିକେସନ୍ କାର‌୍ୟ୍ୟକ୍ରମର ପ୍ରସ୍ତୁତି ପ୍ରଣାଳୀ ଏବଂ କାଯ୍ୟକାରୀ କରାଯାଉଥିବା ନୀତି ନିର୍ଧାରକମାନଙ୍କ ସହ ମଧ୍ୟ ଆଲୋଚନା କରିବେ।

 

Anu GArg AnuGarg ଚାଉଳ
Share. Facebook Twitter LinkedIn Email WhatsApp Copy Link

Related Posts

ବିଭିନ୍ନ ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଜନିତ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 24, 2026

ରଥଯାତ୍ରା ୨୦୨୬ : ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

June 24, 2026

ଯୁବତୀକୁ ମାରି ଫିଙ୍ଗିଦେଲେ 

June 23, 2026

ତିନି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ

June 23, 2026
Latest News

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026

ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ

June 24, 2026

ବିଭିନ୍ନ ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଜନିତ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.