
ନୂଆଦିଲ୍ଲୀ: ଜାପାନରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣେ କ୍ରୁ ସଦସ୍ୟ ପ୍ରାଣ ହରାଇଛନ୍ତି। ଉଭୟ ହେଲିକପ୍ଟରରେ ୮ ଜଣ ଲୋକ ଥିଲେ, ଅବଶିଷ୍ଟ ୭ ଜଣ କ୍ରୁ ସଦସ୍ୟ ନିଖୋଜ ଅଛନ୍ତି। ତାଙ୍କ ପାଇଁ ସର୍ଚ୍ଚ ଅଭିଯାନ ଆରମ୍ଭ କରାଯାଇଛି, ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ସନ୍ଧାନ ମିଳିନାହିଁ।
ଜାପାନର ପ୍ରତିରକ୍ଷା ମନ୍ତ୍ରୀ ମିନୋରୁ କିହାରା ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ଜଣେ କ୍ରୁ ସଦସ୍ୟଙ୍କ ମୃତଦେହ ମିଳିଛି, ଅବଶିଷ୍ଟ ୭ ଜଣ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କୁ ଖୋଜିବା ପାଇଁ MSDF ୮ ଟି ଯୁଦ୍ଧ ଜାହାଜ ଏବଂ ୫ ଟି ବିମାନ ନିୟୋଜିତ କରାଯାଇଛି।