Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଟ୍ରେନିଂ ସମୟରେ ୨ ନୌସେନା ହେଲିକପ୍ଟର ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ନିଖୋଜ

ନୂଆଦିଲ୍ଲୀ: ଜାପାନରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣେ କ୍ରୁ ସଦସ୍ୟ ପ୍ରାଣ ହରାଇଛନ୍ତି। ଉଭୟ ହେଲିକପ୍ଟରରେ ୮ ଜଣ ଲୋକ ଥିଲେ, ଅବଶିଷ୍ଟ ୭ ଜଣ କ୍ରୁ ସଦସ୍ୟ ନିଖୋଜ ଅଛନ୍ତି। ତାଙ୍କ ପାଇଁ ସର୍ଚ୍ଚ ଅଭିଯାନ ଆରମ୍ଭ କରାଯାଇଛି, ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ସନ୍ଧାନ ମିଳିନାହିଁ।

ଜାପାନର ପ୍ରତିରକ୍ଷା ମନ୍ତ୍ରୀ ମିନୋରୁ କିହାରା ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ଜଣେ କ୍ରୁ ସଦସ୍ୟଙ୍କ ମୃତଦେହ ମିଳିଛି, ଅବଶିଷ୍ଟ ୭ ଜଣ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କୁ ଖୋଜିବା ପାଇଁ MSDF ୮ ଟି ଯୁଦ୍ଧ ଜାହାଜ ଏବଂ ୫ ଟି ବିମାନ ନିୟୋଜିତ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ତାନରେ ଧ୍ବଂସ ପାଇଲା ଏଫ୍‌-16 : ପାଇଲଟ୍‌ ମୃତ

ଇସଲାମାବାଦ : ପାକିସ୍ତାନରେ ଏକ ଲଢୁଆ ଏଫ୍‌ 16 ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସହିତ ଜଣେ ପାଇଲଟ୍‌ ପ୍ରାଣ ହରାଇଛନ୍ତି । ବୁଧବାର ପାକିସ୍ତାନର 23 ତମ ମାର୍ଚ୍ଚ ପରେଡ୍‌ ଅବସରରେ ଏହି ଦୁର୍ଘଟଣା ଘଟିଛି । ପାକିସ୍ତାନ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ନୋମାନ ଆକ୍ରମ ଏହି ଯୁଦ୍ଧ ବିମାନର ପାଇଲଟ୍‌ ରହିଥିଲେ । ଇସଲାମାବାଦରେ ଘଟିଥିବା ଦୁର୍ଘଟଣାରେ ପାଇଲଟ୍‌ ଜଣକ ଶହୀଦ ହୋଇଛନ୍ତି । ଓ୍ବିଙ୍ଗ କମାଣ୍ଡର ଆକ୍ରମ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ବିମାନ ଦୁର୍ଘଟଣାର କାରଣ ଜାଣିବା ନିମନ୍ତେ ଏକ ତଦନ୍ତ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସି)

Categories
ଆଜିର ଖବର

ହଓ୍ବାଇରେ ବିମାନ ଦୁର୍ଘଟଣା : ୯ ମୃତ

ହଓ୍ବାଇରେ ଏକ ବିମାନ ଦୁର୍ଘଟଣା ଘଟିଛି। କିଙ୍ଗ ଏୟାର ପ୍ଲେନ୍‌ ନାମକ ବିମାନ ଚଳାଚଳ କମ୍ପାନୀର ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସହିତ ବିମାନରେ ଉପସ୍ଥିତ ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀ ପ୍ରାଣ ହରାଇଛନ୍ତି। ହଓ୍ବାଇର ଉତ୍ତର ଭାଗରୁ ଯାତ୍ରା କରୁଥିବା ଏହି ବିମାନର ସମସ୍ତ ୯ ଜଣ ପ୍ରାଣ ହରାଇଥିବା ନେଇ ବିମାନ ଚଳାଚଳ ବିଭାଗ ମୁଖପାତ୍ର ଟିମ୍‌ ସାକାହାରା ସୂଚନା ଦେଇଛନ୍ତି। ଉଡାଣ ଭରିବା ସମୟରେ ଦିଲିଂଘାମ ବିମାନ ବନ୍ଦରରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ବିମାନରେ ୬ ଜଣ ଯାତ୍ରୀ ଏବଂ ତିନି ଜଣ କର୍ମଚାରୀ ରହିଥିଲେ।

Categories
ଆଜିର ଖବର

ବାୟୁସେନା ବିମାନ ଦୁର୍ଘଟଣା : ୧୩ ମୃତକଙ୍କ ମଧ୍ୟରେ ଓଡିଆ ପାଇଲଟ୍‌ ସୁନୀତ ମହାନ୍ତି

୧୩ ଜଣ ବାୟୁସେନା ଅଧିକାରୀଙ୍କୁ ନେଇ ନିଖୋଜ ହୋଇଥିବା ବାୟୁସେନା ବିମାନ ଏନ୍‌-୩୨ର ଭଗ୍ନାବଶେଷ ଗତକାଲି ମିଳିଥିଲା। ଆଜି ଏନେଇ ଏକ ସର୍ଚ୍ଚ ଅପରେସନ ପରେ ବିମାନରେ ମହଜୁଦ ଥିବା ସମସ୍ତ କର୍ମଚାରୀ ପ୍ରାଣ ହରାଇଛନ୍ତି ବୋଲି ବାୟୁସେନା ପକ୍ଷରୁ ପ୍ରକାଶ ପାଇଛି। ୧୩ ଜଣ ମୃତକଙ୍କ ମଧ୍ୟରେ ରହିଛନ୍ତି ଓଡିଆ ପାଇଲଟ୍‌ ସୁନୀତ ମହାନ୍ତି। ଏନ-୩୨ ବିମାନରେ ସେ ଲେଫ୍ଟନାଣ୍ଟ ଥିଲେ। ତାଙ୍କର ଘର କବିସୂର୍ଯ୍ୟ ନଗରର ବଳିଆପଲ୍ଲି ଗ୍ରାମରେ।

Categories
ଆଜିର ଖବର

ଏଫ୍‌ ୩୫-ଏ ବିମାନ ପ୍ରଶାନ୍ତ ମହାସାଗରରେ ଧ୍ବଂସ : ପାଇଲଟ୍‌ ନିଖୋଜ

ଜାପାନ୍‌ର ଏକ ଏଫ୍‌ ୩୫-ଏ ଲଢୁଆ ଯୁଦ୍ଧ ବିମାନ ଅଭ୍ୟାସ ସମୟରେ ପ୍ରଶାନ୍ତ ମହାସାଗରରେ ନିଖୋଜ ହୋଇଛି। ବିମାନଟିର ଧ୍ବଂସାବଶେଷ ପ୍ରଶାନ୍ତ ମହାସାଗରରୁ ମିଳିଥିବା ବେଳେ ପାଇଲଟ୍‌ଙ୍କର କୌଣସି ସୂଚନା ମିଳିପାରିନାହିଁ। ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଟାକେଶୀ ଇଓ୍ବାୟା ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ଜାପାନ୍‌ର ମିସ୍‌ଓ୍ବା ଏୟାର ବେସ୍‌ରୁ ୧୩୫ କିମି ଦୂର ଆଓମୋରି ନିକଟରୁ ମଙ୍ଗମଳବାର ରାତ୍ରରେ ବିମାନର ଧ୍ବଂସାବଶେଷ ମିଳିଥିବା ବେଳେ ପାଇଲଟ୍‌ଙ୍କ ସନ୍ଧାନ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଏହି ଯୁଦ୍ଧ ଅଭ୍ୟାସରେ ଅନ୍ୟ ତିନୋଟି ବିମାନ ଅଂଶଗ୍ରହଣ କରିଥିଲେ। ବିମାନଟି ଧ୍ବଂସ ହେବା ପରେ ତୁରନ୍ତ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଥିଲା। ମାର୍ଚ୍ଚ ୨୬ ତାରିଖରେ ୧୩ଟି ଏଫ୍‌ ୩୫- ଏ ବିମାନ ଜାପାନ ବିମାନ ବାହିନୀରେ ଯୋଗ ଦେଇଥିଲା। ଜାପାନ ଭବିଷ୍ୟତରେ ୧୪୭ଟି ଏଫ୍‌ ୩୫ ବିମାନ ନିର୍ମାଣ କରିବାର ଯୋଜନା ରଖିଥିବା ବେଳେ ତନ୍ମଧ୍ୟରୁ ୧୦୫ଟି ଏଫ୍‌ ୩୫- ଏ ରହିଛି।