Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ୟୁଏଇ ଗସ୍ତର ପ୍ରଥମ ଦିନରେ ୟୁଏଇ ଶିକ୍ଷା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ
ଅନ୍ତରାଷ୍ଟ୍ରୀୟ

ୟୁଏଇ ଗସ୍ତର ପ୍ରଥମ ଦିନରେ ୟୁଏଇ ଶିକ୍ଷା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ

November 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆବୁଧାବୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇ ଗସ୍ତର ପ୍ରଥମ ଦିନରେ ୟୁଏଇ ଶିକ୍ଷା ମନ୍ତ୍ରୀ ଅହମ୍ମଦ ଅଲ୍ ଫଲାସୀଙ୍କ ସହ ବୈଠକ କରିବା ସହ ଆବୁଧାବୀରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଭାରତ ଓ ୟୁଏଇ ମଧ୍ୟରେ ଷ୍ଟ୍ରାଟେଜିକ୍ ସମ୍ପର୍କକୁ ଶିଖରକୁ ନେବା ଆମର ଲକ୍ଷ୍ୟ ରହିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ସମୟରେ ଶିକ୍ଷା ଓ ଦକ୍ଷତା ସମେତ ଅନେକ କ୍ଷେତ୍ରରେ ଭାରତ ଏବଂ ୟୁଏଇ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ଷ୍ଟ୍ରାଟେଜିକ୍ ଭାଗିଦାରୀ ତଥା ବିଶେଷ ଭାବରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ ହୋଇଛି। ୟୁଏଇରେ ଆଇଆଇଟି ଖୋଲାଯାଉଛି ଏବଂ ଭାରତର ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡିକ ଏଠାରେ ଅବସ୍ଥାପିତ ଅଛି। ଭବିଷ୍ୟତରେ ମଧ୍ୟ ଅନେକ ବିଶ୍ୱବିଦ୍ୟାଳୟ ୟୁଏଇରେ ଖୋଲାଯିବାର ସମ୍ଭାବନା ରହିଛି। ଭାରତର ପ୍ରମୁଖ ଜାତୀୟ ଶିକ୍ଷା ବୋର୍ଡ ସିବିଏସଇର ୧୦୦ରୁ ଅଧିକ ବିଦ୍ୟାଳୟ ୟୁଏଇରେ କାର୍ଯ୍ୟ କରୁଛି। ଖୁବଶୀଘ୍ର ଏଠାରେ ଏକ ସିବିଏସଇ କାର୍ଯ୍ୟାଳୟ ଖୋଲାଯିବାର ଯୋଜନା ରହିଛି। ୟୁଏଇ ଶିକ୍ଷା ମନ୍ତ୍ରୀଙ୍କ ସହ ହୋଇଥିବା ବୈଠକ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦୁଇ ଦେଶର ପାରସ୍ପରିକ ସ୍ୱାର୍ଥର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବ।

ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ‘୪୨ ଆବୁଧାବୀ’ ସ୍କୁଲ ପରିଦର୍ଶନ କରିଥିଲେ। ଉକ୍ତ କୋଡିଂ ସ୍କୁଲରେ ପ୍ରକଳ୍ପ ଭିତ୍ତିକ ପାଠ୍ୟକ୍ରମ ମାଧ୍ୟମରେ ଇନୋଭେସନକୁ ପ୍ରୋତ୍ସାହନ ଦେବା, ସୃଜନଶୀଳତା ଏବଂ ଶିକ୍ଷାକୁ ପ୍ରାଥମିକତା ଦିଆଯାଉଥିବା ଦେଖି ଖୁସିବ୍ୟକ୍ତ କରିଥିଲେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଉପସାଗରୀୟ ଦେଶରେ ପ୍ରଥମ ଥର ପାଇଁ ଏହି ଟେକ୍ନୋଲୋଜି ଆଧାରିତ ସ୍କୁଲ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବା ପାଇଁ ଶିକ୍ଷା ପ୍ରତି ଥିବା ପ୍ରତିବନ୍ଧକକୁ ଦୂର କରିବା ଉପରେ ଗୁରୁତ୍ୱ ଦେଉଅଛି। ଏହି ଅନୁଷ୍ଠାନ ବିଦ୍ୟାର୍ଥୀ ମାନଙ୍କୁ ସେମାନଙ୍କର କାର୍ଯ୍ୟସୂଚୀ ଅନୁଯାୟୀ ଶିକ୍ଷା ଦେବା ସହ ରୋଜଗାର କରିବା ଉପରେ ଉତ୍ତମ ବାତାବରଣ ପ୍ରଦାନ କରିବା ପ୍ରଶଂସନୀୟ। ରୋଜଗାର କରିବା ସମୟରେ ସୁବିଧା ପ୍ରଦାନ କରିବା ଏବଂ ଶିଖିବା ଜାତୀୟ ଶିକ୍ଷା ନୀତିର ଏକ ପ୍ରମୁଖ ସୁପାରିଶ। ଭାରତର ପ୍ରତିଭାସମ୍ପନ୍ନ ଯୁବକ ଓ କର୍ମଚାରୀଙ୍କୁ ସଶକ୍ତ କରିବାର ଏହା ଏକ ପ୍ରମୁଖ ମାଧ୍ୟମ ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଆବୁଧାବୀ ଭାରତୀୟ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହ ମଧ୍ୟ ସାକ୍ଷାତ୍ କରିଥିଲେ। ଏହି ସ୍କୁଲ ଭାରତ ଓ ୟୁଏଇର ସଂସ୍କୃତି, ବିଚାର ଓ ମୂଲ୍ୟବୋଧ ଶିକ୍ଷା ଦେଉଥିବା ନେଇ ସେ ଖୁସି ପ୍ରକଟ କରିଥିଲେ। ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଧ୍ୟାନରେ ରଖି ଭାରତ ଏବଂ ୟୁଏଇ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଅଧିକରୁ ଅଧିକ ମଜଭୂତ୍ କରିବା ଲକ୍ଷ୍ୟରେ ଏହି ୟୁଏଇ ଗସ୍ତର ଲକ୍ଷ୍ୟ ରହିଥିବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଉଥିଲେ।

ଆବୁଧାବୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇ ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.